୨୦୧୪ ପରେ ବଦଳିଛି ଭାରତ, ମମତା ବାନାର୍ଜୀ ଚଣ୍ଡିପାଠ କରୁଛନ୍ତି, ରାହୁଲ ଗାନ୍ଧୀ ମନ୍ଦିର ଯାଉଛନ୍ତି : ଯୋଗୀ ଆଦିତ୍ୟନାଥ

The Sakala Picture
Published On

କଲକାତା : ଜୋର ଧରୁଛି ପଶ୍ଚିମବଙ୍ଗ ନିର୍ବାଚନ ତାତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ଉଠୁଛୁ ପଡୁଛି। ଭୋଟ ହାତେଇବା ପାଇଁ ଟିଏମ୍‌ସି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର ଚାଲିଛି। ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପଶ୍ଚିମବଙ୍ଗ ପରୁଲିଆରେ ରାଲି କରୁଛନ୍ତି। ରାଲିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମମତା ବାନାର୍ଜୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୧୪ ପରେ […]

କଲକାତା : ଜୋର ଧରୁଛି ପଶ୍ଚିମବଙ୍ଗ ନିର୍ବାଚନ ତାତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ଉଠୁଛୁ ପଡୁଛି। ଭୋଟ ହାତେଇବା ପାଇଁ ଟିଏମ୍‌ସି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର ଚାଲିଛି। ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପଶ୍ଚିମବଙ୍ଗ ପରୁଲିଆରେ ରାଲି କରୁଛନ୍ତି। ରାଲିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମମତା ବାନାର୍ଜୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୧୪ ପରେ ଦେଶରେ ମୋଦୀ ସରକାର ଆସିବା ପରେ ଦେଶ ବଦଳୁଛି । ଏହାର ଏକ ଉଦାହରଣ ହେଉଛି ମମତା ବାନାର୍ଜୀ ଚଣ୍ଡିପାଠ କରୁଛନ୍ତି ଏବଂ ରାହୁଲ ଗାନ୍ଧୀ ମନ୍ଦିର ଯାଉଛନ୍ତି, ଏହା ହେଉଛି ନୂଆ ଭାରତ ବୋଲି ଯୋଗୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହି ରାଲିରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସିର ଗୁଣ୍ଡାମାନେ ଆଇନକାନୁନ ମାନୁନାହାନ୍ତି। ମେ ମାସ ସୁଦ୍ଧା ପଶ୍ଚିମବଙ୍ଗରୁ ଟିଏମସି ଗୁଣ୍ଡାମାନେ ବିଦାୟ ହେବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଟିଏମସି ଗୁଣ୍ଡାମାନଙ୍କୁ ଦଣ୍ଡ ଦିଆଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଧରାପୃଷ୍ଟକୁ ଆସିଛି। ବଙ୍ଗଳା ସର୍ବଦା ପରିବର୍ତ୍ତନର ଧରାପୃଷ୍ଠ ରହିଛି। ବଙ୍ଗଳା ଦେଶକୁ ରାଷ୍ଟ୍ରଗୀତ ମଧ୍ୟ ଦେଇଛି ଓ ବନ୍ଦେ ମାତରମ ମଧ୍ୟ ଦେଇଛି। ବଙ୍ଗଳା ଜନତାଙ୍କ ପୀଡା ଆଉ ଅଧିକ ଦିନ ରହିବନି। ଟିଏମସିର ଗୁଣ୍ଡାଗର୍ଦି ଆଉ ଚାଲିବନି। ମେ ୨ ପରେ ଟିଏମସି ସରକାରଙ୍କ ବିଦାୟ ସୁନିଶ୍ଚିତ। ବଙ୍ଗଳାରେ ଅରାଜକତା ସମୟ ସରି ସରି ଆସୁଛି। ବିଜେପି ସରକାର ଆସିଲେ ଅରାଜକତା ବି ସମାପ୍ତ ହୋଇଯିବ।”

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର