ଆଜି ‘ଇଣ୍ଡିଆ’ ମେଣ୍ଟ ବୈଠକ, ଆସନ ବୁଝାମଣା ପାଇଁ ହୋଇପାରେ ଆଲୋଚନା

The Sakala Picture
Published On

ନୂଆଦିଲ୍ଲୀ: ଆଜି  ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୩ ମାସ ତଳେ ମୁମ୍ବାଇ ଠାରେ ଅନୁଷ୍ଠିତ ବୈଠକ ପରେ ୨୬ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଗୋଟିଏ ପକ୍ଷରେ ନିକଟରେ ଶେଷ ହୋଇଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଫଳ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ତେଣୁ ବିଜେପି ବିରୋଧରେ ପୁଣି ଅଣ୍ଟା […]

ନୂଆଦିଲ୍ଲୀ: ଆଜି  ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୩ ମାସ ତଳେ ମୁମ୍ବାଇ ଠାରେ ଅନୁଷ୍ଠିତ ବୈଠକ ପରେ ୨୬ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଗୋଟିଏ ପକ୍ଷରେ ନିକଟରେ ଶେଷ ହୋଇଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଫଳ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ତେଣୁ ବିଜେପି ବିରୋଧରେ ପୁଣି ଅଣ୍ଟା ଭିଡିବାକୁ ମେଣ୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇ ଏହି ବୈଠକ ଆହୂତ କରାଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହି ବୈଠକରେ ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା କରାଯିବା ସହିତ ଏଥିନେଇ କିଛି ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ବିଗତ ଦିନରେ ଏହି ମେଣ୍ଟରେ ସାମିଲ ରହିଥିବା ପ୍ରମୁଖ ଦଳଗୁଡିକର ଆଚରଣ ଏବଂ ଆଭିମୁଖ୍ୟ ଯେଭଳି ରହିଆସିଛି ତାହାକୁ ନେଇ ଆସନ ବୁଝାମଣା କେତେ ଦୂର ସମ୍ଭବ ହେବ ତାହା ଏବେ ରାଜନୀତିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି। ବିଶେଷକରି କଂଗ୍ରେସ, ଜେଡିୟୁ, ଟିଏମସି, ଆମ୍‌ ଆଦମୀ ପାର୍ଟି, ଏନସିପି ଏବଂ ସମାଜବାଦୀ ପାର୍ଟି ଭଳି ପ୍ରମୁଖ ଦଳୀୟ ନେତା ବିଜେପି ବିରୋଧରେ ଏକାଠି ଲଢିବାକୁ ପଣ କରିଥିଲେ ହେଁ ଦଳୀୟ ନେତାଙ୍କ ମଧ୍ୟରେ ସେଭଳି ଦାମ୍ଭିକତା ଦେଖାଯାଉ ନାହିଁ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି। ଏହି ବୈଠକକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସିବେ କି ନାହିଁ ତାହା ସ୍ପଷ୍ଟ କରି ନଥିଲା ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ମଧ୍ୟ ସଂଶୟ ଲାଗି ରହିଛି। ସେହିପରି ଜେଡିୟୁ ମୁଖ୍ୟ ନୀତୀଶ କୁମାର ମଧ୍ୟ ନିଜେ ଉପସ୍ଥିତ ନରହି ଲଲନ ସିଂଙ୍କୁ ପଠାଇପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଅନ୍ୟପକ୍ଷରେ ଏହି ବୈଠକରେ ଯୋଗ ଦେବାକୁ ଏନସିପି ନେତା ଶରଦ ପାୱାର ମଧ୍ୟ ସ୍ପଷ୍ଟ କରିନାହାନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଆସୁଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ହେଁ ସେ ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମେଣ୍ଟରେ ସାମିଲ ରହିଥିବା ୬ ବାମପନ୍ଥୀ ଦଳର ଆଭିମୁଖ୍ୟ ମଧ୍ୟ ବେଳକୁ ବେଳ ଭିନ୍ନ ହେବାରେ ଲାଗିଛି ବୋଲି କୁହାଯାଉଛି। ତେଣୁ ଏଭଳି ସ୍ଥଳେ ଇଣ୍ଡିଆ ମେଣ୍ଟର ଏହି ବୈଠକରେ କି ନିର୍ଯ୍ୟାସ ବାହାରିବ ତାହାକୁ ନେଇ ସାଧାରଣରେ ଭ୍ରୁକୂଞ୍ଚନ ସୃଷ୍ଟି ହୋଇଛି। କାରଣ ମୁମ୍ବାଇ ଠାରେ ଅନୁଷ୍ଠିତ ଶେଷ ବୈଠକରେ ଯାହା କିଛି ନିଷ୍ପତ୍ତି ହୋଇଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବରଂ କିଛି ଦଳ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଆଣିଥିବା ଦେଖାଯାଇଛି। ତେଣୁ ଆଗକୁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ ସଫଳ ହେବା ନେଇ ସଦସ୍ୟ ଦଳର ନେତାମାନେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ବୋଲି ରାଜନୀତିକ ମହଲରେ ଆଲୋଚନା ଚାଲିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର