ଉତ୍ତର ଭାରତରେ ବର୍ଷାର ତାଣ୍ଡବ; ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

The Sakala Picture
Published On

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତରେ ଜଳ ପ୍ରଳୟ । ଅଧିକାଂଶ ରାଜ୍ୟରେ ବନ୍ୟା ସ୍ଥିତି । ହିମାଚଳ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ସବୁଠି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଅତଡ଼ା ଖସିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହିମାଚଳପ୍ରଦେଶରେ ବର୍ଷା ଯୋଗୁ ମାଟି ଅତଡା ଖସିବାରୁ ଗତ ୨୪ ଘଣ୍ଟା ଭିତରେ ୫ ଜଣଙ୍କ […]

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତରେ ଜଳ ପ୍ରଳୟ । ଅଧିକାଂଶ ରାଜ୍ୟରେ ବନ୍ୟା ସ୍ଥିତି । ହିମାଚଳ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ସବୁଠି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଅତଡ଼ା ଖସିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହିମାଚଳପ୍ରଦେଶରେ ବର୍ଷା ଯୋଗୁ ମାଟି ଅତଡା ଖସିବାରୁ ଗତ ୨୪ ଘଣ୍ଟା ଭିତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଟିମ୍ ଲାଗିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏପଟେ ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ଦେଶର ରାଜଧାନୀ ଦିଲ୍ଲୀ । ରାସ୍ତା, ଗଳି କନ୍ଦି, ଅଣ୍ଡରପାସ ସବୁଠି ପାଣି ଜମି ରହିଛି। ରାସ୍ତାଘାଟ ପୋଖରୀ ସାଜିଥିବା ବେଳେ ଗୃହବନ୍ଦୀ ହୋଇଛନ୍ତି ଲୋକେ। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ଯୋଗୁଁ ସରକାରୀ ବିଭାଗର ସବୁ ଅଧିକାରୀଙ୍କ ରବିବାର ଛୁଟି ବାତିଲ୍ କରିବା ସହ ସେମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସଦ୍ୟତମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ଜୁଲାଇ ୧୦ରେ ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ୧୯୮୨ ମସିହା ଜୁଲାଇ ପରଠାରୁ ଦିଲ୍ଲୀରେ ଏତେ ପରିମାଣର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ବର୍ଷା ଯୋଗୁଁ ଉତ୍ତର ଭାରତରେ ୨୦ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିମଲାରେ ଭୂସ୍ଖଳନରେ ଘର ଭାଙ୍ଗି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ହିମାଚଳପ୍ରଦେଶ କୁଲୁରେ ବେଜ୍ ନଦୀରେ ଜାତୀୟ ରାଜପଥ ଧୋଇ ହୋଇଯାଇଛି । ସେହିପରି ଲାହୁଲ ସ୍ପିତିରେ ଫ୍ଲାସ ଫ୍ଲଡ ଓ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର