‘ଆପଣମାନେ ନ ପାରିଲେ ଆମେ କରି ଦେଖାଇବୁ’, ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କୁ ଚମକାଇଲେ ଭାରତୀୟ ଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ବିଶ୍ବ ଜଳବାୟୁ ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ୧୪ ବର୍ଷୀୟା ଭାରତୀୟ ଛାତ୍ରୀ ଭିନିଶା ଜୟଶଙ୍କର ଚମକାଇ ଦେଇଛନ୍ତି। ନିଜର ତଥ୍ୟମୂଳକ ଓଜସ୍ବିନୀ ଭାଷଣରେ ସେ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସାରା ବିଶ୍ବରୁ ମଧ୍ୟ ନେତାମାନେ ଏଥିରେ ଯୋଗ ଦେଇ ପଦକ୍ଷେପ ନେବାକୁ କହୁଛନ୍ତି । ହେଲେ ବାସ୍ତବରେ ଏହି ସମସ୍ୟା ରୋକିବାକୁ କିଛି ବି […]

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ବିଶ୍ବ ଜଳବାୟୁ ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ୧୪ ବର୍ଷୀୟା ଭାରତୀୟ ଛାତ୍ରୀ ଭିନିଶା ଜୟଶଙ୍କର ଚମକାଇ ଦେଇଛନ୍ତି। ନିଜର ତଥ୍ୟମୂଳକ ଓଜସ୍ବିନୀ ଭାଷଣରେ ସେ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସାରା ବିଶ୍ବରୁ ମଧ୍ୟ ନେତାମାନେ ଏଥିରେ ଯୋଗ ଦେଇ ପଦକ୍ଷେପ ନେବାକୁ କହୁଛନ୍ତି । ହେଲେ ବାସ୍ତବରେ ଏହି ସମସ୍ୟା ରୋକିବାକୁ କିଛି ବି ହେଉନାହିଁ । ନେତାମାନେ କେବଳ ଫମ୍ପା ଭାଷଣ ଦେଇ କାର୍ଯ୍ୟକ୍ରମ ସାରି ଦେଉଛନ୍ତି। ଏହାକୁ ନେଇ ଭିନିଶା ନିଜ କ୍ଷୋଭ ଏବଂ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଯଦି ଆପଣମାନେ ପାରୁ ନାହାନ୍ତି ତେବେ ଆମ ପିଢି ଏହା କରି ଦେଖାଇବ ବୋଲି କହିଛନ୍ତି। ବର୍ତ୍ତମାନ ସମସ୍ତେ ଆଲୋଚନା ନ କରି ଯାହା କରାଯିବା ଉଚିତ ତାହାକୁ କରିବାକୁ ହେବ ଏବଂ ଏହା ଅତି ବିନିତ ଏବଂ ସମ୍ମାନର ସହ ଦାବି କରୁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

୧୪ ବର୍ଷୀୟା ଭିନିଶା ‘ଇକୋ ଓସ୍କାର’ ( ପରିବେଶ କ୍ଷେତ୍ରରେ ଓସ୍କାର ପୁରସ୍କାର ଭଳି) ନାମରେ ଜଣାଶୁଣା ଆର୍ଥସଟ୍ ପୁରସ୍କାରର ଚୁଡ଼ାନ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜଳବାୟୁ ସମ୍ମିଳନୀର ‘କ୍ଲିନ୍ ଟେକ୍ନୋଲୋଜି ଏବଂ ଇନୋଭେସନ୍’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖିବା ପାଇଁ ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଭିନିଶାଙ୍କୁ ନିମନ୍ତ୍ରଣ କରିଥିଲେ। ତାମିଲନାଡୁର ଭିନିଶା ବିଶ୍ଵ ନେତାଙ୍କ ସାମ୍ନାରେ କହିଛନ୍ତି ଯେ ଚାଲନ୍ତୁ କଥା କହିବା ବନ୍ଦ କରିବା ଏବଂ ପ୍ରକୃତରେ କାର୍ଯ୍ୟ କରିବା । ଆମେ ଧୂଆଁ ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଅଧାରିତ ଅର୍ଥନୀତି ଅପେକ୍ଷା ଆମର ଉଦ୍ଭାବନ, ପ୍ରକଳ୍ପ ଏବଂ ସମାଧାନରେ ଆପଣଙ୍କର ସହଯୋଗ ଆଶା କରୁଛୁ । ଆମକୁ ପୁରୁଣା ବିତର୍କ ବାବଦରେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ କାରଣ ଭବିଷ୍ୟତ ପାଇଁ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି କରିବା ଆବଶ୍ୟକ ରହିଛି। ତେଣୁ ଆମର ଭବିଷ୍ୟତ ପ୍ରସ୍ତୁତ କରିବାକୁ ଆପଣଙ୍କୁ ଅର୍ଥ ସମୟ ଏବଂ ପରିଶ୍ରମ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଭିନିଶା ତାଙ୍କ ବକ୍ତବ୍ୟରେ ବିଶ୍ବ ନେତାମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ଯଦି ବି ଆପଣ ଆମ ପଦକ୍ଷେପର ନେତୃତ୍ବ ନ ନିଅନ୍ତି, ତଥାପି ଆମେ ଏହାକୁ କରି ଦେଖାଇବୁ । ଯଦି ବି ଆପଣମାନେ ବିଳମ୍ବ କରନ୍ତି ତଥାପି ଆମେ ଆଗକୁ ବଢ଼ିବୁ। କିନ୍ତୁ ଦୟାକରି ଆମକୁ ସମର୍ଥନ କରିବାକୁ ଆମନ୍ତ୍ରଣ ଗ୍ରହଣ କରନ୍ତୁ, ଆପଣଙ୍କୁ ଅନୁତାପ କରିବାକୁ ପଡିବ ନାହିଁ । ମୁଁ କେବଳ ଭାରତର ଝିଅ ନୁହେଁ, ବରଂ ସାରା ବିଶ୍ବର ଝିଅ, ଆଉ ଏଥ୍‌ପାଇଁ ମୁଁ ଗର୍ବିତ । ଭିନିଶାଙ୍କ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୋରିସ୍ ଜନସନ, ଜୋ ବାଇଡେନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ତିନିଶା ଆର୍ଥସଟ୍ ପୁରସ୍କାର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ସୌର ଚାଳିତ ଆଇରନିଂ କାର୍ଟ ତିଆରି କରିଥିଲେ। ଦୂଷିତ ଅଙ୍ଗାରକୁ ସୌର ଶକ୍ତିରେ ବଦଳାଇବା ଏହି ମଡେଲର ଉଦ୍ଦେଶ୍ୟ ରହିଥିଲା। ଏଥିପାଇଁ ସେ ଉକ୍ତ ପ୍ରତିଯୋଗିତାର ଚୁଡାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇଥିଲେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର