ଭାରତ-ଚୀନ ସୀମା ବିବାଦ: ଗୋଗ୍ରା ହାଇଟସରୁ ଉଭୟ ଦେଶ କରିବେ ନିଜ ସେନା ପ୍ରତ୍ୟାହାର, କମାଣ୍ଡରସ୍ତରୀୟ ବୈଠକରେ ନିଷ୍ପତି

The Sakala Picture
Published On

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ବର୍ଷରୁ ଲାଗିରହିଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। ଆଜି ବସିଥିବା କମାଣ୍ଡରସ୍ତରୀୟ ବୈଠକରେ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ଗତବର୍ଷ ମେ ମାସରୁ ଏଠାରେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଯୁଦ୍ଧାସ୍ତ୍ର ଏବଂ ସେନା ସଂଖ୍ୟା ବୃଦ୍ଧି ହେବାରେ ଲମାଗିଥିଲା । ଶନିବାର ବୈଠକରେ ଗୋଗ୍ରା ହାଇଟ୍ସରୁ ସେନା […]

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ବର୍ଷରୁ ଲାଗିରହିଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। ଆଜି ବସିଥିବା କମାଣ୍ଡରସ୍ତରୀୟ ବୈଠକରେ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ଗତବର୍ଷ ମେ ମାସରୁ ଏଠାରେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଯୁଦ୍ଧାସ୍ତ୍ର ଏବଂ ସେନା ସଂଖ୍ୟା ବୃଦ୍ଧି ହେବାରେ ଲମାଗିଥିଲା ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଶନିବାର ବୈଠକରେ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ନିଷ୍ପତ୍ତିକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ। ଏହା ଉଭୟ ଦେଶ ମଧ୍ୟରେ ୧୨ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଥିଲା । ଭାରତ ଏବଂ ଚୀନ ମିଳିତ ଭାବେ ସୀମାରେ ଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଏଥିସହ ଆଗକୁ ସୀମାର ଯେଉଁ ସବୁ ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଛି, ତା’ ଉପରେ ମଧ୍ୟ ଉଭୟ ଦେଶ ଆଲୋଚନା ଜାରି ରଖିବେ ବୋଲି ରାଜି ହୋଇଛନ୍ତି।ଆଗକୁ ସୀମାରେ ଥିବା ଅନ୍ୟ ବିବାଦୀୟ ସ୍ଥିତିଗୁଡିକର ସମାଧାନ ରାସ୍ତା ବାହାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଆଗକୁ ଆହୁରି ଆଲୋଚନା ଜାରୀ ରହିବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର