ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସେନା ନ ହଟାଇଲେ ପରିଣାମ ଭୟାବହ ହେବ : ତାଲିବାନ

The Sakala Picture
Published On

କାବୁଲ୍‌ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ କବଜା କରିସାରିଥିବା ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି। ତାଲିବାନ କହିଛି ଯଦି ଜୋ ବାଇଡେନ ସରକାର ଆଫଗାନିସ୍ତାନରୁ ନିଜ ସେନାକୁ ଅଗଷ୍ଟ ୩୧ […]

କାବୁଲ୍‌ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ କବଜା କରିସାରିଥିବା ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି। ତାଲିବାନ କହିଛି ଯଦି ଜୋ ବାଇଡେନ ସରକାର ଆଫଗାନିସ୍ତାନରୁ ନିଜ ସେନାକୁ ଅଗଷ୍ଟ ୩୧ ସୁଦ୍ଧା ନ ଡାକନ୍ତି ତାହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ତାଲିବାନ ପ୍ରବକ୍ତା ସୁହେଲ ଶାହୀନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସେନାକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିସାରିଛନ୍ତି। ବାଇଡେନ ନିଜ କଥାରୁ ଓହରିବାର କୌଣସି ମାନେ ନାହିଁ। ତାଲିବାନ ସ୍ପଷ୍ଟ କରିଛି ଯେ ଅଗଷ୍ଟ ୩୧ରୁ ଦିନେ ବି ବିଳମ୍ବ ହେବନାହିଁ। ଆମେରିକା ଓ ବ୍ରିଟେନ ୩୧ ତାରିଖରୁ ଯଦି ଦିନେ ବି ଆଗକୁ ସମୟ ମାଗନ୍ତି ତାହେଲେ ତାର କୌଣସି ଜବାବ ମିଳିବନି, ବରଂ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ୍ ଅନ୍ୟ ମିତ୍ରରାଷ୍ଟ୍ରଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି ଯେ, ଜି-୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକି ଦେବା ସପକ୍ଷରେ ନାହାନ୍ତି । ବ୍ରିଟେନ୍ ଚାହୁଁଛି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତି ରହୁ । ଆମେରିକା ପାଇଁ ଚିନ୍ତାର କାରଣ ହେଉଛି ଯେ, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନି ନିଏ ତେବେ କାବୁଲ ଏୟାରପୋର୍ଟରେ ତାକୁ ତାଲିବାନ ସହିତ ଲଢିବାକୁ ପଡିବ । ଯାହାକୁ ନେଇ ବାଇଡେନ ଅସମଞ୍ଜସ ସ୍ଥିତିରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

କାବୁଲ ଛାଡିବାକୁ ବ୍ରିଟେନ୍ ରାଜି ନୁହେଁ ।ବ୍ରିଟେନ୍ ବର୍ତ୍ତମାନ ପରିସ୍ଥିତିରେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆମକୁ ଲମ୍ବା ସମୟ ପାଇଁ କାବୁଲରେ ରହିବାକୁ ପଡିବ । ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋରିସଙ୍କ ଆଗ୍ରହରେ ମଙ୍ଗଳବାର ଦିନ ଜି-୭ ଦେଶର ବୈଠକ ବସୁଛି । ଏହି ବୈଠକରେ ଆମେରିକାକୁ କାବୁଲ ନଛାଡିବାକୁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ବୋରିସ ରଖିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର