ୟୁକ୍ରେନ ରାଷ୍ଟ୍ରପତି ଭବନ ନିକଟରେ ଫସି ରହିଛନ୍ତି ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କ କାର୍ଯ୍ୟାଳୟଠାରୁ ୪୦୦ ମିଟର ଦୂରରେ ଥିବା ଏକ ଭୂତଳପ୍ରାସାଦରେ ୫ ଜଣ ଭାରତୀୟ ନାଗରିକ ଫସି ରହିଛନ୍ତି। ଏହି ଅଞ୍ଚଳର ରାଷ୍ଟ୍ରପତି ଭବନ ସହିତ ଅନ୍ୟ ମନ୍ତ୍ରାଳୟଗୁଡିକ ରହିଛି। ତେଣୁ ଏଠାରେ ୟୁକ୍ରେନ ସେନା ସଜାଗ ରହିଛି। ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ର ସହ ସୈନକ ଦିନରାତି ପହରା ଦେଉଛନ୍ତି। ବାହାରେ ଜରୁରୀକାଳୀନ ସ୍ଥିତି ଲାଗିଥିବାରୁ କେହି ବାହାରି ପାରୁନାହାନ୍ତି। ରୁଷିକେଶର ବାସିନ୍ଦା ହରିଶ ପୁରନ୍ଦର କହିଛନ୍ତି ଯେ ତାଙ୍କୁ […]

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କ କାର୍ଯ୍ୟାଳୟଠାରୁ ୪୦୦ ମିଟର ଦୂରରେ ଥିବା ଏକ ଭୂତଳପ୍ରାସାଦରେ ୫ ଜଣ ଭାରତୀୟ ନାଗରିକ ଫସି ରହିଛନ୍ତି। ଏହି ଅଞ୍ଚଳର ରାଷ୍ଟ୍ରପତି ଭବନ ସହିତ ଅନ୍ୟ ମନ୍ତ୍ରାଳୟଗୁଡିକ ରହିଛି। ତେଣୁ ଏଠାରେ ୟୁକ୍ରେନ ସେନା ସଜାଗ ରହିଛି। ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ର ସହ ସୈନକ ଦିନରାତି ପହରା ଦେଉଛନ୍ତି। ବାହାରେ ଜରୁରୀକାଳୀନ ସ୍ଥିତି ଲାଗିଥିବାରୁ କେହି ବାହାରି ପାରୁନାହାନ୍ତି। ରୁଷିକେଶର ବାସିନ୍ଦା ହରିଶ ପୁରନ୍ଦର କହିଛନ୍ତି ଯେ ତାଙ୍କୁ ମିଶାଇ ସେଠାରେ ମୋଟ ୫ ଜଣ ଲୋକ ଅଛନ୍ତି। ସେ ଯେଉଁ ରେଷ୍ଟୁରାଣ୍ଟରେ ରୋଷେୟା ଅଛନ୍ତି ସେଠାରେ ସମସ୍ତେ ରହିଛନ୍ତି। ରେଷ୍ଟୁରାଣ୍ଟ ତଳେ ଭୂତଳପ୍ରାସାଦ ରହିଛି। ଏଠାରେ ସେମାନେ ଲୁଚି ରହିଛନ୍ତି। ତେବେ ଖାଇବାପିଇବାର କୌଣସି ସମସ୍ୟା ନାହିଁ। ହରିଶ ୨୦୧୯ରୁ ରେଷ୍ଟୁରାଣ୍ଟର ରୋଷେୟା ଭାବେ କାମ କରି ଆସୁଛନ୍ତି। ସେ ଏହା ପୂର୍ବରୁ ରୁଷରେ ଚାକିରି କରୁଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ରୁଷ ସେନା ରାଷ୍ଟ୍ରପତି ଭବନକୁ କବ୍‌ଜା କରିବାକୁ ଚାହୁଁଥିବାରୁ ଏହି ଅଞ୍ଚଳ ଅଧିକ ବିପଜ୍ଜନକ ହୋଇଯାଇଛି। ଏହି ସ୍ଥାନରୁ ୮ରୁ ୧୦ କିମି ଦୂରରେ ରୁଷ ସେନା ରହିଛି। ତେଣୁ ସେମାନେ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି କିଭର ଏକ ସ୍କୁଲରେ ୩୦୦ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଏଥିରେ ସାମିଲ ଥିବା ଅମୃତସରର ମନିନ୍ଦର କହିଛନ୍ତି ଯେ ଭାରତୀୟ ଦୂତାବାସକୁ ଏହି ସ୍କୁଲ ଲାଗି ରହିଛି। ଏହାର ଭୂତଳପ୍ରାସାଦରେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଛନ୍ତି। ଦୂତାବାସ ଏଠାରୁ ବାହାରି ଯିବା ପାଇଁ କହିଥିଲେ ମଧ୍ୟ କୌଣସି ବନ୍ଦୋବସ୍ତ କରିନାହିଁ। ତେଣୁ ସେମାନେ ସ୍କୁଲ ଛାଡିନାହାନ୍ତି। ସେମାନେ ୟୁକ୍ରେନ ସୀମାକୁ ଯିବାକୁ ଚାହୁଁଛନ୍ତି। ତେବେ ସେଠାକୁ ଯିବାକୁ ଦୂତାବାସ କୌଣସି ସହାୟତା ଯୋଗାଇ ଦେଇନଥିବାରୁ ଛାତ୍ରଛାତ୍ରୀ ଚିନ୍ତିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର