ସାମ୍ନାକୁ ଆସିଲା ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ୍‌ ପୂର୍ବର ଭିଡିଓ

The Sakala Picture
Published On

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁ ଠାରେ ହୋଇଥିବା ସେନା ଦ୍ୱାରା ବ୍ୟବହୃତ Mi-17V-5 ହେଲିକପ୍ଟର ଦୁର୍ଘଟଣା ପଛରେ କାରଣ କ’ଣ ରହିଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଯାନ୍ତ୍ରିକ ସମସ୍ୟା ନା ଖରାପ ପାଗ କାରଣରୁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।ନୀଳଗିରି ଜଙ୍ଗଲରେ ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ […]

ନୂଆଦିଲ୍ଲୀ : ବୁଧବାର ତାମିଲନାଡୁ ଠାରେ ହୋଇଥିବା ସେନା ଦ୍ୱାରା ବ୍ୟବହୃତ Mi-17V-5 ହେଲିକପ୍ଟର ଦୁର୍ଘଟଣା ପଛରେ କାରଣ କ’ଣ ରହିଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଯାନ୍ତ୍ରିକ ସମସ୍ୟା ନା ଖରାପ ପାଗ କାରଣରୁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।ନୀଳଗିରି ଜଙ୍ଗଲରେ ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇଛି ଦୁର୍ଘଟଣା ପୂର୍ବର ଲୋମହର୍ଷଣକାରୀ ମୁହୂର୍ତ୍ତ। ହେଲିକପ୍ଟରଟି କୁହୁଡି ବଳୟରେ ଖୁବ୍ ତଳେ ଉଡୁଥିବା ନେଇ ଉକ୍ତ ଭିଡ଼ିଓରେ  ଦେଖିବାକୁ ମିଳୁଛି। ଭିଡିଓଟି ଅଳ୍ପ କେଇ ସେକେଣ୍ଡର ହୋଇଥିବା ବେଳେ କିଛି ସମୟ ମଧ୍ୟରେ ହେଲିକପ୍ଟରଟି ଜୋର ଶବ୍ଦ କରିଥିଲା। ଏହାପରେ ଜଣେ ପ୍ରତ୍ୟକ୍ଷଦର୍ଶୀ ପଚାରୁଛନ୍ତି: କ’ଣ ହେଲା? ପଡ଼ିଗଲା ନା କ୍ରାସ୍‌ ହୋଇଗଲା। ଅନ୍ୟ ଜଣେ କହୁଛନ୍ତି: ହଁ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମିଳିଥିବା ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’ ଟୁଇଟ୍‌ କରିଛି। ଭାରତୀୟ ବାୟୁସେନାର ‘Mi-17V-5’ ହେଲିକପ୍ଟର୍‌ଟି ଗତ ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର ଠିକ୍‌ ପୂର୍ବରୁ ଉକ୍ତ ଭିଡିଓଟିକୁ ଶୁଟ୍‌ କରାଯାଇଥିବା ଭଳି ମନେହେଉଛି। ତେବେ ବାୟୁସେନା ତରଫରୁ କିଛି ଏହି ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟପଟେ ଏହି ଦୁର୍ଘଟଣା ଅନେକ ପୂର୍ବତନ ସେନା ଅଧିକାରୀଙ୍କୁ ଆଚମ୍ବିତ କରି ପକାଇଛି। ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଫଲି ଏଚ୍‌. ମେଜର୍‌ କହନ୍ତି, ସୁଲୁର ରୁ ୱେଲିଙ୍ଗ୍‌ଟନ୍‌କୁ ବିମାନଯାତ୍ରା ସମୟ ଅବଧି ମାତ୍ର ୨୦ ରୁ ୨୫ ମିନିଟ୍‌। ଏତେ ସ୍ବଳ୍ପ ସମୟ ମଧ୍ୟରେ କି ତ୍ରୁଟି ହେଲା ତାହା ନିର୍ଦ୍ଧାରଣ କରିବା କଷ୍ଟକର ବ୍ୟାପାର। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍‌ ଚିଫ୍‌ ମାର୍ସାଲ୍‌ ଭି.ଆର୍‌. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଅପରପକ୍ଷେ ସଂସଦରେ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ବୁଧବାର ଦ୍ୱିପ୍ରହର ୧୨ଟା ୮ମି. ସମୟରେ ରାୱତଙ୍କ ହେଲିକପ୍ଟର ସହ ଏଟିସିର ସମ୍ପର୍କ ସ୍ଥାପନା ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ମାତ୍ର ଯବାନ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ୱେଲିଂଟନ୍ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଅଛନ୍ତି।

09 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର