ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଆଇଏଏସ ଅଫିସର ନିଲମ୍ବିତ

The Sakala Picture
Published On

ରାଞ୍ଚି: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଜନୈକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେଜ ଣେ ଆଇଏଏସ ଅଫିସରଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଅଫିସର ଜଣକ ହେଉଛନ୍ତି ସଇଦ୍‌ ରିଆଜ ଅହହମ୍ମଦ। ନିଲମ୍ବନ ପରେ ସଇଦ୍‌ ରିଆଜଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଗିରଫ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଝାଡ଼ଖଣ୍ଡ ଖୁଣ୍ଟି ଇଲାକାରେ ଅହମ୍ମଦ ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ଥିଲେ। ମଙ୍ଗଳବାର ତାଙ୍କୁ […]

ରାଞ୍ଚି: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଜନୈକା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେଜ ଣେ ଆଇଏଏସ ଅଫିସରଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଅଫିସର ଜଣକ ହେଉଛନ୍ତି ସଇଦ୍‌ ରିଆଜ ଅହହମ୍ମଦ। ନିଲମ୍ବନ ପରେ ସଇଦ୍‌ ରିଆଜଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଗିରଫ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଝାଡ଼ଖଣ୍ଡ ଖୁଣ୍ଟି ଇଲାକାରେ ଅହମ୍ମଦ ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ଥିଲେ। ମଙ୍ଗଳବାର ତାଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଣେ ଇଞ୍ଜିନିୟର ଛାତ୍ରୀଙ୍କୁ ଅହମ୍ମଦ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦର 'ଗୋଲ୍ଡେନ ଗଣେଶ': ୨୪ କ୍ୟାରେଟ୍ ସୁନା ଓ ୩.୮ ଲକ୍ଷ ହୀରାରେ ସଜ୍ଜିତ ପ୍ରତିମା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୀଡିତାଙ୍କ ସମେତ ଏକ ଆଇଆଇଟିର ଆଠ ଜଣ ଇଞ୍ଜିନିୟରିଂ ଛାତ୍ରୀ ତାଲିମ ପାଇଁ ରାଜ୍ୟ ବାହାରୁ ଖୁଣ୍ଟି ଆସିଥିଲେ। ସେମାନେ ଶନିବାର ଦିନ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କ ବାସଭବନରେ ଆୟୋଜିତ ଏକ ରାତ୍ରି ଭୋଜନରେ ଯୋଗ ଦେଇଥିଲେ। ଏହି ସମୟରେ ଏସଡିଏମ ପୀଡ଼ିତାଙ୍କୁ ପାର୍ଟିରେ ଏକୁଟିଆ ପାଇ ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଅଭିଯୁକ୍ତ ଅହମ୍ମଦ ଏବଂ ପାର୍ଟିରେ ଯୋଗ ଦେଇଥିବା କିଛି ଅତିଥିଙ୍କୁ ଘଟଣା ସଂପର୍କରେ ପଚରାଉଚରା କରାଯିବା ପରେ ପୁଲିସ ଏହି ଅଭିଯୋଗରେ ସତ୍ୟତା ରହିଥିବା ଜାଣିବାକୁ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସୂଚନାଯୋଗ୍ୟ ଖୁଣ୍ଟିର ସବ୍‌-ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌) ଥିବା ଅହମ୍ମଦଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ହେବାପରେ ମଙ୍ଗଳବାର ଦିନ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଅହମ୍ମଦଙ୍କ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ଦୁଇ ସପ୍ତାହ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।ତେବେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୟଦ ରିଆଜ ଅହମ୍ମଦଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବାପରେ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ଥିବା ଖୁଣ୍ଟି ଏସଡିଏମ ଅହମ୍ମଦଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ବିବୃତି ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

ଅଭିଯୁକ୍ତ ଅହମ୍ମଦଙ୍କ ବିରୋଧରେ ଆଇପିସିର ଧାରା ୩୫୪ (ମହିଳାଙ୍କୁ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ), ୩୫୪ଏ (ଯୌନ ଉତ୍ପୀଡ଼ନ) ଏବଂ ୫୦୯ (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କାର୍ୟ୍ୟ ଯାହା ଜଣେ ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ) ଅଧୀନରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଅଭିଯୁକ୍ତ ଅହମ୍ମଦଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଜୁଲାଇ ୫ରେ ଏକ ଅଦାଲତ ଅଭିଯୁକ୍ତ ଅଧିକାରୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର