ରେଳବାଇ ପକ୍ଷରୁ ନୂଆ ସେବା ଆରମ୍ଭ: ଏଣିକି ଯାତ୍ରୀମାନେ ହ୍ବାଟ୍ସଆପ ଜରିଆରେ ଅର୍ଡର କରିପାରିବେ ଖାଦ୍ୟ, ଜାରି ହେଲା ନମ୍ବର…

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ। ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରେଳବାଇ ଏହାର ଇ-କ୍ୟାଟରିଂ ସେବାକୁ ଅଧିକ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏହି ପଦକ୍ଷେପ ନେଇଛି। ଏହା ମାଧ୍ୟମରେ ଭାରତୀୟ ରେଳବାଇ ନିକଟରେ ରେଳ ଯାତ୍ରୀମାନଙ୍କୁ ଇ-କ୍ୟାଟରିଂ ସେବା ମାଧ୍ୟମରେ ଖାଦ୍ୟ ଅର୍ଡର କରିବା […]

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ। ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରେଳବାଇ ଏହାର ଇ-କ୍ୟାଟରିଂ ସେବାକୁ ଅଧିକ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏହି ପଦକ୍ଷେପ ନେଇଛି। ଏହା ମାଧ୍ୟମରେ ଭାରତୀୟ ରେଳବାଇ ନିକଟରେ ରେଳ ଯାତ୍ରୀମାନଙ୍କୁ ଇ-କ୍ୟାଟରିଂ ସେବା ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପାଇଁ ହ୍ବାଟ୍ସଆପ୍ ବ୍ୟବହାର କରିବାକୁ ଏକ ବିକଳ୍ପ ଦେଇଛି। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ହ୍ବାଟ୍ସଆପ୍ ନମ୍ବର ଜାରି କରିଯାଇଛି। ଜାରି କରାଯାଇଥିବା ନମ୍ବରିଟି ହେଉଛି। +୯୧ – ୮୭୫୦୦୦୧୩୨୩।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ପ୍ରାରମ୍ଭିକ ପର୍ଯ୍ଯାୟରେ ଏହି ଇ-କ୍ୟାଟରିଂ ସେବା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରି ହେବା ପାଇଁ ଯୋଜନା କରାଯାଇଥିଲା । ପ୍ରଥମ ପର୍ଯ୍ଯାୟରେ www.ecatering.irctc.co.in ରେ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ଏକ ମେସେଜ ପଠାଯିବ । ଏହି ବିକଳ୍ପ ଜିରଆରେ ଯାତ୍ରୀମାନେ ଆଇଆରସିଟିସି  ଇ- କ୍ୟାଟରିଂ ୱେବସାଇଟ ମଧ୍ଯମରେ ସେମାନଙ୍କର ପସନ୍ଦର ଖାଦ୍ୟା ଅର୍ଡର କରିପାରିବେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏହରା ୨ୟ ପର୍ଯ୍ଯାୟ ବର୍ତ୍ତମାନ ହ୍ବାଟ୍ସଆପ୍  ଜରିଆରେ ଗ୍ରାହକମାନେ ଖାଇବା ବୁକ କରିପାରିବେ। ପ୍ରଥମ ପର୍ଯ୍ଯାୟରେ କିଛି ଟ୍ରେନରେ ଏହା ଉପଲବ୍ଧ ହୋଇଛି। ଗ୍ରାହକଙ୍କ ମତାମତ ଏବଂ ପରାମର୍ଶ ଉପରେ ଆଧାର କରି ସିଲେକ୍ଟିଭ ଟ୍ରେନରେ ଇ-କ୍ୟାଟରିଂ ସେବାକୁ ହ୍ବାଟ୍ସଆପ ଜରିଆରୋ ଯୋଡାଯାଇଛି। ପରେ ଏହାକୁ ବିଭିନ୍ନ ଟ୍ରେନରେ ଅନ୍ତର୍ଭୁକତ୍ କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର