୧୨ ମିନିଟରେ ଲୁଟିନେଲେ ୯ କୋଟିର ସୁନା

The Sakala Picture
Published On

ଜୟପୁର : ରାଜସ୍ଥାନର ବୁରୁରେ ଫିଲ୍ମ ଶୈଳୀରେ ଲୁଟ୍ ହୋଇଛି । ମାସ୍କ ପିନ୍ଧିଥିବା କିଛି ଦୁର୍ବୃତ୍ତ ୧୨ ମିନିଟରେ ୯ କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଋଣ ନେବା ଆଳରେ ମଣପୁରମ ଫାଇନାନ୍ସ ଲିମିଟେଡର ଅଫିସକୁ ପ୍ରବେଶ କରିଥିଲେ। ପରେ ମାତ୍ର ୧୨ ମିନିଟରେ ୧୭ କିଲୋଗ୍ରାମ ସୁନା ଓ ୮.୯୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଏହି ଘଟଣାର ସୂଚନା ମିଳିବା ପରେ ପୁଲିସ ସକ୍ରିୟ ହୋଇ ଉଠିଥିଲା। […]

ଜୟପୁର : ରାଜସ୍ଥାନର ବୁରୁରେ ଫିଲ୍ମ ଶୈଳୀରେ ଲୁଟ୍ ହୋଇଛି । ମାସ୍କ ପିନ୍ଧିଥିବା କିଛି ଦୁର୍ବୃତ୍ତ ୧୨ ମିନିଟରେ ୯ କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଋଣ ନେବା ଆଳରେ ମଣପୁରମ ଫାଇନାନ୍ସ ଲିମିଟେଡର ଅଫିସକୁ ପ୍ରବେଶ କରିଥିଲେ। ପରେ ମାତ୍ର ୧୨ ମିନିଟରେ ୧୭ କିଲୋଗ୍ରାମ ସୁନା ଓ ୮.୯୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଏହି ଘଟଣାର ସୂଚନା ମିଳିବା ପରେ ପୁଲିସ ସକ୍ରିୟ ହୋଇ ଉଠିଥିଲା। ଲୁଟ୍‌ର ୩ ଘଣ୍ଟା ମଧ୍ୟରେ ପୁଲିସ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସୂଚନା ଅନୁଯାୟୀ, ବୁରୁର ରିଲାଏନ୍ସ ମଲ୍ ନିକଟରେ ଥିବା ମଣପୁରମ ଅଫିସକୁ ସୋମବାର ଅପରାହ୍ନ ୩ଟା ସମୟରେ ୪ ଜଣ ଯୁବକ ପ୍ରବେଶ କରିଥିଲେ । ପରେ ଜଣେ ଯୁବକ ନିଜ ମୁଦି ଦେଖାଇ ଋଣ ବିଷୟରେ ଆଲୋଚନା ଆରମ୍ଭ କରିଥିଲା । ଏହି ସମୟରେ ଶାଖାରେ ଦୁର୍ବୃତ୍ତ ମ୍ୟାନେଜର( ପ୍ରବନ୍ଧକ)ଙ୍କ ସମେତ ୪ ଜଣ ସୁନା କର୍ମଚାରୀ ଉପସ୍ଥିତ ଥିଲେ ଏବଂ ସେମାନେ ଦୁର୍ବୃତ୍ତମାନେ ମାସ୍କ ପିନ୍ଧିଥିଲେ । ସେମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଭିତର ପଟୁ ସଟର୍ ବନ୍ଦ କରିଦେଇଥିଲେ ଏବଂ ମୋବାଇଲ ଛଡାଇବା ପରେ ସମସ୍ତ କର୍ମଚାରୀଙ୍କୁ ଗାଧୁଆ ଘର ଭିତରେ ବନ୍ଦ କରି କବାଟ ଦେଇ ଦେଇଥିଲେ |

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ପରେ ଅପରାଧୀମାନେ ୧୭ କିଲୋ ସୁନା ଏବଂ ୮.୯୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଧନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ ଏହି ୪ ଜଣ ଅପରାଧୀ ୨ଟି ବାଇକରେ ଆସିଥିଲେ। ସେମାନେ ଧରାପଡିବା ଭୟରେ ସିସିଟିଭି ଫୁଟେଜକୁ ମଧ୍ୟ ନେଇ ପଳାଇଥିଲେ। କିନ୍ତୁ ସେମାନଙ୍କ ଫଟୋ ଏବଂ ବାଇକ ନଂ ଅଫିସ ବାହାରେ ଥିବା କ୍ୟାମେରାରେ କ୍ୟାପ୍ଟର ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ବାଇକ ନମ୍ବରକୁ ଆଧାର କରି ପୁଲିସ ସେମାନଙ୍କୁ ବି ଧରିଥିଲା । ଏହି ଟିମ ବୋରି କାର୍ଯ୍ୟରେ ସକ୍ରିୟ ରହିଥିଲେ । ପରେ ପୁଲିସ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଘେରାବନ୍ଦୀ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତକୁ ପୁଲିସ ସେରୋଲା ଛକ ନିକଟରୁ ଗିରଫ କରିଥିଲା । ତେବେ ଦୁଇ ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ। ଏବେ ଅଭିଯୁକ୍ତଙ୍କୁ ହେପାଜତକୁ ପଠାଇ ଦିଆଯାଇଛି।

16 Jun 2021 By The Sakala

୧୨ ମିନିଟରେ ଲୁଟିନେଲେ ୯ କୋଟିର ସୁନା

ଜୟପୁର : ରାଜସ୍ଥାନର ବୁରୁରେ ଫିଲ୍ମ ଶୈଳୀରେ ଲୁଟ୍ ହୋଇଛି । ମାସ୍କ ପିନ୍ଧିଥିବା କିଛି ଦୁର୍ବୃତ୍ତ ୧୨ ମିନିଟରେ ୯ କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଋଣ ନେବା ଆଳରେ ମଣପୁରମ ଫାଇନାନ୍ସ ଲିମିଟେଡର ଅଫିସକୁ ପ୍ରବେଶ କରିଥିଲେ। ପରେ ମାତ୍ର ୧୨ ମିନିଟରେ ୧୭ କିଲୋଗ୍ରାମ ସୁନା ଓ ୮.୯୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଏହି ଘଟଣାର ସୂଚନା ମିଳିବା ପରେ ପୁଲିସ ସକ୍ରିୟ ହୋଇ ଉଠିଥିଲା। ଲୁଟ୍‌ର ୩ ଘଣ୍ଟା ମଧ୍ୟରେ ପୁଲିସ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ସୂଚନା ଅନୁଯାୟୀ, ବୁରୁର ରିଲାଏନ୍ସ ମଲ୍ ନିକଟରେ ଥିବା ମଣପୁରମ ଅଫିସକୁ ସୋମବାର ଅପରାହ୍ନ ୩ଟା ସମୟରେ ୪ ଜଣ ଯୁବକ ପ୍ରବେଶ କରିଥିଲେ । ପରେ ଜଣେ ଯୁବକ ନିଜ ମୁଦି ଦେଖାଇ ଋଣ ବିଷୟରେ ଆଲୋଚନା ଆରମ୍ଭ କରିଥିଲା । ଏହି ସମୟରେ ଶାଖାରେ ଦୁର୍ବୃତ୍ତ ମ୍ୟାନେଜର( ପ୍ରବନ୍ଧକ)ଙ୍କ ସମେତ ୪ ଜଣ ସୁନା କର୍ମଚାରୀ ଉପସ୍ଥିତ ଥିଲେ ଏବଂ ସେମାନେ ଦୁର୍ବୃତ୍ତମାନେ ମାସ୍କ ପିନ୍ଧିଥିଲେ । ସେମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଭିତର ପଟୁ ସଟର୍ ବନ୍ଦ କରିଦେଇଥିଲେ ଏବଂ ମୋବାଇଲ ଛଡାଇବା ପରେ ସମସ୍ତ କର୍ମଚାରୀଙ୍କୁ ଗାଧୁଆ ଘର ଭିତରେ ବନ୍ଦ କରି କବାଟ ଦେଇ ଦେଇଥିଲେ |

ପରେ ଅପରାଧୀମାନେ ୧୭ କିଲୋ ସୁନା ଏବଂ ୮.୯୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଧନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ ଏହି ୪ ଜଣ ଅପରାଧୀ ୨ଟି ବାଇକରେ ଆସିଥିଲେ। ସେମାନେ ଧରାପଡିବା ଭୟରେ ସିସିଟିଭି ଫୁଟେଜକୁ ମଧ୍ୟ ନେଇ ପଳାଇଥିଲେ। କିନ୍ତୁ ସେମାନଙ୍କ ଫଟୋ ଏବଂ ବାଇକ ନଂ ଅଫିସ ବାହାରେ ଥିବା କ୍ୟାମେରାରେ କ୍ୟାପ୍ଟର ହୋଇଯାଇଥିଲା।

ବାଇକ ନମ୍ବରକୁ ଆଧାର କରି ପୁଲିସ ସେମାନଙ୍କୁ ବି ଧରିଥିଲା । ଏହି ଟିମ ବୋରି କାର୍ଯ୍ୟରେ ସକ୍ରିୟ ରହିଥିଲେ । ପରେ ପୁଲିସ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଘେରାବନ୍ଦୀ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତକୁ ପୁଲିସ ସେରୋଲା ଛକ ନିକଟରୁ ଗିରଫ କରିଥିଲା । ତେବେ ଦୁଇ ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ। ଏବେ ଅଭିଯୁକ୍ତଙ୍କୁ ହେପାଜତକୁ ପଠାଇ ଦିଆଯାଇଛି।

https://www.thesakala.in/national-international/in-12-minutes-he-looted-9-crore-gold/article-2977
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର