ପୁଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ: ଥାନାରେ ମାନବାଧିକାର ବିପଦର ଭୟ ସବୁଠାରୁ ଅଧିକ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣ ପୁଲିସ୍‌ର ଚରିତ୍ରକୁ ନେଇ ରବିବାର ବଡ଼ ଟିପ୍ପଣୀ ଦେଇଛନ୍ତି। ଥାନାରେ ମାନବାଧିକାର ଉଲ୍ଲଘଂନର ଭୟ ସର୍ବାଧିକ ରହିଥିବା ବେଳେ ଏବେ ବି ସାରା ଦେଶରେ ହାଜତଜନିତ ନିର୍ଯାତନା ଏବଂ ଅତ୍ୟାଚାର ବଳବତ୍ତର ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ବ୍ୟକ୍ତି ବିଶେଷ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଦେଶର ସର୍ବାଧିକ ଥାନାରେ ପୁଲିସ୍‌ର ଏଭଳି କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ମାନବିକ ଅଧିକାର ପ୍ରତି ବିପଦ ବୋଲି […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣ ପୁଲିସ୍‌ର ଚରିତ୍ରକୁ ନେଇ ରବିବାର ବଡ଼ ଟିପ୍ପଣୀ ଦେଇଛନ୍ତି। ଥାନାରେ ମାନବାଧିକାର ଉଲ୍ଲଘଂନର ଭୟ ସର୍ବାଧିକ ରହିଥିବା ବେଳେ ଏବେ ବି ସାରା ଦେଶରେ ହାଜତଜନିତ ନିର୍ଯାତନା ଏବଂ ଅତ୍ୟାଚାର ବଳବତ୍ତର ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ବ୍ୟକ୍ତି ବିଶେଷ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଦେଶର ସର୍ବାଧିକ ଥାନାରେ ପୁଲିସ୍‌ର ଏଭଳି କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ମାନବିକ ଅଧିକାର ପ୍ରତି ବିପଦ ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି ଅଫ୍‌ ଇଣ୍ଡିଆ (ଏନଏଏଲଏସଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ କହିଛନ୍ତି ଯେ, ଆମ ସମାଜରେ ଥାନାରେ ଅଟକ ରହିଥିବା ଲୋକଙ୍କ ପ୍ରତି ପୁଲିସ୍‌ର ବ୍ୟବହାର ଏବଂ ଅତ୍ୟାଚାର ଏବେ ମଧ୍ୟ ଜାରି ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ଲୋକଙ୍କ ପ୍ରତି ମଧ୍ୟ ପୁଲିସ୍‌ ‘ ଥାର୍ଡ ଡିଗ୍ରୀ’ ଲାଗୁ କରୁଥିବା ନିକଟରେ ବିଭିନ୍ନ ରିପୋର୍ଟରୁ ଜାଣିବାକୁ ମିଳିଛି। ଥାନାରେ ଅଟକ କିମ୍ବା ବିଚାର ବିଭାଗୀୟ ହାଜତରେ ରହିବା ବେଳେ ଲୋକଙ୍କ ମାନବାଧିକାର ରକ୍ଷା କରିବା ନେଇ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ଏଥିନେଇ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି। ହେଲେ ସ୍ଥଳ ବିଶେଷରେ ଜଣେ ଆଇନ ବିଶେଷଜ୍ଞଙ୍କ ଦ୍ବାରା ପୁଲିସ୍‌ ନିକଟରେ କୌଣସି ମାମଲାର ସଠିକ୍‌ ଉପସ୍ଥାପନ କରାଯାଇପାରୁ ନଥିବାରୁ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଉଛି ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି। ହେଲେ କୌଣସି ମାମଲାରେ ସୁବିଧା ରହିଥିବା ଜଣେ ଲୋକ ଏବଂ ଜଣେ ଅସୁରକ୍ଷିତ ଲୋକକୁ ନ୍ୟାୟ ଦେବା କ୍ଷେତ୍ରରେ ଯେଉଁ ଦୂରତ୍ବ ରହିଛି ତାହାକୁ ଦୂର କରାଯିବା ଉଚିତ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ପୁଲିସ୍‌ର ମାତ୍ରାଧିକ ଅତ୍ୟାଚାର କିମ୍ବା ଦୁର୍ବବ୍ୟହାରକୁ ରୋକିବା ନେଇ ଯେଉଁସବୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ମାଗଣା ଆଇନ ସେବା ଉପଲବ୍ଧ କରାଯାଉଛି ତାହା ସମସ୍ତ ଥାନାରେ ବିସ୍ତାର ଭାବେ ଲେଖାଯିବା ସହିତ ବାହାରେ ମଧ୍ୟ ବୋର୍ଡରେ ସୂଚିତ କରାଯିବା ଉଚିତ ବୋଲି ରମଣ କହିଛନ୍ତି। ଆମ ଦେଶରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ବିବିଧତା ରହିଛି। ହେଲେ କାହାରିକୁ ନ୍ୟାୟ ଦିଆଯିବା କ୍ଷେତ୍ରରେ ଏହା ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଦେଶବାସୀଙ୍କୁ ନ୍ୟାୟ ଦେବା ନେଇ ନ୍ୟାୟପାଳିକା ବ୍ୟବସ୍ଥା ରହିଛି ଏବଂ ପ୍ରତ୍ୟେକ ସ୍ତରରେ ଏହାକୁ ନିଶ୍ଚିତ କରାଯିବା ଉଚିତ ବୋଲି ଜଷ୍ଟିସ ରମଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର