ଅଜିତ ପୱାରଙ୍କୁ ଝଟକା, ଏନ୍‌ସିପି କ୍ୟାମ୍ପକୁ ଫେରିଲେ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ସାଂସଦ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଗତକାଲି ଶପଥଗ୍ରହଣ ଉତ୍ସବରେ ହୋଇଥିଲେ ସାମିଲ, ଆଜି ପୁଣି ଫେରିଲେ ଶରଦଙ୍କ କ୍ୟାମ୍ପକୁ । ମାତ୍ର ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ୟୁ-ଟର୍ନ କରିଛନ୍ତି ଏବଂ କହିଛନ୍ତି ଯେ ସେ ଶରଦ ପୱାରଙ୍କ ସହ ଅଛନ୍ତି ବୋଲି । କୋହ୍ଲେ ଗତକାଲି ରାଜଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ସାମିଲ ଥିଲେ । କୋହ୍ଲେ […]

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଗତକାଲି ଶପଥଗ୍ରହଣ ଉତ୍ସବରେ ହୋଇଥିଲେ ସାମିଲ, ଆଜି ପୁଣି ଫେରିଲେ ଶରଦଙ୍କ କ୍ୟାମ୍ପକୁ । ମାତ୍ର ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ୟୁ-ଟର୍ନ କରିଛନ୍ତି ଏବଂ କହିଛନ୍ତି ଯେ ସେ ଶରଦ ପୱାରଙ୍କ ସହ ଅଛନ୍ତି ବୋଲି । କୋହ୍ଲେ ଗତକାଲି ରାଜଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ସାମିଲ ଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

କୋହ୍ଲେ ଶରଦଙ୍କୁ ସମର୍ଥନ ଦେବା ଅଜିତଙ୍କ ପାଇଁ ବଡ଼ ଝଟକା ଭାବେ ଜଣାଯାଉଛି । ଶିରୁର ଲୋକସଭା ଆସନରୁ ଏନସିପିର ସାଂସଦ ଅମୋଲ କୋହ୍ଲେ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି, ଯେବେ ହୃଦୟ ଓ ମସ୍ତିକରେ ଯୁଦ୍ଧ ହୁଏ ତେବେ ହୃଦୟର ଶୁଣ । କାରଣ ଅଧିକାଂଶ ସମୟରେ ମସ୍ତିଷ୍କ ନୈତିକତା ଭୁଲିଯାଇଥାଏ.. କିନ୍ତୁ ହୃଦୟ କେବେ ଭୁଲିନଥାଏ । ଏହି ଟ୍ୱିଟରେ ଏନସିପି ମୁଖ୍ୟ ଶରଦ ପାୱାର, ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ଓ ଜିତେନ୍ଦ୍ର ଆହ୍ୱାଣେଙ୍କୁ ଟ୍ୟାଗ କରିଛନ୍ତି ଅମୋଲ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । କିଛି ନେତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବାହାର କରାଯାଇଛି । ଅଜିତ ପୱାରଙ୍କ ଶପଥ ସମାରୋହରେ ଭାଗ ନେଇଥିବା ତିନି ନେତାଙ୍କୁ ଦଳରୁ ନିଷ୍କାସନ କରାଯାଇଛି । ଏହି ତିନି ନେତାଙ୍କ ମଧ୍ୟରେ ଦଳର କ୍ଷେତ୍ରୀୟ ମହାସଚିବ ଶିବାଜୀ ରାଓ ଗର୍ଜି, ଓକେଲା ଶହର ଜିଲ୍ଲାଅଧ୍ୟକ୍ଷ ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ନରେନ୍ଦ୍ର ରାଣେ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସେହିପରି ଆଜି ସତାରାଠାରେ ଶରଦ ପୱାର ଜନସଭା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶରଦ କହିଛନ୍ତି ଏହି ବିଦ୍ରୋହ ତାଙ୍କ ପାଇଁ ନୂଆ ନୁହେଁ । ଏପରି ଘଟଣା ପୂର୍ବଦିନମାନଙ୍କରେ ମଧ୍ୟ ଘଟିସାରିଛି ଏବଂ ସେ ଏହାର ମୁକାବିଲା ମଧ୍ୟ କରିଛନ୍ତି । ଯେଉଁମାନେ ତାଙ୍କ ସାଥ୍ ଛାଡ଼ିଛନ୍ତି ତାଙ୍କ ରାଜନୈତିକ କ୍ୟାରିଅର ସମାପ୍ତ ହୋଇଯାଇଛି । ତେଣୁ ଏବେ ଯେଉଁ ସଂକଟ ଉପୁଜିଛି ତାର ମଧ୍ୟ ନିରାକରଣ ହେବ ବୋଲି ପୱାର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର