ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସେନା ନ ହଟାଇଲେ ପରିଣାମ ଭୟାବହ ହେବ : ତାଲିବାନ

The Sakala Picture
Published On

କାବୁଲ୍‌ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ କବଜା କରିସାରିଥିବା ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି। ତାଲିବାନ କହିଛି ଯଦି ଜୋ ବାଇଡେନ ସରକାର ଆଫଗାନିସ୍ତାନରୁ ନିଜ ସେନାକୁ ଅଗଷ୍ଟ ୩୧ […]

କାବୁଲ୍‌ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ କବଜା କରିସାରିଥିବା ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି। ତାଲିବାନ କହିଛି ଯଦି ଜୋ ବାଇଡେନ ସରକାର ଆଫଗାନିସ୍ତାନରୁ ନିଜ ସେନାକୁ ଅଗଷ୍ଟ ୩୧ ସୁଦ୍ଧା ନ ଡାକନ୍ତି ତାହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

ତାଲିବାନ ପ୍ରବକ୍ତା ସୁହେଲ ଶାହୀନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସେନାକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିସାରିଛନ୍ତି। ବାଇଡେନ ନିଜ କଥାରୁ ଓହରିବାର କୌଣସି ମାନେ ନାହିଁ। ତାଲିବାନ ସ୍ପଷ୍ଟ କରିଛି ଯେ ଅଗଷ୍ଟ ୩୧ରୁ ଦିନେ ବି ବିଳମ୍ବ ହେବନାହିଁ। ଆମେରିକା ଓ ବ୍ରିଟେନ ୩୧ ତାରିଖରୁ ଯଦି ଦିନେ ବି ଆଗକୁ ସମୟ ମାଗନ୍ତି ତାହେଲେ ତାର କୌଣସି ଜବାବ ମିଳିବନି, ବରଂ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ୍ ଅନ୍ୟ ମିତ୍ରରାଷ୍ଟ୍ରଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି ଯେ, ଜି-୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକି ଦେବା ସପକ୍ଷରେ ନାହାନ୍ତି । ବ୍ରିଟେନ୍ ଚାହୁଁଛି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତି ରହୁ । ଆମେରିକା ପାଇଁ ଚିନ୍ତାର କାରଣ ହେଉଛି ଯେ, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନି ନିଏ ତେବେ କାବୁଲ ଏୟାରପୋର୍ଟରେ ତାକୁ ତାଲିବାନ ସହିତ ଲଢିବାକୁ ପଡିବ । ଯାହାକୁ ନେଇ ବାଇଡେନ ଅସମଞ୍ଜସ ସ୍ଥିତିରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

କାବୁଲ ଛାଡିବାକୁ ବ୍ରିଟେନ୍ ରାଜି ନୁହେଁ ।ବ୍ରିଟେନ୍ ବର୍ତ୍ତମାନ ପରିସ୍ଥିତିରେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆମକୁ ଲମ୍ବା ସମୟ ପାଇଁ କାବୁଲରେ ରହିବାକୁ ପଡିବ । ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋରିସଙ୍କ ଆଗ୍ରହରେ ମଙ୍ଗଳବାର ଦିନ ଜି-୭ ଦେଶର ବୈଠକ ବସୁଛି । ଏହି ବୈଠକରେ ଆମେରିକାକୁ କାବୁଲ ନଛାଡିବାକୁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ବୋରିସ ରଖିବେ ।

23 Aug 2021 By The Sakala

ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସେନା ନ ହଟାଇଲେ ପରିଣାମ ଭୟାବହ ହେବ : ତାଲିବାନ

କାବୁଲ୍‌ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ କବଜା କରିସାରିଥିବା ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି। ତାଲିବାନ କହିଛି ଯଦି ଜୋ ବାଇଡେନ ସରକାର ଆଫଗାନିସ୍ତାନରୁ ନିଜ ସେନାକୁ ଅଗଷ୍ଟ ୩୧ ସୁଦ୍ଧା ନ ଡାକନ୍ତି ତାହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ତାଲିବାନ ପ୍ରବକ୍ତା ସୁହେଲ ଶାହୀନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସେନାକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିସାରିଛନ୍ତି। ବାଇଡେନ ନିଜ କଥାରୁ ଓହରିବାର କୌଣସି ମାନେ ନାହିଁ। ତାଲିବାନ ସ୍ପଷ୍ଟ କରିଛି ଯେ ଅଗଷ୍ଟ ୩୧ରୁ ଦିନେ ବି ବିଳମ୍ବ ହେବନାହିଁ। ଆମେରିକା ଓ ବ୍ରିଟେନ ୩୧ ତାରିଖରୁ ଯଦି ଦିନେ ବି ଆଗକୁ ସମୟ ମାଗନ୍ତି ତାହେଲେ ତାର କୌଣସି ଜବାବ ମିଳିବନି, ବରଂ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ୍ ଅନ୍ୟ ମିତ୍ରରାଷ୍ଟ୍ରଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି ଯେ, ଜି-୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକି ଦେବା ସପକ୍ଷରେ ନାହାନ୍ତି । ବ୍ରିଟେନ୍ ଚାହୁଁଛି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତି ରହୁ । ଆମେରିକା ପାଇଁ ଚିନ୍ତାର କାରଣ ହେଉଛି ଯେ, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନି ନିଏ ତେବେ କାବୁଲ ଏୟାରପୋର୍ଟରେ ତାକୁ ତାଲିବାନ ସହିତ ଲଢିବାକୁ ପଡିବ । ଯାହାକୁ ନେଇ ବାଇଡେନ ଅସମଞ୍ଜସ ସ୍ଥିତିରେ ଅଛନ୍ତି ।

କାବୁଲ ଛାଡିବାକୁ ବ୍ରିଟେନ୍ ରାଜି ନୁହେଁ ।ବ୍ରିଟେନ୍ ବର୍ତ୍ତମାନ ପରିସ୍ଥିତିରେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆମକୁ ଲମ୍ବା ସମୟ ପାଇଁ କାବୁଲରେ ରହିବାକୁ ପଡିବ । ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋରିସଙ୍କ ଆଗ୍ରହରେ ମଙ୍ଗଳବାର ଦିନ ଜି-୭ ଦେଶର ବୈଠକ ବସୁଛି । ଏହି ବୈଠକରେ ଆମେରିକାକୁ କାବୁଲ ନଛାଡିବାକୁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ବୋରିସ ରଖିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର