ଦୁର୍ଘଟଣା ପରେ ଚେତିଲା ବାୟୁସେନା : ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଦିଆଯିବ ଅବସର

The Sakala Picture
Published On

ନୂଆଦିଲ୍ଲୀ : ବାରମ୍ବାର ମିଗ-୨୧ର ବିମାନ ଦୁର୍ଘଟଣା ପରେ ଚେତିଛି ଭାରତୀୟ ବାୟୁସେନା। ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାରଦିନ ରାଜସ୍ଥାନରେ ବାରମେରରେ ହୋଇଥିବା ମିଗ-୨୧ ବିସନ୍ ବିମାନ ଦୁର୍ଘଟଣା ପୁଣି ଏହି ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମିଗ-୨୧ ବହୁ ପୁରୁଣା ହୋଇଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା କହିଥିଲେ ପୂର୍ବତନ […]

ନୂଆଦିଲ୍ଲୀ : ବାରମ୍ବାର ମିଗ-୨୧ର ବିମାନ ଦୁର୍ଘଟଣା ପରେ ଚେତିଛି ଭାରତୀୟ ବାୟୁସେନା। ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାରଦିନ ରାଜସ୍ଥାନରେ ବାରମେରରେ ହୋଇଥିବା ମିଗ-୨୧ ବିସନ୍ ବିମାନ ଦୁର୍ଘଟଣା ପୁଣି ଏହି ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମିଗ-୨୧ ବହୁ ପୁରୁଣା ହୋଇଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା କହିଥିଲେ ପୂର୍ବତନ ବାୟୁସେନା ଅଧିକାରୀ । ଯାହାପରେ ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଭାରତୀୟ ବାୟୁସେନା ପକ୍ଷରୁ ଆଜି କୁହାଯାଇଛି ଯେ ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ୱର ୩୦ରେ ମିଗ-୨୧ ଯୁଦ୍ଧ ବିମାନର ଗୋଟିଏ ସ୍କ୍ୱାଡନକୁ ପ୍ରଥମେ ଅବସର ଦେବ ବାୟୁସେନା । ମିଗ-୨୧ ଯୁଦ୍ଧ ବିମାନ ସ୍ଥାନରେ ଭାରତୀୟ ବାୟୁସେନା ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଏସୟୁ-୩୦ ଏବଂ ସ୍ୱଦେଶୀ ଲାଇଟ୍ କମବାଟ୍ ଏୟାରକ୍ରାଫ୍ଟ(ଏଲସିଏ)କୁ ସେବାରେ ନିୟୋଜିତ କରିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ସୂଚନାଯୋଗ୍ୟ ଗୁରୁବାର ଜୁଲାଇ ୨୮ ସଂଧ୍ୟାରେ ମିଗ-୨୧ ଯୁଦ୍ଧ ବିମାନ ରାଜସ୍ଥାନର ବାରମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯୁବ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏ.ବାଲ ଏବଂ ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ହୋଇଥିଲା। ଗତ ୨୦ ମାସ ଭିତରେ ୬ଟି ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସେହିପରି ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ୨୧ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋଭିଏତ ଯୁଗର ଏହି ପୁରୁଣା ଲଢୁଆ ବିମାନ ୧୯୬୩ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ସେବେଠାରୁ ଏପର୍ୟ୍ୟନ୍ତ ବାୟୁସେନାରେ ମୋଟ ୮୭୪ଟି ମିଗ୍ ବିମାନ ସାମିଲ ହୋଇଛି । ଏହି ବର୍ଷରେ ମୋଟ ୪୦୦ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ୨୦୦ ପାଇଲଟ ମୃତ୍ୟୁବରଣ କରିଛନ୍ତି ।ସେହିପରି ସରକାରୀ ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଭାରତୀୟ ସାମରିକ ବାହିନୀରେ ମୋଟ ୧୦୮ଟି ବିମାନ ଓ ହେଲିକପ୍ଟର ଦୁର୍ଘଟଣା ହୋଇଛି ।

29 Jul 2022 By The Sakala

ଦୁର୍ଘଟଣା ପରେ ଚେତିଲା ବାୟୁସେନା : ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଦିଆଯିବ ଅବସର

ନୂଆଦିଲ୍ଲୀ : ବାରମ୍ବାର ମିଗ-୨୧ର ବିମାନ ଦୁର୍ଘଟଣା ପରେ ଚେତିଛି ଭାରତୀୟ ବାୟୁସେନା। ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାରଦିନ ରାଜସ୍ଥାନରେ ବାରମେରରେ ହୋଇଥିବା ମିଗ-୨୧ ବିସନ୍ ବିମାନ ଦୁର୍ଘଟଣା ପୁଣି ଏହି ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମିଗ-୨୧ ବହୁ ପୁରୁଣା ହୋଇଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା କହିଥିଲେ ପୂର୍ବତନ ବାୟୁସେନା ଅଧିକାରୀ । ଯାହାପରେ ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ ବୋଲି କହିଛି।

ଭାରତୀୟ ବାୟୁସେନା ପକ୍ଷରୁ ଆଜି କୁହାଯାଇଛି ଯେ ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ୱର ୩୦ରେ ମିଗ-୨୧ ଯୁଦ୍ଧ ବିମାନର ଗୋଟିଏ ସ୍କ୍ୱାଡନକୁ ପ୍ରଥମେ ଅବସର ଦେବ ବାୟୁସେନା । ମିଗ-୨୧ ଯୁଦ୍ଧ ବିମାନ ସ୍ଥାନରେ ଭାରତୀୟ ବାୟୁସେନା ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଏସୟୁ-୩୦ ଏବଂ ସ୍ୱଦେଶୀ ଲାଇଟ୍ କମବାଟ୍ ଏୟାରକ୍ରାଫ୍ଟ(ଏଲସିଏ)କୁ ସେବାରେ ନିୟୋଜିତ କରିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଗୁରୁବାର ଜୁଲାଇ ୨୮ ସଂଧ୍ୟାରେ ମିଗ-୨୧ ଯୁଦ୍ଧ ବିମାନ ରାଜସ୍ଥାନର ବାରମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯୁବ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏ.ବାଲ ଏବଂ ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ହୋଇଥିଲା। ଗତ ୨୦ ମାସ ଭିତରେ ୬ଟି ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।

ସେହିପରି ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ୨୧ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋଭିଏତ ଯୁଗର ଏହି ପୁରୁଣା ଲଢୁଆ ବିମାନ ୧୯୬୩ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ସେବେଠାରୁ ଏପର୍ୟ୍ୟନ୍ତ ବାୟୁସେନାରେ ମୋଟ ୮୭୪ଟି ମିଗ୍ ବିମାନ ସାମିଲ ହୋଇଛି । ଏହି ବର୍ଷରେ ମୋଟ ୪୦୦ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ୨୦୦ ପାଇଲଟ ମୃତ୍ୟୁବରଣ କରିଛନ୍ତି ।ସେହିପରି ସରକାରୀ ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଭାରତୀୟ ସାମରିକ ବାହିନୀରେ ମୋଟ ୧୦୮ଟି ବିମାନ ଓ ହେଲିକପ୍ଟର ଦୁର୍ଘଟଣା ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର