ତୃତୀୟଥର ପାଇଁ ମହାକାଶକୁ ଯାଇ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ପୁଣିଥରେ ମହାକାଶକୁ ଯାତ୍ରା କରି ଇତିହାସ ସୃଷ୍ଟି କରିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା। କୌଣସି ମହାକାଶ ଯାନର ପ୍ରଥମ ଅଭିଯାନରେ ମହାକାଶକୁ ଯାଇଥିବା ସେ ପ୍ରଥମ ମହିଳା ହୋଇଛନ୍ତି। ସେ ବୁଧବାର ୮ଟା ୨୨ରେ ଫ୍ଲୋରିଡାର କେପ୍‌ କାନଭେରଲା ସ୍ପେସ୍‌ ଫୋର୍ସ ଷ୍ଟେସନର ୪୧ ନଂ ଲଞ୍ଚପ୍ୟାଡ୍‌ରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ମହାକାଶ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ। ଏହା […]

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ପୁଣିଥରେ ମହାକାଶକୁ ଯାତ୍ରା କରି ଇତିହାସ ସୃଷ୍ଟି କରିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା। କୌଣସି ମହାକାଶ ଯାନର ପ୍ରଥମ ଅଭିଯାନରେ ମହାକାଶକୁ ଯାଇଥିବା ସେ ପ୍ରଥମ ମହିଳା ହୋଇଛନ୍ତି। ସେ ବୁଧବାର ୮ଟା ୨୨ରେ ଫ୍ଲୋରିଡାର କେପ୍‌ କାନଭେରଲା ସ୍ପେସ୍‌ ଫୋର୍ସ ଷ୍ଟେସନର ୪୧ ନଂ ଲଞ୍ଚପ୍ୟାଡ୍‌ରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ମହାକାଶ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ। ଏହା ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା। ତୃତୀୟ ପ୍ରୟାସରେ ଏହି ଯାନ ସଫଳ ହୋଇଛି। ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଂ ଅଭିଯାନକୁ ୨ ଥର ସ୍ଥଗିତ ରଖାଯାଇଥିଲା। ଏହା ସଠିକ୍‌ କକ୍ଷରେ ପହଞ୍ଚି ଯାଇଛି। ଦିନକ ପରେ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ସହ ଯୋଡ଼ି ହୋଇଯିବ। ଏବେ ଆମେରିକାର ୩ଟି ମହାକାଶ ଯାନ ବୋଇଂ ଷ୍ଟାରଲାଇନର, ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଏବଂ ଆଇଏସଏସ ରହିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି। ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର