କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ ଆଶଙ୍କା: ଫସିରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି। କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ […]

କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ବଜ୍ରପାତ: ମଝି ଆକାଶରେ ନୋଜ୍ କ୍ଷତିଗ୍ରସ୍ତ, ସୁରକ୍ଷିତ ଅଛନ୍ତି ୧୦୪ ଯାତ୍ରୀ

କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ଯନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ଯ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଭାରତର କଡ଼ା ଜବାବ: ଲାଦାଖ ଓ କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ, ବଦଳିବନି ବାସ୍ତବତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର