ଯଦି କୋଇଲା ସରିଯାଏ….ଭାରତର ପ୍ରତି ୧୦ ରୁ ୬ ଘର ହେବ ଅନ୍ଧାର

The Sakala Picture
Published On

ନୂଆଦିଲ୍ଲୀ: ଆଗକୁ ଭାରତରେ ଘୋର ବିଦ୍ୟୁତ ସଙ୍କଟ ଦେଖାଦେଇପାରେ। ସମ୍ପ୍ରତି ଦେଶରେ ରହିଥିବା ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକ କୋଇଲା ସଙ୍କଟର ସମ୍ମୁଖୀନ ହେଉଥିବାରୁ ଆଗକୁ ଏହିଭଳି ସମସ୍ୟା ଦେଖାଯିବା ସୁନିଶ୍ଚିତ। ସମଗ୍ର ବିଶ୍ବରେ ୩୭ ପ୍ରତିଶତ ବିଜୁଳି କୋଇଲାରୁ ହିଁ ଉତ୍ପାଦିତ ହୋଇଥାଏ। ଭାରତରେ ୫୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହୋଇଥାଏ । ଏଭଳି ସ୍ଥିତିରେ ଯଦି ବିଶ୍ଵରେ କୋଇଲା ଶେଷ ହୋଇଯାଏ, ତେବେ ସାରା ବିଶ୍ବରେ ୧୦ ଟି ଘର ମଧ୍ୟରୁ ୪ ଟି […]

ନୂଆଦିଲ୍ଲୀ: ଆଗକୁ ଭାରତରେ ଘୋର ବିଦ୍ୟୁତ ସଙ୍କଟ ଦେଖାଦେଇପାରେ। ସମ୍ପ୍ରତି ଦେଶରେ ରହିଥିବା ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକ କୋଇଲା ସଙ୍କଟର ସମ୍ମୁଖୀନ ହେଉଥିବାରୁ ଆଗକୁ ଏହିଭଳି ସମସ୍ୟା ଦେଖାଯିବା ସୁନିଶ୍ଚିତ। ସମଗ୍ର ବିଶ୍ବରେ ୩୭ ପ୍ରତିଶତ ବିଜୁଳି କୋଇଲାରୁ ହିଁ ଉତ୍ପାଦିତ ହୋଇଥାଏ। ଭାରତରେ ୫୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହୋଇଥାଏ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏଭଳି ସ୍ଥିତିରେ ଯଦି ବିଶ୍ଵରେ କୋଇଲା ଶେଷ ହୋଇଯାଏ, ତେବେ ସାରା ବିଶ୍ବରେ ୧୦ ଟି ଘର ମଧ୍ୟରୁ ୪ ଟି ଏବଂ ଭାରତରେ ପ୍ରତି ୧୦ ରୁ ୬ ଘର ବ୍ଲାକ୍ ଆଉଟ୍ ଅର୍ଥାତ୍ ଅନ୍ଧାର ହୋଇଯିବ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବିଶ୍ବରେ ପ୍ରତିବର୍ଷ ହାରାହାରି ୧୬,୦୦୦ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥାଏ। ୨୦୧୯ରେ ୧୬,୭୩୧ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା ଏବଂ ୨୦୨୦ରେ ୧୫,୭୬୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା। ଏଥିମଧ୍ୟରୁ ୬୦ରୁ ୬୫ ପ୍ରତିଶତ କୋଇଲା ବିଶ୍ବରେ କେବଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥିଲା। ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ବୃହତ୍ତମ ବୋଇଲା ଉତ୍ପାଦନକାରୀ। ଭାରତ ହାରାହାରି ୭୬୦ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଥାଏ । ଏଥିମଧ୍ୟରୁ ୭୦ ରୁ ୭୫ ପ୍ରତିଶତ କୋଇଲା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ। ୨୦୨୦ରେ ୭୨ ପ୍ରତିଶତ କୋଇଲା ବିଦ୍ୟୁତ୍ ଉତ୍ପାଦନ ପାଇଁ ଖର୍ଚ୍ଚ ହୋଇଥିଲା। ପ୍ରଥମ ଥର ପାଇଁ ୨୦୧୬ରେ ସମଗ୍ର ବିଶ୍ବରେ କେତେ ପରିମାଣର କୋଇଲା ମହଜୁଦ ରହିଛି ତାହାର ଆକଳନ କରାଯାଇଥିଲା। ସାରା ବିଶ୍ବରେ ରହିଥିବା କୋଇଲା ଖଣିରେ ସମୁଦାୟ ୧୧୪୪ ବିଲିୟନ ଟନ୍‌ କୋଇଲା ମହଜୁଦ ରହିଛି। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮.୫ ବିଲିୟନ ଟନ୍‌ କୋଇଲା ଖର୍ଚ୍ଚ ହୋଇଥାଏ । ଏହି ଗତିରେ ଅଗ୍ରସର ହେଲେ ଆଗାମୀ ୧୩୪ ରୁ ୧୩୫ ବର୍ଷ ମଧ୍ୟରେ ବିଶ୍ବରୁ କୋଇଲା ଶେଷ ହୋଇଯିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଭାରତ ସରକାରଙ୍କ ଆକଳନ ଅନୁଯାୟୀ ଦେଶରେ ୩୧୯ ବର୍ଷ ପାଇଁ କୋଇଲା ଭଣ୍ଡାର ମହଜୁଦ ରହିଛି। ଯଦି ଆନ୍ତର୍ଜାତୀୟ ସଂସ୍ଥାକୁ ବିଶ୍ବାସ କରାଯାଏ, ତେବେ ଆଉ ୧୦୭ ବର୍ଷ ପାଇଁ କୋଇଲା ବାକି ଅଛି। ଅପରପକ୍ଷେ ଆମେରିକା ନବୀକରଣ ଯୋଗ୍ୟ ଉତ୍ସ ପବନ ଏବଂ ସୌର ଶକ୍ତି ମାଧ୍ୟମରେ ୭୩% ବିଦ୍ୟୁତ୍ ଉତ୍ପାଦନ କରିଥାଏ। ତେଣୁ କୋଇଲା ଶେଷ ହେତୁ ଆମେରିକା ଭଳି ଦେଶରେ ଅଧିକ ଅସୁବିଧା ହେବ ନାହିଁ। ଭାରତରେ କେବଳ ୨୫ ପ୍ରତିଶତ ବିଦ୍ୟୁତ୍ ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଉତ୍ପନ୍ନ ହୋଇଥାଏ। ଜଳ ବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ୧୨ ପ୍ରତିଶତ ବିଦ୍ୟୁତ ଉତ୍ପାଦିତ ହୋଇଥାଏ। ଭାରତରେ ପ୍ରଥମ ଥର ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୭୪ ମସିହାରେ ପଶ୍ଚିମବଙ୍ଗର ରାଣୀଗଞ୍ଜରେ କୋଇଲା ଖନନ କରିଥିଲା। ପୂର୍ବରୁ ଆମ ଜୀବନ କୋଇଲା ବିନା ଚାଲିଥିଲା । ତେଣୁ ଯଦି କୋଇଲା ସରିଯାଏ ଏବଂ ଆମେ ଏହାର ବିକଳ୍ପ ବାହାର କରିପାରିବୁ ନାହିଁ, ତେବେ ଆମେ ପୁଣିଥରେ ୧୮ଶହ ଶତାବ୍ଦୀର ଜୀବନକୁ ଫେରିବା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର