ପାକିସ୍ତାନ କବ୍‌ଜାରେ ଜଣେ ଭାରତୀୟ ଯବାନ; ଭୁଲ୍‌ରେ ପାକିସ୍ତାନ ସୀମାକୁ ପଳାଇଥିଲେ…

The Sakala Picture
Published On

ଫିରୋଜପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣର ଦିନକ ପରେ ବିଏସ୍ଏଫ୍‌ ଯବାନ ପିକେ ସ’ ଭୁଲ୍‌ରେ ପାକିସ୍ତାନ ସୀମାକୁ ପଳାଇ ଥିଲେ। ଏହା ଦେଖିବା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଧରି ନେଇଥିଲେ। ଏହି ଘଟଣାକୁ ୪ ଦିନ ବିତି ଯାଇଥିବା ସତ୍ତ୍ବେ ଏହି ଯବାନଙ୍କୁ ପାକିସ୍ତାନ ମୁକ୍ତ କରିନାହିଁ। ୩ ଥର ଫ୍ଲାଗ ବୈଠକ ହୋଇଥିଲେ ହେଁ ପିକେଙ୍କ ମୁକ୍ତିର ମାର୍ଗ ଖୋଲିପାରି ନାହିଁ। ଏହାକୁ ନେଇ ପାକିସ୍ତାନୀ ରେଞ୍ଜର୍ସ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ନ […]

ଫିରୋଜପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣର ଦିନକ ପରେ ବିଏସ୍ଏଫ୍‌ ଯବାନ ପିକେ ସ’ ଭୁଲ୍‌ରେ ପାକିସ୍ତାନ ସୀମାକୁ ପଳାଇ ଥିଲେ। ଏହା ଦେଖିବା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଧରି ନେଇଥିଲେ। ଏହି ଘଟଣାକୁ ୪ ଦିନ ବିତି ଯାଇଥିବା ସତ୍ତ୍ବେ ଏହି ଯବାନଙ୍କୁ ପାକିସ୍ତାନ ମୁକ୍ତ କରିନାହିଁ। ୩ ଥର ଫ୍ଲାଗ ବୈଠକ ହୋଇଥିଲେ ହେଁ ପିକେଙ୍କ ମୁକ୍ତିର ମାର୍ଗ ଖୋଲିପାରି ନାହିଁ। ଏହାକୁ ନେଇ ପାକିସ୍ତାନୀ ରେଞ୍ଜର୍ସ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଯବାନଙ୍କୁ ମୁକ୍ତ କରାଯିବ ନାହିଁ। ଏହି ମାମଲା ସାମ୍‌ନାକୁ ଆସିବା ପରେ ଶୁକ୍ରବାର ସନ୍ଧ୍ୟାରେ ବିଏସ୍‌ଏଫ୍‌ ଡିଜି ଦଲଜୀତ ସିଂହ ଚୌଧୁରୀ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହ କଥା ହୋଇଥିଲେ। ଉଚ୍ଚସ୍ତରରେ ଏହି ପ୍ରସଙ୍ଗ ଉଠାଇବା ପାଇଁ କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏହି ଯବାନ ପଶ୍ଚିମବଙ୍ଗ ହୁଗୁଳୀ ଜିଲ୍ଲୀ ବାସିନ୍ଦା। ଗର୍ଭବତୀ ପତ୍ନୀ ରଜନୀ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ସେ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ଫିରୋଜପୁର ଯିବେ ବୋଲି କହିଛନ୍ତି। ତେବେ ତାଙ୍କ ଟ୍ରେନ୍‌ ଟିକଟ୍‌ ଚୂଡ଼ାନ୍ତ ହୋଇ ନାହିଁ। ସେ ଅଧିକାରୀଙ୍କ ସହ କଥା ହୋଇ ଶୀଘ୍ର ସ୍ବାମୀଙ୍କୁ ଫେରାଇ ଆଣିବାକୁ କହିବେ। ଯଦି ଫିରୋଜପୁରରୁ କିଛି ଜବାବ ନ ମିଳେ ତେବେ ଦିଲ୍ଲୀ ଯିବେ ବୋଲି ରଜନୀ କହିଛନ୍ତି। ସୂଚନା ଅନୁଯାୟୀ ପିକେ ବିଏସ୍‌ଏଫର ୨୪ ତମ ବାଟାଲିୟନ ଫିରୋଜପୁରର ମମଦୋଟ ସେକ୍ଟରରେ ମୁତୟନ ଥିଲେ। ଗତ ବୁଧବାର ସକାଳେ ଗହମ କାଟିବାକୁ ଯାଇଥିବା ଚାଷୀଙ୍କ ସହ ସୀମାକୁ ଯାଇଥିଲେ। ଏହି ସମୟରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ପିକେ ଏକ ଗଛ ମୂଳେ ଯାଇ ବସି ପଡ଼ିଥିଲେ। ଏହି ଗଛ ସୀମା ଆରପଟେ ଥିବା ଯବାନ ଜାଣି ପାରି ନ ଥିଲେ। ତେଣୁ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଧରି ନେଇଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର