ମନରୁ ଗୋଲାମିର ମାନସିକତା ଦୂର କରି,ସାମର୍ଥ୍ୟର ସହ ବିଶ୍ବ ଦରବାରରେ ଛିଡ଼ା ହେବାକୁ ହେବ : ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ […]

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ଉଡୁଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ । ନୂଆ ରାସ୍ତା, ନୂଆ ସଂକଳ୍ପ, ନୂଆ ସାମର୍ଥ୍ୟ ସହ ଆଗକୁ ବଢିବାର ନୂଆ ଅବସର ମିଳିଛି । ଭାରତର ସବୁ କୋଣ ଅନୁକୋଣରେ ସ୍ୱାଧିନତା ଆନ୍ଦୋଳନର ବହ୍ନି ଜଳିଥିଲା । ବୀର ସୁପୁତ୍ର ବଳିଦାନ ଦେଇଥିଲେ । ଇଂରେଜଙ୍କ ମୂଳଦୁଆ ଦୋହଲାଇ ଦେଇଥିଲେ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ସଂକଳ୍ପ ନେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସେହିପରି ଦେଶର ମହାପୁରୁଷଙ୍କ ଅବଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେବା ସହ ସହିଦ ଭଗତ ସିଂହ, ରାଜଗୁରୁଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ମୋଦୀ। ଏଥି ସହିତ ତାନ୍ତିଆ ଟୋପେ, ଜୟୀ ରାଜଗୁରୁ, ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାଧୀନତା ପରେ ଦେଶ ନିର୍ମାଣକାରୀଙ୍କୁ ମନେ ପକାଇବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି। ୭୫ ବର୍ଷ ଭିତରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନେହରୁ, ପଟେଲ, ଶାସ୍ତ୍ରୀ, ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦୀ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବିଗତ ୭୫ ବର୍ଷର ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛୁ। କେବେ କୌଣସି ପରିସ୍ଥିତିରେ ହାରିବାକୁ ଦେଇନାହୁଁ। ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନୁ। ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ। ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି, ମାତ୍ର ଆଗକୁ ବଢୁଛୁ। ଭାରତର ବିବିଧତା ହେଉଛି ଆମର ପ୍ରକୃତ ଶକ୍ତି। ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ ବୋଲି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଜି ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଥମ ପ୍ରତିଜ୍ଞା- ବିକଶିତ ଭାରତ

ଦ୍ୱିତୀୟ ପ୍ରତିଜ୍ଞା- କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ।

ତୃତୀୟ ପ୍ରତିଜ୍ଞା- ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା।

ଚତୁର୍ଥ ପ୍ରତିଜ୍ଞା- ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ।

ପଞ୍ଚମ ପ୍ରତିଜ୍ଞା- ପଞ୍ଚମ ସଙ୍କଳ୍ପ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍‌ ପଡିବେ ନାହିଁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୨୫ ବର୍ଷ ପାଇଁ ଏହି ୫ଟି ସଂକଳ୍ପ ଆଧାରରେ ଆମକୁ ଧ୍ୟାନ ଦେବାକୁ ପଡିବ। ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ପ୍ରଣ ବା ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଦେଶ ପାଇଁ ଶପଥ ନେଇଛନ୍ତି।

ଭାରତ ହେଉଛି ଏକ ଆକାଙ୍‌କ୍ଷୀ ସମାଜ ଯେଉଁଠି ପରିବର୍ତ୍ତନ ସମ୍ମିଳିତ ଶକ୍ତିରେ ସମ୍ଭବ ହୁଏ। ଭାରତୀୟମାନେ ସକାରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି ଓ ସେଥିପ୍ରତି ଅବଦାନ ଦେବାକୁ ମଧ୍ୟ ଆଗ୍ରହୀ। ପ୍ରତ୍ୟକ ସରକାର ଏହି ଆକାଙ୍‌କ୍ଷୀ ସମାଜର ସମସ୍ୟା ବୁଝିବା କଥା।ଭାରତ ହେଉଛି ଗଣତନ୍ତ୍ରର ଜନନୀ। ନିଜର ୭୫ ବର୍ଷ ଯାତ୍ରା କାଳରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇ ପ୍ରମାଣ କରି ଦେଇଛି ଯେ, ସେସବୁର ମୁକାବିଲା କରିବାକୁ ତା’ର କ୍ଷମତା ଅଛି।

ଆମ ମାନଙ୍କ ପାଇଁ ସବୁଠୁ ବଡ ସଂକଳ୍ପ – ‘ବିକଶିତ ଭାରତ ହେବା ଜରୁରୀ’ । ଏକତା ଆମ ସମସ୍ତଙ୍କ ପାଇଁ ଆବଶ୍ୟକ । ନାଗରିକଙ୍କ କର୍ତ୍ତବ୍ୟ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ସବୁ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି ଦେଶରେ ଥିବା ସମସ୍ତ ଭାଷାକୁ ନେଇ ଗର୍ବ କରିବା ଜରୁରୀ । ଯୁବଗୋଷ୍ଠୀ ନିଜର ପରାକାଷ୍ଠା ପ୍ରମାଣିତ କରିବା ଜରୁରୀ ।ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ । ପରିବାରବାଦକୁ ଦୂର କରିବା ଆବଶ୍ୟକ । ଯିଏ ଲୁଟିଛି ସେମାନଙ୍କୁ ସମ୍ପତ୍ତି ଫେରାଇବାକୁ ପଡିବ । ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି । ଦୁର୍ନୀତି ଏକ ଆବର୍ଜନା, ହଟାଇବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର