ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେବାରୁ ବିରତ ରହିଲା ଭାରତ

The Sakala Picture
Published On

ନ୍ୟୁୟର୍କ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି। ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା […]

ନ୍ୟୁୟର୍କ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି। ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିପକ୍ଷରେ ଆସିଥିବା ପ୍ରସ୍ତାବର ସମର୍ଥନ କରି ୧୫ଟି ଦେଶ ମଧ୍ୟରୁ ୧୧ ଦେଶ ଭୋଟ ଦେଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଋଷ ଭିଟୋ ପ୍ରୟୋଗ କରିଥିଲା । ଏହା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସମେତ ଚୀନ ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ଦୂରେଇ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଏହି ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଋଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ । କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ଋଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ । ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର