ଇସ୍ରୋର ଚନ୍ଦ୍ରାଯାନ-୨କୁ ସଫଳତା: ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋକୁ ଗୁରୁବାର ବଡ ଝଟକା ଲାଗିଛି। ଆର୍ଥ ଅବଜରଭେସନ ସାଟେଲାଇଟ(ଇଓଏସ-୦୩)ଅର୍ଥାତ୍ ‘ଆଇ ଅନ ଦ ସ୍କାଏ’ ଉତକ୍ଷେପଣ ମିଶନ ବିଫଳ ହୋଇଛି। ଜିସାଟ-୧ ଇଓଏସକୁ ନେଇ ଯାଉଥିବା ଜିଓ ସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଭେଇକିଲ(ଜିଏସଏଲଭି) ସମସ୍ୟା ଯୋଗୁଁ ଏପରି ହୋଇଥିଲା। ତେବେ ଅନ୍ୟପକ୍ଷରେ ଇସ୍ରୋର ଚନ୍ଦ୍ରାଯାନ-୨କୁ ସଫଳତା ମିଳିଛି। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ କରିଛି। ଇଓଏସ-୦୩ ଉପଗ୍ରହଣକୁ ନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି ଯେ […]

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋକୁ ଗୁରୁବାର ବଡ ଝଟକା ଲାଗିଛି। ଆର୍ଥ ଅବଜରଭେସନ ସାଟେଲାଇଟ(ଇଓଏସ-୦୩)ଅର୍ଥାତ୍ ‘ଆଇ ଅନ ଦ ସ୍କାଏ’ ଉତକ୍ଷେପଣ ମିଶନ ବିଫଳ ହୋଇଛି। ଜିସାଟ-୧ ଇଓଏସକୁ ନେଇ ଯାଉଥିବା ଜିଓ ସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଭେଇକିଲ(ଜିଏସଏଲଭି) ସମସ୍ୟା ଯୋଗୁଁ ଏପରି ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ତେବେ ଅନ୍ୟପକ୍ଷରେ ଇସ୍ରୋର ଚନ୍ଦ୍ରାଯାନ-୨କୁ ସଫଳତା ମିଳିଛି। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ କରିଛି। ଇଓଏସ-୦୩ ଉପଗ୍ରହଣକୁ ନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି ଯେ କ୍ରାୟୋଜନିକ ଇଞ୍ଜିନରେ ସମସ୍ୟା ଯୋଗୁଁ ମିଶନ ବିଫଳ ହୋଇଛି। ଗୁରୁବାର ଭୋର ୫ଟା ୪୩ ମିନଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିସାଟ୍‌-୧କୁ ଉତକ୍ଷେପଣ କରାଯାଇଥିଲା । ତେବେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ସାମ୍ନାକୁ ଆସିଥିଲା। ଏଥିଯୋଗୁଁ ବୈଜ୍ଞାନିକମାନେ କୌଣସି ତଥ୍ୟ ପାଇପାରିନଥିଲେ । ଏହା ସହିତ ଉପଗ୍ରହକୁ ନେଇ ଭାରତ ଯେଉଁ ଆଶା ରଖିଥିଲା ତାହା ଧୂଳିସାତ ହୋଇଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଉପଗ୍ରହ କକ୍ଷପଥରେ ପହଞ୍ଚି ପାରିନାହିଁ। ଏହା କକ୍ଷଚ୍ୟୁତ ଅବସ୍ଥାରେ ରହିଯାଇଛି। ଉପଗ୍ରହର ଉତକ୍ଷେପଣ ପରେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ବାଭାବିକ ଭାବରେ କାର୍ଯ୍ୟ କରିଥିଲା। ତେବେ କ୍ରାୟୋଜେନିକ ଉପର ପର୍ଯ୍ୟାୟ କାର୍ଯ୍ୟ ନକରିବାରୁ ଉପଗ୍ରହ ଧାର୍ଯ୍ୟ କକ୍ଷପଥକୁ ଯାଇପାରିନଥିଲା। ଏହି ଅଭିଯାନ ସଫଳ ହୋଇଥିଲେ ଉପଗ୍ରହ ଭୂପୃଷ୍ଠର ବାସ୍ତବ ଫଟୋଚିତ୍ର ପଠାଇଥାନ୍ତା। ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟର ଆକଳନ କରାଯାଇପାରିଥାନ୍ତା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଅନ୍ୟପକ୍ଷରେ ଭାରତର ଦ୍ବିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଜଳ ଅଣୁର ସନ୍ଧାନ କରିଛି। ଏହି ଅଭିଯାନରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ କିରଣ କୁମାରଙ୍କ ସହଯୋଗରେ ଲେଖା ଯାଇଥିବା ଏଖ ଏକ ଗବେଷଣା ପତ୍ରିକାରେ କୁହାଯାଇଛି ଯେ ଚନ୍ଦ୍ରାଯାନ-୨ରେ ଲାଗିଥିବା ଉପକରଣ ଇମେଜିଂ ଇନଫାରେଡ ସ୍ପେକ୍ଟୋମିଟର (ଆଇଆଇଆରଏସ) ଚନ୍ଦ୍ରର ତଥ୍ୟ ପାଇବା ଲାଗି କାର୍ଯ୍ୟ ଜାରି ରଖିଛି। ଆଇଆଇଆରଏସରୁ ମିଳିଥିବା ତଥ୍ୟରେ ଚନ୍ଦ୍ରର ୨୯ ଡିଗ୍ରୀ ଉତ୍ତରକୁ ଏବଂ ୬୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ପ୍ରଚୁର ଜଳ ଅଣୁ ରହିଛି। ସେଠାରେ ଜଳଅଣୁ (ଏଚ୨ଓ) ଏବଂ ହାଇଡ୍ରୋକ୍ସିଲ୍ (ଓଏଚ) ଥିବା ପ୍ରମାଣ ମିଳିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର