ଟ୍ରେନିଂ ବେଳେ କ୍ରାସ୍ ହେଲା ବାୟୁସେନାର ଜାଗୁଆର ବିମାନ, ପାଇଲଟ ସୁରକ୍ଷିତ

The Sakala Picture
Published On

ହରିୟାଣା: ଟ୍ରେନିଂ ବେଳେ କ୍ରାସ୍ ହେଲା ବାୟୁସେନାର ଜାଗୁଆର ବିମାନ । ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଆଜି ହରିୟାଣାର ପଞ୍ଚକୁଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ଉଡ଼ାଣ ପାଇଁ ବିମାନଟି ଅମ୍ବାଲା ଏୟାରବେସ୍ରୁ ଉଡ଼ାଣ ଭରିଥିଲା। ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। କ୍ରାସ୍ ପରେ ପାରାଚ୍ୟୁଟରେ ଓହ୍ଲାଇ ପଡିଥିଲେ ପାଇଲଟ୍ । ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁସାରେ, ହରିୟାଣା ପଞ୍ଚକୁଲାର ମୋରନିର […]

ହରିୟାଣା: ଟ୍ରେନିଂ ବେଳେ କ୍ରାସ୍ ହେଲା ବାୟୁସେନାର ଜାଗୁଆର ବିମାନ । ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଆଜି ହରିୟାଣାର ପଞ୍ଚକୁଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ଉଡ଼ାଣ ପାଇଁ ବିମାନଟି ଅମ୍ବାଲା ଏୟାରବେସ୍ରୁ ଉଡ଼ାଣ ଭରିଥିଲା। ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। କ୍ରାସ୍ ପରେ ପାରାଚ୍ୟୁଟରେ ଓହ୍ଲାଇ ପଡିଥିଲେ ପାଇଲଟ୍ । ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନା ଅନୁସାରେ, ହରିୟାଣା ପଞ୍ଚକୁଲାର ମୋରନିର ପାହାଡ଼ିଆ ଅଞ୍ଚଳର ବାଲଡୱାଲା ଗାଁ ନିକଟରେ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଲଢୁଆ ବିମାନର ପାଇଲଟ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର