କିପରି ଦୁର୍ଘଟଣା ଗ୍ରସ୍ତ ହେଲା ବାୟୁ ସେନାର ସବୁଠୁ ସୁରକ୍ଷିତ ହେଲିକପ୍ଟର, ବ୍ଲାକ୍‌ ବକ୍ସ କରିବ ସବୁ ଘଟଣାର ପର୍ଦାଫାଶ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ୍‌ (୬୩)ଙ୍କ ଜୀବନ ଯାଇଛି । ଏହି ଭୟାବହ ଦୁର୍ଘଟଣାରେ ରାୱତ୍‌ଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି । ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ […]

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ୍‌ (୬୩)ଙ୍କ ଜୀବନ ଯାଇଛି । ଏହି ଭୟାବହ ଦୁର୍ଘଟଣାରେ ରାୱତ୍‌ଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି । ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଦେଶବିଦେଶର ସେନା ମୁଖ୍ୟ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

କୁନ୍ନୁରର ଜଙ୍ଗଲରେ ବୁଧବାର ପ୍ରାୟ ୧୨.୨୦ ମିନିଟ୍‌ରେ ଏମ୍‌ଆଇ-୧୭ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ସିଡିଏସ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଓ ସେନାର ୧୨ ଜଣ ଅଧିକାରୀ ଥିଲେ । ଘନ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏହାଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକର ୯୫% ପୋଡ଼ିଯାଇଥିବାରୁ ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ହିଁ ସେମାନଙ୍କୁ ଚିହ୍ନଟ କରାଯିବ । ୧୦ ତାରିଖ (ଶୁକ୍ରବାର)ରେ ଜେନେରାଲ ରାୱତ୍‌ ଓ ପତ୍ନୀଙ୍କ ଶେଷକୃତ୍ୟ ଦିଲ୍ଲୀରେ ସମ୍ପନ୍ନ ହେବ । ଗୁରୁବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମରଶରୀର ସେନା ବିମାନ ଯୋଗେ ରାଜଧାନୀରେ ପହଞ୍ଚିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ତେବେ ଏସବୁ ମଧ୍ୟରେ ସମସ୍ତଙ୍କ ମନର ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କେମିତି ହେଲା ଏପରି ଭୟଙ୍କର ଦୁର୍ଘଟଣା। ବାୟୁସେନାର ସବୁଠୁ ସୁରକ୍ଷିତ ଏମ୍‌ଆଇ-୧୭ଭି-୫ ହେଲିକପ୍ଟର କିପରି ଦୁର୍ଘଟଣା ଗ୍ରସ୍ତ ହେଲା। MI-17V-5 ହେଲିକପ୍ଟର ଦୁନିଆର ସବୁଠାରୁ ଉନ୍ନତ ପରିବହନ ହେଲିକପ୍ଟର । ଏହି ହେଲିକପ୍ଟର ସାହାର୍ଯ୍ୟରେ ସୈନ୍ୟବାହିନୀ, ଅସ୍ତ୍ରଶସ୍ତ୍ର ପରିବହନ, ଅଗ୍ନି ସହାୟତା, ଗାର୍ଡ ପାଟ୍ରୋଲିଂ ଏବଂ ସର୍ଚ୍ଚ ଏବଂ ଉଦ୍ଧାର ମିଶନରେ ଏହା ନିୟୋଜିତ ହୋଇପାରିବ । MI-17V-5 ହେଲିକପ୍ଟର ମଧ୍ୟ ମାଲ୍ ପରିବହନ ପାଇଁ ଡିଜାଇନ ହୋଇଛି । ଏହି ହେଲିକପ୍ଟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତିବିଧିରେ ବ୍ୟବହୃତ ହୋଇଥାଏ । ଅର୍ଥାତ ଏହି ହେଲିକପ୍ଟର ଭିଭିଆଇପି ଗତିବିଧିଠାରୁ ଆରମ୍ଭ କରି ସେନା ଅପରେସନ ପର୍ଯ୍ୟନ୍ତ ଏହା ବ୍ୟବହୃତ ହୋଇଥାଏ । ତେବେ ଏହା କିପରି ଦୁର୍ଘଟଣା ଗ୍ରସ୍ତ ହେଲା ସେନେଇ ଲାଗିରହିଥିବା ଶଙ୍କା ମଧ୍ୟରେ ମିଳିଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ବ୍ଲାକ ବକ୍ସ। ଯାହା କିପରି ଦୁର୍ଘଟଣା ଘଟିଛି ତାର ପର୍ଦାଫାଶ କରିବ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ


ଗତକାଲି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇଥିଲା। କିପରି ଦୁର୍ଘଟଣାରେ ଶିକାର ସମସ୍ତ ଯବାନଙ୍କୁ ଉଦ୍ଧାର କରାଯିବ ଏବଂ ମେଡିକାଲରେ ଭର୍ତ୍ତି କରାଯିବ ସେନେଇ ସମସ୍ତ କାର୍ଯ୍ୟ କରାଯାଇଥିଲା। ତେବେ ଆଜି ସକାଳୁ ୱିଙ୍ଗ୍ କମାଣ୍ଡର ଆର. ଭରଦ୍ୱାଜଙ୍କ ନେତୃତ୍ୱରେ ବାୟୁସେନା ଅଧିକାରୀଙ୍କ ୨୫ ଟି ବିଶେଷ ଦଳ ହେଲିକପ୍ଟରର ବ୍ଲାକ ବକ୍ସ ଖୋଜୁଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ବ୍ଲାକ ବକ୍ସକୁ  ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏଥିରୁ ସୂଚନାକୁ ଅପେକ୍ଷା କରାଯାଇଛି, ଯାହା ଦ୍ବାରା ଏହା ଜଣାପଡିବ ଯେ  ଏହି ଦୁର୍ଘଟଣା କିପରି ଘଟିଲା ।

ଏହି ବ୍ଲାକ ବକ୍ସରୁ ହେଲିକପ୍ଟରର ଅନ୍ତିମ ଉଡ଼ାଣ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗ ବିଷୟରେ ଜଣାପଡିବ।  ଏହି ବାକ୍ସ ଫ୍ଲାଇଟ୍ ଡାଟା ଏବଂ କକ୍ପିଟ୍ ବାର୍ତ୍ତାଳାପକୁ ରେକର୍ଡ ରହିଥାଏ। ଅନ୍ୟପଟେ ହେଲିକପ୍ଟରର ଅବଶେଷର ଫୋରେନସିକ୍ ପରୀକ୍ଷା କରାଯିବ ଯାହା ଦ୍ବାରା ମଧ୍ୟ ଦୁର୍ଘଟଣାର ବାହ୍ୟ କାରଣ ଅଛି କି ନାହିଁ ତାହା ଜଣାପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର