ଦୁର୍ନୀତି ଓ ପରିବାରବାଦ ଦେଶପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଆହ୍ବାନ, ଚାଲନ୍ତୁ ଏଥିରୁ ଭାରତକୁ ମୁକ୍ତ କରିବା ପାଇଁ ସଙ୍କଳ୍ପ କରିବା : ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଆଜି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି ଏବଂ ପରିବାରବାଦ ବଡ଼ […]

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଆଜି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି ଏବଂ ପରିବାରବାଦ ବଡ଼ ଚାଲେଞ୍ଜ୍‌ ପାଲଟିଛି କାରଣ ପରିବାରବାଦ ମଧ୍ୟ ସମସ୍ତଙ୍କଠାରୁ ସୁଯୋଗ ଛଡ଼ାଇ ନେଉଛିଟ୍ଟ ଆନୁବଂଶିକ ରାଜନୀତି ମଧ୍ୟ ସେମିତ କରୁଛି। ଚାଲନ୍ତୁ, ଏଥିରୁ ଭାରତକୁ ମୁକ୍ତ କରିବା ପାଇଁ ସଙ୍କଳ୍ପ କରିବା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ପ୍ରଧାନମନ୍ତ୍ରୀ କହିଛନ୍ତି ଅତୀତର ସରକାରରେ ଯେଉଁମାନେ ଭାରତକୁ ଲୁଟ୍‌ କରିଛନ୍ତି ଏବେ ସେମାନେ ସେମାନଙ୍କ ପାପର ପ୍ରତିଫଳ ଭୋଗୁଛନ୍ତି। ଆମେ ସେମାନଙ୍କ ଅଧର୍ମ ବିତ୍ତ ସବୁ ବ୍ୟାଜାପ୍ତି କରୁଛୁ। ଦୁର୍ନୀତି ବିରୋଧରେ ସଂଗ୍ରାମରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି। ଦୁର୍ନୀତି ଏବଂ ଦୁର୍ନୀତିଖୋରମାନଙ୍କ ବିରୋଧରେ ଆମକୁ ସଂଗ୍ରାମ କରିବାକୁ ପଡ଼ିବ।ଦୁର୍ନୀତିକୁ ସମୂଳେ ଧ୍ୱଂସ କରିବା ଉଚିତ। ଭାରତର ଲୋକେ ଗରିବୀ ସହ ଲଢ଼ୁଛନ୍ତି। ତେଣୁ ଆମକୁ ପୂରା ସାହସର ସହ ଦୁର୍ନୀତି ବିରୋଧରେ ଲଢ଼ିବାକୁ ହେବ। ନୂଆ ଭାରତ ପାଇଁ ଦେଶରୁ ଦୁର୍ନୀତିକୁ ହଟାଇବାକୁ ହେବ ବୋଲି ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି।ଯୋଗ୍ୟତା ଭିତ୍ତିରେ ଦେଶକୁ ଆଗେଇ ନେବା ନିମନ୍ତେ ଆମ ପ୍ରତିଷ୍ଠାନଗୁଡ଼ିକର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ନିମନ୍ତେ ଆମକୁ ‘ପରିବାରବାଦ’ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ‘ପରିବାରବାଦ’ଦ୍ବାରା ଦେଶର କେତେଗୁଡ଼ିଏ ପ୍ରତିଷ୍ଠାନ ଶୃଙ୍ଖଳିତ ହୋଇପଡ଼ିଛି। ଏହା କେବଳ ରାଜନୀତି କ୍ଷେତ୍ରରେ ସୀମିତ ନାହିଁ। ଏହା ଦୁର୍ନୀତିକୁ ବି ପ୍ରୋତ୍ସାହନ ଦେଉଛି। ଆମେ ଦେଶକୁ ପରିବାରବାଦ ଏବଂ ତା’ର ଦୁର୍ବାର ଅଭିବୃଦ୍ଧିରୁ ଦେଶକୁ ମୁକ୍ତ ରଖିବାକୁ ପଡ଼ିବ।ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର