ଭାରତର କରୋନା ଟିକା କୋଭାକ୍ସିନକୁ ମିଲିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

The Sakala Picture
Published On

ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି । ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ […]

ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କୋଭାକ୍ସିନକୁ ସ୍ୱୀକୃତି ମିଳିବା ପୂର୍ବରୁ ମୋଟ ୭ଟି ଟିକାକୁ ଇୟୁଏଲ ମିଳିସାରିଛି। ଏଥିରେ ଆମେରିକାର ୨ଟି ମଡର୍ଣ୍ଣା ଏବଂ ଫାଇଜର-ବାୟୋନଟେକ ସାମିଲ ରହିଛି। ଏହା ବ୍ୟତୀତ ଅଷ୍ଟ୍ରାଜେନେକା-ଏସକେ ବାୟୋ/ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର କୋଭିସିଲ୍ଡ , ଜନସନ ଆଣ୍ଡ ଜନସନ- ଜାନସେନ ଏବଂ ଚୀନର ସିନୋଭାକ୍‌ ଓ ସିନୋଫାର୍ମ ଟିକାକୁ ଅନୁମତି ମିଳିଛି। ‘ହୁ’ ଅନୁମୋଦନ ଲାଭ କରିବାରେ ଏହି ସବୁ ଟିକା ପାଇଁ କୌଣସି ସମସ୍ୟା ହୋଇନଥିଲା। ଫାଇଜରକୁ ୬ ସପ୍ତାହ, ମଡର୍ଣ୍ଣାକୁ ୯ ସପ୍ତାହ ଏବଂ ବ୍ରିଟେନର ଅଷ୍ଟ୍ରାଜେନେକାକୁ ୯ ସପ୍ତାହରେ ଇୟୁଏଲ ମିଳିଥିଲା

03 Nov 2021 By The Sakala

ଭାରତର କରୋନା ଟିକା କୋଭାକ୍ସିନକୁ ମିଲିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।

ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।

କୋଭାକ୍ସିନକୁ ସ୍ୱୀକୃତି ମିଳିବା ପୂର୍ବରୁ ମୋଟ ୭ଟି ଟିକାକୁ ଇୟୁଏଲ ମିଳିସାରିଛି। ଏଥିରେ ଆମେରିକାର ୨ଟି ମଡର୍ଣ୍ଣା ଏବଂ ଫାଇଜର-ବାୟୋନଟେକ ସାମିଲ ରହିଛି। ଏହା ବ୍ୟତୀତ ଅଷ୍ଟ୍ରାଜେନେକା-ଏସକେ ବାୟୋ/ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର କୋଭିସିଲ୍ଡ , ଜନସନ ଆଣ୍ଡ ଜନସନ- ଜାନସେନ ଏବଂ ଚୀନର ସିନୋଭାକ୍‌ ଓ ସିନୋଫାର୍ମ ଟିକାକୁ ଅନୁମତି ମିଳିଛି। ‘ହୁ’ ଅନୁମୋଦନ ଲାଭ କରିବାରେ ଏହି ସବୁ ଟିକା ପାଇଁ କୌଣସି ସମସ୍ୟା ହୋଇନଥିଲା। ଫାଇଜରକୁ ୬ ସପ୍ତାହ, ମଡର୍ଣ୍ଣାକୁ ୯ ସପ୍ତାହ ଏବଂ ବ୍ରିଟେନର ଅଷ୍ଟ୍ରାଜେନେକାକୁ ୯ ସପ୍ତାହରେ ଇୟୁଏଲ ମିଳିଥିଲା

https://www.thesakala.in/national-international/indias-corona-vaccine-covaxin-has-been-approved-by-the-world-health-organization-who/article-6579
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର