ଶ୍ରୀଲଙ୍କା ବିପକ୍ଷ ୩ୟ ଦିନିକିଆ ଜିତି ସିରିଜ କ୍ଲିନ୍ ସୁଇପ କଲା ଭାରତ

The Sakala Picture
Published On

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜକୁ ୩-୦ ରେ କ୍ଲିନ ସୁଇପ କଲା ଭାରତ। ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। ହେଲେ ଶ୍ରୀଲଙ୍କା ୨୨ ଓଭରରେ ୧୦ ୱେକଟ ହରାଇ ୭୨ ରନ କରିବକୁ ସକ୍ଷମ ହୋଇଛି। ଫଳରେ ଭାରତ ଏହ ମ୍ୟାଚକୁ […]

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜକୁ ୩-୦ ରେ କ୍ଲିନ ସୁଇପ କଲା ଭାରତ। ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। ହେଲେ ଶ୍ରୀଲଙ୍କା ୨୨ ଓଭରରେ ୧୦ ୱେକଟ ହରାଇ ୭୨ ରନ କରିବକୁ ସକ୍ଷମ ହୋଇଛି। ଫଳରେ ଭାରତ ଏହ ମ୍ୟାଚକୁ ୩୧୭ ରନରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ନୁଆନିନ୍ଦୁ ଫର୍ଣ୍ଣାଣ୍ଡୋ  ୨୭ ବଲରେ ୧୯ ରନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ୍‌ ୭ ବଲରେ  ୪ ରନ କରି ଆଉଟ ହୋଇଥିବା ବେଳେ ଚରିଥ ଆଶାଲଙ୍କା ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଡାସୁନ ଶଣକା ୨୬ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୭ ବଲରେ ୧ ଓ ଚାମିକା କରୁଣାରତ୍ନେ ୬ ବଲରେ ୧ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲାଗେ ୧୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ଲାହିରୁ କୁମାରା ୧୯ ବଲରେ ୯ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ସର୍ବାଧିର ୪ଟି ୱେକେଟ ନେଇଥିବା ବେଳ ମହମ୍ମଦ ସାମି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସେହିପରି ଭାରତ ପକ୍ଷରୁ ବ୍ୟାଟିଂରେ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ ଓ  ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍‌  ଓ ବିରାଟ କୋହଲି ଦୁଇଜଣ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିବା ପାଇଁ ଶ୍ରେୟାସ ଆୟର ଆସିଥିଲେ। ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ୍‌ ରାହୁଲ ଆସିଥିଲେ। କେଏଲ୍‌ ରାହୁଲ ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୁର୍ଯ୍ଯକୁମାର ଯାଦବ ଆସିଥିଲେ। ସୁର୍ଯ୍ଯକୁମାର ୪ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଆସିଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ସାମିଲ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର