ଋଷିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ! ହଷ୍ଟେଲରେ ପଶି ଛୁରାମାଡ଼

Suryakanta Picture
Published On

ଋଷର ଏକ ମେଡିକାଲ ୟୁନିଭରସିଟିରେ ଛୁରୀମାଡ଼ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଚାରିଜଣ ଭାରତୀୟ ଛାତ୍ର ମଧ୍ୟ ସାମିଲ ଅଛନ୍ତି। ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଜଣେ କିଶୋର ଛୁରୀ ଧରି ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରମାନଙ୍କ ହଷ୍ଟେଲରେ ପ୍ରବେଶ କରିଥିଲା ଏବଂ ସେଠାରେ ରହୁଥିବା ଛାତ୍ରମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଘଟଣାରେ ମଧ୍ୟସ୍ଥତା କରିବାକୁ ଯାଇ ଦୁଇଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ହଷ୍ଟେଲରେ ପଶି ଆକ୍ରମଣ

ରିପୋର୍ଟ ମୁତାବକ, ଏହି ଆକ୍ରମଣ ବାସ୍କୋର୍ଟୋସ୍ତାନର ରାଜଧାନୀ ଉଫା (Ufa) ସ୍ଥିତ ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟିର ହଷ୍ଟେଲରେ ଘଟିଛି। ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ ସୂଚନା ଦେଇଛନ୍ତି ଯେ ଆକ୍ରମଣ ପରେ ହଷ୍ଟେଲ ପରିସରରେ ଆତଙ୍କ ଖେଳିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆକ୍ରମଣ ପରେ ଚାରିଆଡେ ରକ୍ତର ଛିଟା ଦେଖିବାକୁ ମିଳିଥିଲା। 

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସ୍ଥିତି ଉପରେ ନଜର ରଖିଛି ଦୂତାବାସ

ଅଧିକାରୀମାନେ ଜଣାଇଛନ୍ତି ଯେ ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ହେପାଜତକୁ ନେଇଛି। ତେବେ ପୀଡିତ ଏବଂ ଆକ୍ରମଣକାରୀଙ୍କ ଆଘାତ କେତେ ଗୁରୁତର ସେ ନେଇ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତଦନ୍ତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ, ମସ୍କୋ ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଋଷୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। କାଜାନରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଉଫା ଅଭିମୁଖେ ଯାତ୍ରା କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର