କେରଳର କୋଚି ଉପକୂଳରୁ ୧୨୦୦ କୋଟି ଟଙ୍କାର ହେରୋଇନ ଜବତ, ୬ ଗିରଫ

The Sakala Picture
Published On

କୋଚି: କେରଳର କୋଚି ସମୁଦ୍ର କୂଳରୁ ପ୍ରାୟ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ଦାମ ୧୨,୦୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା। ସୂଚନା ଅନୁସାରେ, ଏହି ନିଶା ଦ୍ରବ୍ୟ ପ୍ରଥମେ […]

କୋଚି: କେରଳର କୋଚି ସମୁଦ୍ର କୂଳରୁ ପ୍ରାୟ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ଦାମ ୧୨,୦୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁସାରେ, ଏହି ନିଶା ଦ୍ରବ୍ୟ ପ୍ରଥମେ ପାକିସ୍ତାନରୁ ଇରାନ ଓ ସେଠାରୁ ଭାରତ ଅଣାଯାଉଥିବାର ସନ୍ଦେହ କରାଯାଉଛି । ଜବତ ହୋଇଥିବା ନିଶାଦ୍ରବ୍ୟ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ଏନସିବି ଓ ନୌସେନା ଅଧିକାରୀମାନେ ସନ୍ଦିଗ୍ଧ ବୋଟ ଠାବ କରିବା ପରେ ଏହାର ପିଛା କରିଥିଲେ । ଏହାକୁ ଦେଖି ଗିରଫ ୬ ଇରାନ ନାଗରିକ ନିଶା ପ୍ୟାକେଟ ସବୁ ପାଣି ଭିତରକୁ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ । ହେଲେ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅତି ସତର୍କତା ଓ ଚତୁରତାର ସହ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା। ୱାଟରପ୍ରୁଫ୍‌ ସିଷ୍ଟମରେ ୭ଟି ଲେୟର ଭିତରେ ଅତି ସାବଧାନତାର ସହ ଏହି ନିଶାଦ୍ରବ୍ୟକୁ ରଖାଯାଇଥିଲା । ଖବର ମିଳିବା ପରେ ଗୁରୁବାର ଉଭୟ ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ ଅପରେଶନ ଅରମ୍ଭ ହୋଇଥିଲା। ଗତ କିଛି ବର୍ଷ ହେବ ଆଫଗାନରୁ ଆସୁଥିବା ନିଶାଦ୍ରବ୍ୟ ଆରବ ସାଗର ଓ ଭାରତ ସାଗର ଦେଇ ଏସୀୟ ଦେଶ ଗୁଡ଼ିକୁ ଚାଲାଣ ମାତ୍ରା ବଢ଼ିଛି। ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏହା ଉପରେ କଡ଼ା ନଜର ରଖାଯାଇଥିବା ସଞ୍ଜୟ ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର