୪୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଲା ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି
ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୪୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶିଶୁଟି ତା’ ମାଆଙ୍କ ପଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ […]
ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୪୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶିଶୁଟି ତା’ ମାଆଙ୍କ ପଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ପୁଲିସ , ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶିଶୁକୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଘଟଣା ସ୍ଥଳରେ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।
ଖବର ଅନୁଯାୟୀ, ଉକ୍ତ ବୋରଓ୍ବେଲଟି ଜଣେ ଚାଷୀ ଖୋଳିଥିଲେ । ହେଲେ ସେଠାରେ ସଫଳ ନ ହେବାରୁ ଅନ୍ୟଜାଗାରେ ଆଉ ଏକ ବୋରଓ୍ବେଲ ଖୋଳିଥିଲେ। ଉକ୍ତ ବୋରଓ୍ବେଲକୁ ଖୋଲା ଛାଡିଦେଇଥିଲେ।