ଭାରତୀୟ ନୌସେନାରେ ସାମିଲ ହେଲା ‘ସାଇଲେଣ୍ଟ କିଲର’ ଆଇଏନ୍‌ଏସ୍‌ କରଞ୍ଜ

The Sakala Picture
Published On

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି । ଆଇଏନଏସ କରଞ୍ଜକୁ ସମୁଦ୍ରର ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ କାରଣ ଏହି ବୁଡ଼ାଜାହାଜରେ ଦୁନିଆର ସର୍ବଶ୍ରେଷ୍ଠ ସୋନାର ସିଷ୍ଟମ ଲଗାଯାଇଛି। ଯାହାଫଳରେ ଏହାର ଶବ୍ଦ କେହି ବି ଶୁଣି ପାରନ୍ତିନି। ସେଥିପାଇଁ […]

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଆଇଏନଏସ କରଞ୍ଜକୁ ସମୁଦ୍ରର ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ କାରଣ ଏହି ବୁଡ଼ାଜାହାଜରେ ଦୁନିଆର ସର୍ବଶ୍ରେଷ୍ଠ ସୋନାର ସିଷ୍ଟମ ଲଗାଯାଇଛି। ଯାହାଫଳରେ ଏହାର ଶବ୍ଦ କେହି ବି ଶୁଣି ପାରନ୍ତିନି। ସେଥିପାଇଁ ଏହି ଜାହାଜ ସହଜରେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଧ୍ବଂସ କରିପାରେ। ସ୍କର୍ପିଓନ କ୍ଲାସ ବୁଡ଼ାଜାହାଜ ଏକ ଡିଜେଲ ସବମାରିନ ଯାହା ୪୦ ରୁ ୫୦ ଦିନ ଯାଏଁ ସମୁଦ୍ରରେ ନିୟୋଜିତ ହୋଇପାରେ। ପ୍ରାୟ ୩୫୦ ମିଟର ଗଭୀର ସମୁଦ୍ରରେ ଆଇଏନଏସ କରଞ୍ଜକୁ ନିୟୋଜିତ କରାଯାଇପାରେ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ସୂଚନା ଅନୁସାରେ, ଆଇଏନଏସ୍ କରଞ୍ଜର ଲମ୍ବ ପ୍ରାୟ ୭୦ ମଟିର ହୋଇଥିବା ବେଳେ ଉଚ୍ଚତା ୧୨ ମିଟର । ଏହି ବୁଡ଼ାଜାହାଜର ଓଜନ ପ୍ରାୟ ୧୬୦୦ ଟନ୍ । ଆଇଏନଏସ କରଞ୍ଜ ମିସାଇଲ ଓ ଟରପିଡୋ ଲେସ୍ ଏବଂ ସମୁଦ୍ରରେ ମାଇନ୍ସ ବିଛାଇବାରେ ସକ୍ଷମ। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ରାଡ଼ାରରେ ଧରାପଡ଼େନାହିଁ। ଯେକୌଣସି ଜଳବାୟୁରେ ଏହା କାର୍ୟ୍ୟ କରିବାକୁ ସକ୍ଷମ। ଆଇଏନଏସ କରଞ୍ଜ ଭିତରେ ୩୬୦ ବ୍ୟାଟେରୀ ସେଲ୍ସ ଅଛି। ପ୍ରତ୍ୟେକ ବ୍ୟାଟେରୀ ସେଲ୍ସର ଓଜନ ୭୫୦ କିଲୋ। ଏଥିରେ ଅକ୍ସିଜେନ ତିଆରି କରିବା କ୍ଷମତା ଅଛି ଯେଉଁଥିପାଇଁ ଏହା ବହୁ ସମୟ ଧରି ପାଣିରେ ରହିପାରେ।

ଏହା କୌଣସି ଶବ୍ଦ ସୃଷ୍ଟି ନକରି, ଶତ୍ରୁର ରାଡାରକୁ ଚକମା ଦେଇ କ୍ଷତି ପହଞ୍ଚାଇ ପାରିବ । ଏହା ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହି ଭାରତୀୟ ନୌସେନାକୁ ସମୁଦ୍ରରେ ଶକ୍ତିଶାଳୀ କରିବ । ଆଇଏନଏସ୍ କରଞ୍ଜ ଡିଜେଲ୍ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ । ଦେଖିବାକୁ ଏହି ବୁଡ଼ାଜାହାଜ ଅନ୍ୟ କୌଣସି ଆଣବିକ ବୁଡ଼ାଜାହାଜ ଠାରୁ ତ ଛୋଟ କିନ୍ତୁ ସବୁଠୁ ଘାତକ । କାରଣ ଆକାରରେ କ୍ଷୁଦ୍ର ହୋଇଥିବାରୁ ଏହାକୁ ସମୁଦ୍ରରେ ଖୋଜି ପାଇବା ମୁସ୍କିଲ୍ ଅଟେ । ଯାହାକି ଶତ୍ରୁର ଚିନ୍ତା ବଢ଼ାଇ ଦେବ ।

10 Mar 2021 By The Sakala

ଭାରତୀୟ ନୌସେନାରେ ସାମିଲ ହେଲା ‘ସାଇଲେଣ୍ଟ କିଲର’ ଆଇଏନ୍‌ଏସ୍‌ କରଞ୍ଜ

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି ।

ଆଇଏନଏସ କରଞ୍ଜକୁ ସମୁଦ୍ରର ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ କାରଣ ଏହି ବୁଡ଼ାଜାହାଜରେ ଦୁନିଆର ସର୍ବଶ୍ରେଷ୍ଠ ସୋନାର ସିଷ୍ଟମ ଲଗାଯାଇଛି। ଯାହାଫଳରେ ଏହାର ଶବ୍ଦ କେହି ବି ଶୁଣି ପାରନ୍ତିନି। ସେଥିପାଇଁ ଏହି ଜାହାଜ ସହଜରେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଧ୍ବଂସ କରିପାରେ। ସ୍କର୍ପିଓନ କ୍ଲାସ ବୁଡ଼ାଜାହାଜ ଏକ ଡିଜେଲ ସବମାରିନ ଯାହା ୪୦ ରୁ ୫୦ ଦିନ ଯାଏଁ ସମୁଦ୍ରରେ ନିୟୋଜିତ ହୋଇପାରେ। ପ୍ରାୟ ୩୫୦ ମିଟର ଗଭୀର ସମୁଦ୍ରରେ ଆଇଏନଏସ କରଞ୍ଜକୁ ନିୟୋଜିତ କରାଯାଇପାରେ।

ସୂଚନା ଅନୁସାରେ, ଆଇଏନଏସ୍ କରଞ୍ଜର ଲମ୍ବ ପ୍ରାୟ ୭୦ ମଟିର ହୋଇଥିବା ବେଳେ ଉଚ୍ଚତା ୧୨ ମିଟର । ଏହି ବୁଡ଼ାଜାହାଜର ଓଜନ ପ୍ରାୟ ୧୬୦୦ ଟନ୍ । ଆଇଏନଏସ କରଞ୍ଜ ମିସାଇଲ ଓ ଟରପିଡୋ ଲେସ୍ ଏବଂ ସମୁଦ୍ରରେ ମାଇନ୍ସ ବିଛାଇବାରେ ସକ୍ଷମ। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ରାଡ଼ାରରେ ଧରାପଡ଼େନାହିଁ। ଯେକୌଣସି ଜଳବାୟୁରେ ଏହା କାର୍ୟ୍ୟ କରିବାକୁ ସକ୍ଷମ। ଆଇଏନଏସ କରଞ୍ଜ ଭିତରେ ୩୬୦ ବ୍ୟାଟେରୀ ସେଲ୍ସ ଅଛି। ପ୍ରତ୍ୟେକ ବ୍ୟାଟେରୀ ସେଲ୍ସର ଓଜନ ୭୫୦ କିଲୋ। ଏଥିରେ ଅକ୍ସିଜେନ ତିଆରି କରିବା କ୍ଷମତା ଅଛି ଯେଉଁଥିପାଇଁ ଏହା ବହୁ ସମୟ ଧରି ପାଣିରେ ରହିପାରେ।

ଏହା କୌଣସି ଶବ୍ଦ ସୃଷ୍ଟି ନକରି, ଶତ୍ରୁର ରାଡାରକୁ ଚକମା ଦେଇ କ୍ଷତି ପହଞ୍ଚାଇ ପାରିବ । ଏହା ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହି ଭାରତୀୟ ନୌସେନାକୁ ସମୁଦ୍ରରେ ଶକ୍ତିଶାଳୀ କରିବ । ଆଇଏନଏସ୍ କରଞ୍ଜ ଡିଜେଲ୍ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ । ଦେଖିବାକୁ ଏହି ବୁଡ଼ାଜାହାଜ ଅନ୍ୟ କୌଣସି ଆଣବିକ ବୁଡ଼ାଜାହାଜ ଠାରୁ ତ ଛୋଟ କିନ୍ତୁ ସବୁଠୁ ଘାତକ । କାରଣ ଆକାରରେ କ୍ଷୁଦ୍ର ହୋଇଥିବାରୁ ଏହାକୁ ସମୁଦ୍ରରେ ଖୋଜି ପାଇବା ମୁସ୍କିଲ୍ ଅଟେ । ଯାହାକି ଶତ୍ରୁର ଚିନ୍ତା ବଢ଼ାଇ ଦେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର