ଆସିଲା ବହୁଚର୍ଚ୍ଚିତ ହିଜାବ ମାମଲାର ରାୟ, କର୍ଣ୍ଣାଟକ ହାଇକୋର୍ଟ ଖାରଜ କଲେ ଆବେଦନ

The Sakala Picture
Published On

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ମାମଲାରେ ରାୟ ଆସିଛି । ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇ କୋର୍ଟ କହିଛନ୍ତି ଯେ ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଣୁଣାଇଛନ୍ତି । […]

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ମାମଲାରେ ରାୟ ଆସିଛି । ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇ କୋର୍ଟ କହିଛନ୍ତି ଯେ ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଣୁଣାଇଛନ୍ତି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏହି ରାୟ ଆସିବା ପରେ କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବକୁ ନେଇ ଚାଲିଥିବା ବିବାଦ ଆଜି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଏହା ସହିତ ହିଜାବ ବିରୋଧରେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନକୁ ଖାରଜ କରିଦିଆଯାଇଛି । ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ହିଜାବ ଧର୍ମର ଜରୁରୀ ଅଂଶ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ରାୟରେ ଣୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଆଜି ହାଇକୋର୍ଟ ବହୁଚର୍ଚ୍ଚିତ ହିଜାବ ମାମଲାର ରାୟ ଣୁଣାଇବାକୁ ଥିବା କାରଣରୁ କର୍ଣ୍ଣାଟକର ଅନେକ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଥିଲା ଯାହା ଦ୍ବାରା କୌଣସି ଅଘଟଣ ଘଟିବ ନାହିଁ। ଉଲ୍ଲେଖନୀୟ କଥା ହେଉଛି, ହିଜାବ ବିବାଦ ମଧ୍ୟରେ ଜଣେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ଏହି ଘଟଣା ଏତେ ଝଡ଼ ସୃଷ୍ଟି କରିଥିଲା ​​ଯେ ସାରା ଦେଶରେ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆଜି ରାୟ ଆସିବାକୁ ଥିବାରୁ କୌଣସି ଅପ୍ରିତିକର ଘଟଣାକୁ ଦୃଷ୍ଟିରେ ରଖି ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସର୍ବସାଧାରଣ ସ୍ଥାନରେ ସତର୍କ ଦୃଷ୍ଟି ରଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନାଯୋଗ୍ୟ  ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ଆବେଦନ ହୋଇଥିଲା। ରାଜ୍ୟର ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ହିଜବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେଇଛି । ଏହି ସ୍ବାଧୀନତାକୁ କୌଣସି ଶିକ୍ଷା ପ୍ରତିଷ୍ଠାନ କ୍ଷୁଣ୍ଣ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିକଟରେ ସରକାର ଦର୍ଶାଇଥିଲେ ଯେ, ଭାରତରେ ହିଜାବ ପିନ୍ଧିବା ଉପରେ କୌଣସି କଟକଣା ନାହିଁ । ତେବେ ଶିକ୍ଷାନୁଷ୍ଠାନର ନିଷ୍ପତ୍ତି ଅନୁସାରେ ଏହି କଟକଣା ଜାରି କରାଯାଇଥାଏ । ଗତ ଫେବ୍ରୁଆରୀ ୧୦ ତାରିଖରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ କୋର୍ଟରେ ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ କଲେଜ ଖୋଲିବ ମାତ୍ର ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପରିଧାନ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧୬ ତାରିଖରୁ କଲେଜ ଖୋଲିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର