ଭାରତରେ ବିଶ୍ବର ସର୍ବାଧିକ ଭୋଟର, ଭୋଟଦେବେ ୯୭ କୋଟି ଲୋକ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ୯୭ କୋଟି ଲୋକ ମତଦାନ ସାବ୍ୟସ୍ତ କରିପାରନ୍ତି। ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସମ୍ବନ୍ଧିତ ସ୍ପେସିଆଲ ସମରି ରିଭିଜନ (ଏସଏସଆର) ରିପୋର୍ଟ, ୨୦୨୪ ଜାରି କରି ସନିର୍ବାଚନ କମିଶନ (ଇସି) ଏହି ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକାରେ ୧୮ରୁ ୨୯ ବର୍ଷର ୨ କୋଟି ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଗତ ଲୋକସଭା ନିର୍ବାଚନ ତୁଳନାରେ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ […]

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ୯୭ କୋଟି ଲୋକ ମତଦାନ ସାବ୍ୟସ୍ତ କରିପାରନ୍ତି। ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସମ୍ବନ୍ଧିତ ସ୍ପେସିଆଲ ସମରି ରିଭିଜନ (ଏସଏସଆର) ରିପୋର୍ଟ, ୨୦୨୪ ଜାରି କରି ସନିର୍ବାଚନ କମିଶନ (ଇସି) ଏହି ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକାରେ ୧୮ରୁ ୨୯ ବର୍ଷର ୨ କୋଟି ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଗତ ଲୋକସଭା ନିର୍ବାଚନ ତୁଳନାରେ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବର ସର୍ବାଧିକ ଭୋଟ ର(୯୬.୮୮ କୋଟି) ଭାରତରେ ଅଛନ୍ତି। ଲୋକସଭା ନିର୍ବାଚନ ପାଇଁ ଏମାନଙ୍କର ପଞ୍ଜିକରଣ ହୋଇଛି। ଏହା ସହିତ ଲିଙ୍ଗାନୁପାତ ୯୪୦ (୨୦୨୩) ରୁ ବୃଦ୍ଧି ପାଇ ୯୪୮ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏସଏସଆର ରିପୋର୍ଟ ଅନୁଯାୟୀ ୧,୬୫, ୭୬, ୬୫୪ ମୃତକ, ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ଏବଂ ନକଲି ଭୋଟରଙ୍କୁ ମତଦାନ ତାଲିକାରୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୭୬,୮୨, ୬୪୨ ଜଣଙ୍କ ମୃତ୍ୟୁ, ୭୫,୧୧, ୧୨୮ ଜଣଙ୍କ ସ୍ଥାନ ବଦଳି ଯାଇଥିବାବେଳେ ୨୨୦୫୬୮୫ ନକଲି ଜାଲ ମତଦାତା ସାମିଲ ଥିଲେ। ନୂଆ ମତଦାତାଙ୍କ ମଧ୍ୟରେ ୧.୪୧ କୋଟି ମହିଳା ସାମିଲ ଅଛନ୍ତି। ଏମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୧୫ ପ୍ରତିଶତ ଅଧିକ। ସେହିପରି ୮୮.୩୫ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ନାମ ମଧ୍ୟ ପଞ୍ଜିକରଣ ହୋଇଛି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

10 Feb 2024 By The Sakala

ଭାରତରେ ବିଶ୍ବର ସର୍ବାଧିକ ଭୋଟର, ଭୋଟଦେବେ ୯୭ କୋଟି ଲୋକ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ୯୭ କୋଟି ଲୋକ ମତଦାନ ସାବ୍ୟସ୍ତ କରିପାରନ୍ତି। ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସମ୍ବନ୍ଧିତ ସ୍ପେସିଆଲ ସମରି ରିଭିଜନ (ଏସଏସଆର) ରିପୋର୍ଟ, ୨୦୨୪ ଜାରି କରି ସନିର୍ବାଚନ କମିଶନ (ଇସି) ଏହି ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକାରେ ୧୮ରୁ ୨୯ ବର୍ଷର ୨ କୋଟି ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଗତ ଲୋକସଭା ନିର୍ବାଚନ ତୁଳନାରେ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବର ସର୍ବାଧିକ ଭୋଟ ର(୯୬.୮୮ କୋଟି) ଭାରତରେ ଅଛନ୍ତି। ଲୋକସଭା ନିର୍ବାଚନ ପାଇଁ ଏମାନଙ୍କର ପଞ୍ଜିକରଣ ହୋଇଛି। ଏହା ସହିତ ଲିଙ୍ଗାନୁପାତ ୯୪୦ (୨୦୨୩) ରୁ ବୃଦ୍ଧି ପାଇ ୯୪୮ ହୋଇଯାଇଛି।

ଏସଏସଆର ରିପୋର୍ଟ ଅନୁଯାୟୀ ୧,୬୫, ୭୬, ୬୫୪ ମୃତକ, ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ଏବଂ ନକଲି ଭୋଟରଙ୍କୁ ମତଦାନ ତାଲିକାରୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୭୬,୮୨, ୬୪୨ ଜଣଙ୍କ ମୃତ୍ୟୁ, ୭୫,୧୧, ୧୨୮ ଜଣଙ୍କ ସ୍ଥାନ ବଦଳି ଯାଇଥିବାବେଳେ ୨୨୦୫୬୮୫ ନକଲି ଜାଲ ମତଦାତା ସାମିଲ ଥିଲେ। ନୂଆ ମତଦାତାଙ୍କ ମଧ୍ୟରେ ୧.୪୧ କୋଟି ମହିଳା ସାମିଲ ଅଛନ୍ତି। ଏମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୧୫ ପ୍ରତିଶତ ଅଧିକ। ସେହିପରି ୮୮.୩୫ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ନାମ ମଧ୍ୟ ପଞ୍ଜିକରଣ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର