ରତନ ଟାଟାଙ୍କ ଇଛାପତ୍ର: ଜାଣନ୍ତୁ କାହାକୁ ମିଳିବ କେତେ ସମ୍ପତ୍ତି…

The Sakala Picture
Published On

ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ ରତନଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ। ଏହି ସମ୍ପତ୍ତି ସମେତ ଟାଟା ସନ୍ସ ଶିଳ୍ପଗୋଷ୍ଠୀରେ ତାଙ୍କର ରହିଥିବା ଅଂଶଧନକୁ କିଏ କିଭଳି ପାଇବ ତାହାକୁ ରତନ ନିଜ […]

ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ ରତନଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ। ଏହି ସମ୍ପତ୍ତି ସମେତ ଟାଟା ସନ୍ସ ଶିଳ୍ପଗୋଷ୍ଠୀରେ ତାଙ୍କର ରହିଥିବା ଅଂଶଧନକୁ କିଏ କିଭଳି ପାଇବ ତାହାକୁ ରତନ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଇଛାପତ୍ରରେ ସେ ନିଜ ଜ୍ଞାତିକୂଟୁମ୍ବ ସଦସ୍ୟଙ୍କ ନାମ ଉଲ୍ଲେଖ କରିଥିଲା ବେଳେ ତାଙ୍କୁ ବର୍ଷ ବର୍ଷ ଧରି ସେବା ଯୋଗାଇ ଦେଇଆସୁଥିବା ଚପରାସୀ ଏବଂ ପାଳିତ କୁକୁରର ଯତ୍ନ ପାଇଁ ମଧ୍ୟ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମିଳିଥିବା ସୂଚନା ଅନୁସାରେ ରତନଙ୍କ ସମ୍ପତ୍ତିରୁ କିଛି ଭାଗ ଟାଟା ଫାଉଣ୍ଡେସନକୁ ଦେବାକୁ ଏହି ଇଛାପତ୍ରରେ ଉଲ୍ଲେଖ ରହିଥିଲା ବେଳେ ତାଙ୍କ ଭାଇ ଜିମି ଟାଟା, ସମ୍ପର୍କୀୟ ଭଉଣୀ ସିରେନ୍‌ ଏବଂ ଦିଆନା ଜେଜି ଭୟୋଙ୍କୁ ଦେବାକୁ ଉଲ୍ଲେଖ ରହିଛି। ସେହିପରି ବିଗତ ତିନି ଦଶନ୍ଧି ଧରି ଘରୋଇ ଚପରାସୀ ଭାବେ ରତନଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ସୁଭେୟାଙ୍କ ନାମ ମଧ୍ୟ ଏହି ତାଲିକାରେ ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା ରତନଙ୍କ ପାଳିତ ପ୍ରିୟ କୁକୁର ‘ଟିଟୋ’ର ଯତ୍ନ ପାଇଁ ମଧ୍ୟ ସେ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ବର୍ଷ ବର୍ଷ ଧରି ରତନଙ୍କ ରୋଷେୟା ଭାବେ କାର୍ଯ୍ୟ କରିଆସିଥିବା ରାଜନ ସ’ଙ୍କୁ ଟିଟୋର ଯତ୍ନ ପାଇଁ ଦାୟିତ୍ବ ଦିଆଯାଇଥିଲା ବେଳେ ଏଥିପାଇଁ ମଧ୍ୟ ରାଜନଙ୍କ ନାମରେ ସମ୍ପତ୍ତିରୁ କିଛି ଅଂଶ ଦେବାକୁ ରତନ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଉଲ୍ଲେଖଯୋଗ୍ୟ ଯେ, କୁକୁର ପ୍ରେମୀ ଭାବେ ରତନ ଟାଟା ବୁଲା କୁକୁରଙ୍କ ସେବା ଯତ୍ନ ନେବାକୁ ପଛାଇ ନଥିଲେ। ସେ ଥରେ ଗୋଆ ଯାଇଥିଲା ବେଳେ ସେଠାରେ ତାଙ୍କୁ ନିରନ୍ତର ପିଛା କରୁଥିବା ଏକ ବୁଲା କୁକୁରକୁ ମଧ୍ୟ ସେ ନିଜ ଘରକୁ ନେଇ ଆସି ପାଳିଥିଲେ। ଏହାର ନାମ ‘ଗୋଆ’ ରଖାଯାଇଥିଲା ଏବଂ ସେ ରତନଙ୍କ ଶେଷକୃତ୍ୟରେ ବି ଯୋଗ ଦେଇଥିବା ଦେଖାଯାଇଥିଲା। କେବଳ ସେତିକି ନୁହେଁ, ବୁଲା କୁକୁର ଏବଂ ପଶୁଙ୍କୁ ସହାୟତା କରିବା ଲାଗି ରତନଙ୍କ ଶିଳ୍ପଗୋଷ୍ଠୀରେ ସାମିଲ ହୋଇଥିବା ୨୯ ବର୍ଷୀୟ ଶାନ୍ତନୁ ନାଇଡୁଙ୍କୁ ମଧ୍ୟ ସମ୍ପତ୍ତିର କିଛି ଅଂଶ ଦେବାକୁ ରତନ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ଶାନ୍ତନୁ ଆରମ୍ଭ କରିଥିବା ଅନୁଷ୍ଠାନ ‘ଗୁଡ୍‌ଫେଲୋଜ୍‌’ ପାଇଁ ରତନ ଯେଉଁ ଅର୍ଥ ସହାୟତା ଦେଇଥିଲେ ତାହାକୁ ମଧ୍ୟ ସେ ଶାନ୍ତନୁଙ୍କ ନାମରେ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଶାନ୍ତନୁ ବିଦେଶରେ ପାଠ ପଢିଥିଲା ବେଳେ ସେଥିପାଇଁ ଯାହାକିଛି ଖର୍ଚ୍ଚ ହୋଇଥିଲା ତାହାକୁ ମଧ୍ୟ ଭରଣା କରିବାକୁ ରତନ ତାଙ୍କ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଉଲ୍ଲେଖଯୋଗ୍ୟ ଯେ, ରତନ ଟାଟାଙ୍କ ମୁମ୍ବାଇ ସ୍ଥିତ ଟାଟା ଇଷ୍ଟେଟ୍‌ ବ୍ୟତୀତ ମହାରାଷ୍ଟ୍ରର ଆଲିବାଗ୍‌ରେ ସମୁଦ୍ର ଉପକୂଳରେ ୨୦୦୦ ବର୍ଗଫୁଟ୍‌ ପରିମିତ ଏକ ବଙ୍ଗଳା ରହିଛି। ଏହାବ୍ୟତୀତ ଜୁହୁରେ ଦୁଇ ମହଲା ବିଶିଷ୍ଟ ଆବାସିକ ବିଲ୍ଡିଂ ଏବଂ ୩୫୦ କୋଟି ଟଙ୍କାର ସ୍ଥାୟୀ ବ୍ୟାଙ୍କ ଜମା ରହିଛି। ସେହିପରି ୧୬୫ ବିଲିୟନ ଡଲାର ମୂଲ୍ୟର ଟାଟା ଗ୍ରୁପ୍‌ରେ ରତନଙ୍କ ୦.୮୩ ପ୍ରତିଶତ ଅଂଶଧନ ରହିଛି। ତେବେ ରତନ ତାଙ୍କ ଇଛାପତ୍ରରେ ଯାହାକିଛି ଉଲ୍ଲେଖ କରିଛନ୍ତି ତାହା ବମ୍ବେ ହାଇକୋର୍ଟଙ୍କ ଦ୍ବାରା ତର୍ଜମା କରାଯିବ ଏବଂ ହିତାଧିକାରୀଙ୍କୁ ଆବଶ୍ୟକ ଅଂଶଧନ ମିଳିବା ଲାଗି ୭ ରୁ ୮ ମାସ ସମୟ ଲାଗିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର