ବଢିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ; ୫ ଦିନିଆ ED ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ସିଏମ

The Sakala Picture
Published On

ରାଞ୍ଚି: ୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି […]

ରାଞ୍ଚି: ୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ଓ ସୋରେନଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଗତ ବୁଧବାର (୩୧)ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ଇଡି । ଜମି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରିଥିଲା। ଏହାପରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୋରେନ। ଆଜି ଏ ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଦେବା ସହ ହାଇକୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର