ସଡ଼କ ନେଟ୍‌ୱର୍କ ବିସ୍ତାରରେ ଭାରତ ବିଶ୍ବରେ ଦ୍ବିତୀୟ, ୯ ବର୍ଷରେ ୧.୪୫ ଲକ୍ଷ କିମି ନିର୍ମାଣ

The Sakala Picture
Published On

ନୂଆଦିଲ୍ଲୀ : ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଚୀନ୍‌ର ରେକର୍ଡ ଭାଙ୍ଗିଛି ଭାରତ। ବିଗତ କିଛି ବର୍ଷ ମଧ୍ୟରେ ସଡ଼କ ନିର୍ମାଣ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ଆମେରିକା ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ସଡ଼କ ନେଟୱର୍କ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ୨୦୧୪ ପରେ କେନ୍ଦ୍ର ସରକାର ଦେଶର ରାଜପଥ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରି ତ୍ବରାନ୍ବିତ କରିଥିଲା ବେଳେ ଗତ ୯ ବର୍ଷ ମଧ୍ୟରେ ୧.୪୫ […]

ନୂଆଦିଲ୍ଲୀ : ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଚୀନ୍‌ର ରେକର୍ଡ ଭାଙ୍ଗିଛି ଭାରତ। ବିଗତ କିଛି ବର୍ଷ ମଧ୍ୟରେ ସଡ଼କ ନିର୍ମାଣ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ଆମେରିକା ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ସଡ଼କ ନେଟୱର୍କ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ୨୦୧୪ ପରେ କେନ୍ଦ୍ର ସରକାର ଦେଶର ରାଜପଥ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରି ତ୍ବରାନ୍ବିତ କରିଥିଲା ବେଳେ ଗତ ୯ ବର୍ଷ ମଧ୍ୟରେ ୧.୪୫ ଲକ୍ଷ କିମି ସଡ଼କ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଇତିମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଦ୍ବାରା ନିର୍ମାଣ କରାଯାଇଥିବା ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗଡ଼କରୀ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ସଡ଼କ ଭିତ୍ତିଭୂମିରେ କମ୍‌ ସମୟ ମଧ୍ୟରେ ଦ୍ରୁତ ପରିବର୍ତ୍ତନ ଅଣାଯାଇପାରିଛି। ଗତ ୯ ବର୍ଷ ମଧ୍ୟରେ ଦେଶର ସଡ଼କ ନେଟୱର୍କ ୫୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥିକ ବର୍ଷ ସୁଦ୍ଧା ଦେଶର ସଡ଼କ ନେଟୱର୍କ ୯୧,୨୮୭ କିଲୋମିଟର ମଧ୍ୟରେ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଏହା ୧,୪୫,୨୪୦ କିଲୋମିଟରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍‌ୱେ ପ୍ରତିଷ୍ଠା କରାଯିବା ସହିତ ୨୦୧୯ ଏପ୍ରିଲ ପରେ ବର୍ତ୍ତମାନ ସୁଦ୍ଧା ୩୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେହିପରି ଭାରତର ଦୀର୍ଘତମ ଏକ୍ସପ୍ରେସ୍‌ ୱେ ଭାବେ ଦିଲ୍ଲୀ-ମୁମ୍ବାଇ ଜାତୀୟ ରାଜପଥ ପ୍ରକଳ୍ପ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଗଡ଼କରୀ କହିଛନ୍ତି। ଇତିମଧ୍ୟରେ ଏନଏଚଏଆଇ ଅନେକ କ୍ଷେତ୍ରରେ ମଧ୍ୟ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛି। ଗତ ମେ’ ମାସରେ ୧୦୦ ଘଣ୍ଟାରେ ୧୦୦ କିମି ରାଜପଥ ନିର୍ମାଣ କରି ବିଶ୍ବ ରେକର୍ଡ ଅତିକ୍ରମ କରାଯାଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସେହିପରି ଗତବର୍ଷ ଅଗଷ୍ଟ ମାସରେ ୧୦୫ ଘଣ୍ଟା ମଧ୍ୟରେ ୭୫ କିମି ସଡ଼କ ନିର୍ମାଣ କରି ଏନଏଚଏଆଇ ଗିନିଜ୍‌ ୱାର୍ଲଡ ରେକର୍ଡ କରିଥିଲା ବୋଲି ସେ କହିଛନ୍ତି। ଟୋଲ ଆଦାୟ କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ହାସଲ କରାଯାଇଛି। ଅଣ ବିଜେପି ସରକାରଙ୍କ ସମୟରେ ଦେଶର ବାର୍ଷିକ ଟୋଲ୍ ରାଜସ୍ବ ସଂଗ୍ରହ ପରିମାଣ ୪,୭୭୦ କୋଟି ଥିଲା। କିନ୍ତୁ ବର୍ତ୍ତମାନ ଏହି ପରିମାଣ ୪୧,୩୪୨ ଟଙ୍କାରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଟୋଲ ରାଜସ୍ବ ସଂଗ୍ରହ ପରିମାଣ ୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଗଡ଼କରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର