ତାମିଲନାଡୁରେ ବର୍ଷା ବିତ୍ପାତ, ଏକାଧିକ ସହର ଜଳବନ୍ଦୀ

The Sakala Picture
Published On

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ। ଅବିଶ୍ରାନ୍ତ ବର୍ଷା ଯୋଗୁ ଚେନ୍ନାଇ ସମେତ ବହୁ ସହର ଜଳାର୍ଣ୍ଣବ ହୋଇଛି। କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁ ତଳିଆ ଅଞ୍ଚଳ ହୋଇଛି କ୍ଷତିଗ୍ରସ୍ତ। ପ୍ରାୟ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଜାରି ରହିଥିବାବେଳେ ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ […]

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ। ଅବିଶ୍ରାନ୍ତ ବର୍ଷା ଯୋଗୁ ଚେନ୍ନାଇ ସମେତ ବହୁ ସହର ଜଳାର୍ଣ୍ଣବ ହୋଇଛି। କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁ ତଳିଆ ଅଞ୍ଚଳ ହୋଇଛି କ୍ଷତିଗ୍ରସ୍ତ। ପ୍ରାୟ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଜାରି ରହିଥିବାବେଳେ ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ରାଜ୍ୟରେ ଆଜି ବି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ଚିତଲାପାକମ୍ ଲେକ୍ର ପାଣି ଚମ୍ବାରାମ୍ ଅଞ୍ଚଳରେ ପ୍ରବେଶ କରିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

ଥେନି, ଦିନ୍ଦିଗୁଳ, ମଦୁରାଇ, ଶିବଗଙ୍ଗା ଆଦି ଜିଲ୍ଲାରେ ବି ବର୍ଷାର ତାଣ୍ଡବ ଜାରି ରହିଛି। ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗଲପେଟ ଆଦି ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ, ପୁଦୁଚେରୀ ଉପକୂଳ ଆଦି ଅଞ୍ଚଳରେ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷାର ତାଣ୍ଡବ ବଢୁଥିବାରୁ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ତଳିଆ ଅଞ୍ଚଳରେ ଉଦ୍ଧାରକାର୍ୟ୍ୟ ଲାଗି ସତର୍କତା ବ୍ୟବସ୍ଥା କରାଯାଇଛି। ତାମ୍ବାରାମ ସ୍ଥିତ ଚିତଲପକାମ ହ୍ରଦରୁ ଜଳନିଷ୍କାସନ ହେବା ଯୋଗୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି।

ଆହୁରି ପଢ଼ନ୍ତୁ: ହନିମୁନ୍ ମର୍ଡର କେସ୍: ସୋନମ୍ ରଘୁବଂଶୀଙ୍କ ପରେ ଏବେ ପ୍ରେମିକ ରାଜ୍ କୁଶୱାହା ମଧ୍ୟ ଆସିପାରନ୍ତି ଜେଲରୁ ବାହାରକୁ, ଜାମିନ ରାୟ ସଂରକ୍ଷିତ

ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ଯନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ରାଜ୍ୟରେ ଆଜି ମଧ୍ୟ ଭୀଷଣ ବର୍ଷା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ବୁଲନ୍ଦଶହର ଟ୍ରିପଲ ମର୍ଡର: ପୋଲିସ ଏନକାଉଣ୍ଟରରେ ଟଳିଲା ମୁଖ୍ୟ ଅଭିଯୁକ୍ତ ଜୀତୁ ସୈନି, ଦୁଇ ପୋଲିସକର୍ମୀ ଆହତ

13 Nov 2022 By The Sakala

ତାମିଲନାଡୁରେ ବର୍ଷା ବିତ୍ପାତ, ଏକାଧିକ ସହର ଜଳବନ୍ଦୀ

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ। ଅବିଶ୍ରାନ୍ତ ବର୍ଷା ଯୋଗୁ ଚେନ୍ନାଇ ସମେତ ବହୁ ସହର ଜଳାର୍ଣ୍ଣବ ହୋଇଛି। କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁ ତଳିଆ ଅଞ୍ଚଳ ହୋଇଛି କ୍ଷତିଗ୍ରସ୍ତ। ପ୍ରାୟ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଜାରି ରହିଥିବାବେଳେ ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ରାଜ୍ୟରେ ଆଜି ବି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ଚିତଲାପାକମ୍ ଲେକ୍ର ପାଣି ଚମ୍ବାରାମ୍ ଅଞ୍ଚଳରେ ପ୍ରବେଶ କରିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି।

ଥେନି, ଦିନ୍ଦିଗୁଳ, ମଦୁରାଇ, ଶିବଗଙ୍ଗା ଆଦି ଜିଲ୍ଲାରେ ବି ବର୍ଷାର ତାଣ୍ଡବ ଜାରି ରହିଛି। ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗଲପେଟ ଆଦି ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ, ପୁଦୁଚେରୀ ଉପକୂଳ ଆଦି ଅଞ୍ଚଳରେ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷାର ତାଣ୍ଡବ ବଢୁଥିବାରୁ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ତଳିଆ ଅଞ୍ଚଳରେ ଉଦ୍ଧାରକାର୍ୟ୍ୟ ଲାଗି ସତର୍କତା ବ୍ୟବସ୍ଥା କରାଯାଇଛି। ତାମ୍ବାରାମ ସ୍ଥିତ ଚିତଲପକାମ ହ୍ରଦରୁ ଜଳନିଷ୍କାସନ ହେବା ଯୋଗୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି।

ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ଯନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ରାଜ୍ୟରେ ଆଜି ମଧ୍ୟ ଭୀଷଣ ବର୍ଷା ଆଶଙ୍କା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର