ଭାରତ ତିଆରି କରୁଛି ୫ମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ, ଏଏମସିଏ ପ୍ରକଳ୍ପକୁ ପ୍ରତିରକ୍ଷା ବିଭାଗର ମଞ୍ଜୁରୀ
ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତୀୟ ସେନାର ଅପରେସନ ସିନ୍ଦୂର ସଫଳତାକୁ ନେଇ ଏବେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ଚାଲିଛି। ବିଶେଷକରି ଭାରତର ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଏହି ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବାରୁ ଦେଶର ପ୍ରତିରକ୍ଷା ଗବେଷଣା ସଂସ୍ଥା ଏବଂ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ନିଆଯାଇଥିବା ଏକ ବଡ଼ ନିଷ୍ପତ୍ତି ଅନୁଯାୟୀ ଭାରତୀୟ ବାୟୁସେନାକୁ ଅଧିକ ସଶକ୍ତ କରିବା ଲାଗି ଏକ ନୂଆ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଭାରତରେ […]
ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତୀୟ ସେନାର ଅପରେସନ ସିନ୍ଦୂର ସଫଳତାକୁ ନେଇ ଏବେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ଚାଲିଛି। ବିଶେଷକରି ଭାରତର ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଏହି ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବାରୁ ଦେଶର ପ୍ରତିରକ୍ଷା ଗବେଷଣା ସଂସ୍ଥା ଏବଂ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ନିଆଯାଇଥିବା ଏକ ବଡ଼ ନିଷ୍ପତ୍ତି ଅନୁଯାୟୀ ଭାରତୀୟ ବାୟୁସେନାକୁ ଅଧିକ ସଶକ୍ତ କରିବା ଲାଗି ଏକ ନୂଆ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।
ଭାରତରେ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏମସିଏ)’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ଦେଇଛନ୍ତି। ଏଏମସିଏ ହେଉଛି ଭାରତୀୟ ବାୟୁସେନା ପାଇଁ ଡିଜାଇନ୍ କରାଯାଇଥିବା ଏକ ପଞ୍ଚମ ପିଢ଼ିର ଉନ୍ନତ ମଧ୍ୟମ ଯୁଦ୍ଧ ବିମାନ। ଏହାକୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ପ୍ରସ୍ତୁତ କରାଯିବା ସହିତ ଏଥିରେ ସୁପରକ୍ରୁଜ୍, ଉନ୍ନତ ସେନ୍ସର, ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟେଲଥ ପ୍ରଯୁକ୍ତିବିଦ୍ୟା ଭଳି ବୈଶିଷ୍ଟ୍ୟ ରହିବ। ଷ୍ଟେଲଥ ପ୍ରଯୁକ୍ତିବିଦ୍ୟା ଯୋଗୁ ଏହି ବିମାନ ଶତ୍ରୁପକ୍ଷ ରାଡାରକୁ ମାତ୍ ଦ୍ଇେ ନିଜ ଲକ୍ଷ୍ୟସାଧନ କରିପାରିବ।
ଏହା ବ୍ୟତୀତ ଏହା ଶବ୍ଦର ବେଗ ତୁଳନାରେ ଯଥେଷ୍ଟ ଅଧିକ ବେଗରେ ଗତି କରିବାର କ୍ଷମତା ରଖିବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଅଧୀନରେ କାର୍ଯ୍ୟ କରୁଥିବା ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି (ଏଡିଏ) ଏହି ପ୍ରକଳ୍ପର ନେତୃତ୍ୱ ନେବ ବୋଲି କୁହାଯାଇଛି। ଏଡିଏ ଘରୋଇ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକ ସହିତ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବ ବୋଲି ଯୋଜନା ରହିଛି। ୨୦୩୦ ସୁଦ୍ଧା ଭାରତୀୟ ବାୟୁସେନାକୁ ଏହି ଅତ୍ୟାଧୁନିକ ବିମାନ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବିମାନର ଓଜନ ପ୍ରାୟ ୨୫ ଟନ୍ ହେବ ଏବଂ ଏହା ରାଫେଲ ଓ ସୁଖୋଇ ଅପେକ୍ଷା ଆକାରରେ ଛୋଟ ହେବା ସହିତ ଅଧÒକ ଦ୍ରୁତ ଗତିରେ ଉଡାଣ କରିପାରିବ। ଏହା ଆକାଶରୁ ଆକାଶ ଏବଂ ଆକାଶରୁ ଭୂମି ଉପରେ ଲକ୍ଷ୍ୟ ସାଧନ କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି।