ଇମ୍ରାନ ଖାନ୍‌ଙ୍କ ଗିରଫ ପରେ ସେନା ମୁଖ୍ୟାଳୟରେ ଧସେଇ ପଶିଲେ ସମର୍ଥକ

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି। ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆନ୍ଦୋଳନକାରୀମାନେ ରାଓ୍ବଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ( ଜିଏଚକ୍ୟୁ) ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି। ସେହିପରି ଲାହୋର, […]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି। ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆନ୍ଦୋଳନକାରୀମାନେ ରାଓ୍ବଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ( ଜିଏଚକ୍ୟୁ) ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି। ସେହିପରି ଲାହୋର, କ୍ବେଟା, ପେଶାଓ୍ବର, ଗୁଜରନଓ୍ବାଲାରେ ଥିବା ସେନାର କ୍ୟାଣ୍ଟନମେଣ୍ଟଗୁଡ଼ିକରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା କରିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇମ୍ରାନ ଖାନ ଗିରଫ ହେବା ପରେ, ଇସଲାମାବାଦ ହାଇକୋର୍ଟ ବାହାରେ ଉତ୍ତେଜନା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଧୀରେ ଧୀରେ ସାରା ପାକିସ୍ତାନରେ ଏହା ଖେଳିବାରେ ଲାଗିଛି। ପୋଲିସ ଫୋର୍ସ ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ପୋଲିସ ଇମ୍ରାନ ଖାନଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଇମ୍ରାନଙ୍କ ଓକିଲଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି, ଯେଉଁଥିରେ ଅନେକ ଓକିଲ ମଧ୍ୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର