ଭାରତରେ ବିଦେଶୀଙ୍କୁ ମିଳିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ: ବିଦେଶୀଙ୍କୁ ଏବେ ଭାରତରେ ଦିଆଯାଇପାରିବ କରୋନା ଟିକା। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ବିଦେଶୀମାନେ କୋଓ୍ୱିନ ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଟିକା ମିଳିବ। ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ଭାରତରେ ରହୁଥିବା ଅନେକ ବିଦେଶୀ ଟିକା ନ ନେଇଥିବାରୁ ସମସ୍ୟା ଉପଜୁଛି। ବିଶେଷ କରି ମେଟ୍ରୋପଲିଟାନ ସହରଗୁଡିକରେ ସେମାନେ ଅଧିକ ସଂଖ୍ୟାରେ ରହୁଛନ୍ତି। ତେଣୁ ସେମାନଙ୍କୁ ଟିକାକରଣ କରିବା ଲାଗି ସରକାର […]

ନୂଆଦିଲ୍ଲୀ: ବିଦେଶୀଙ୍କୁ ଏବେ ଭାରତରେ ଦିଆଯାଇପାରିବ କରୋନା ଟିକା। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ବିଦେଶୀମାନେ କୋଓ୍ୱିନ ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଟିକା ମିଳିବ। ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ଭାରତରେ ରହୁଥିବା ଅନେକ ବିଦେଶୀ ଟିକା ନ ନେଇଥିବାରୁ ସମସ୍ୟା ଉପଜୁଛି। ବିଶେଷ କରି ମେଟ୍ରୋପଲିଟାନ ସହରଗୁଡିକରେ ସେମାନେ ଅଧିକ ସଂଖ୍ୟାରେ ରହୁଛନ୍ତି। ତେଣୁ ସେମାନଙ୍କୁ ଟିକାକରଣ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସାମଗ୍ରିକ ଭାବେ ଲୋକଙ୍କୁ କୋଭିଡରୁ ମୁକ୍ତ ରଖିବା ଲାଗି ବିଦେଶୀଙ୍କୁ ଟିକାକରଣ ଲାଗି ଦାବି ହୋଇଆସୁଥିଲା। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି ଏବଂ ୯ ଅଗଷ୍ଟ ସୁଦ୍ଧା ୫୧ କୋଟିରୁ ଅଧିକ ଡୋଜ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା ଖାଲରେ ପଡିଲା ଆମ୍ବୁଲାନ୍ସ, ବ୍ରେନ୍ ଡେଡ୍ ମହିଳାଙ୍କ ଶରୀରରେ ଫେରିଆସିଲା ଜୀବନ

10 Aug 2021 By The Sakala

ଭାରତରେ ବିଦେଶୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ବିଦେଶୀଙ୍କୁ ଏବେ ଭାରତରେ ଦିଆଯାଇପାରିବ କରୋନା ଟିକା। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ବିଦେଶୀମାନେ କୋଓ୍ୱିନ ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଟିକା ମିଳିବ। ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ଭାରତରେ ରହୁଥିବା ଅନେକ ବିଦେଶୀ ଟିକା ନ ନେଇଥିବାରୁ ସମସ୍ୟା ଉପଜୁଛି। ବିଶେଷ କରି ମେଟ୍ରୋପଲିଟାନ ସହରଗୁଡିକରେ ସେମାନେ ଅଧିକ ସଂଖ୍ୟାରେ ରହୁଛନ୍ତି। ତେଣୁ ସେମାନଙ୍କୁ ଟିକାକରଣ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସାମଗ୍ରିକ ଭାବେ ଲୋକଙ୍କୁ କୋଭିଡରୁ ମୁକ୍ତ ରଖିବା ଲାଗି ବିଦେଶୀଙ୍କୁ ଟିକାକରଣ ଲାଗି ଦାବି ହୋଇଆସୁଥିଲା। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି ଏବଂ ୯ ଅଗଷ୍ଟ ସୁଦ୍ଧା ୫୧ କୋଟିରୁ ଅଧିକ ଡୋଜ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର