ହରିୟାଣାରେ ଆୟୁଷ୍ମାନ ଚିକିତ୍ସା ବନ୍ଦ, ‘ପୁରୁଣା ବିଲ୍‌ ନ ଦେବା ଯାଏଁ ସେବା ଦିଆଯିବନି’

The Sakala Picture
Published On

ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା […]

ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା ବାମି ଥିବା ବେଳେ ସେମାନେ ଆଉ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ସରକାର ବକେୟା ଅର୍ଥ ପଇଠ ନକରିବା ପର୍ଯ୍ୟନ୍ତ ଆୟୁଷ୍ମାନ ଚିକିତ୍ସା କରାଯିବ ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ହରିୟାଣା ଶାଖା ପକ୍ଷରୁ ଜଣାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଏହି କାରଣରୁ ଆୟୁଷ୍ମାନ ଭାରତ ସେବାକୁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ଦେଢ଼ କୋଟି ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପ୍ରବଳ ଗହଳି ଲାଗି ରହିଛି। ଆଇଏମଏ ସୂଚନା ଅନୁଯାୟୀ ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ପଡ଼ିଛି। ଆଶିଂକ ଦେୟ ପ୍ରଦାନ ସତ୍ତ୍ବେ ସେବା ଆରମ୍ଭ ହେବନାହିଁ। ସରକାରଙ୍କୁ ପୂରା ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଦାବିରେ ଆଇଏମଏ ସଦସ୍ୟମାନେ ରବିବାର ପାନିପଥରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ ଲଗାଇଛନ୍ତି। ଆୟୁଷ୍ମାନ ଭାରତ ଦ୍ବାରା ଲୋକେ କି ଘରୋଇ ଡାକ୍ତରଖାନା କେହି ଖୁସି ନାହାନ୍ତି। ପାରଦର୍ଶି ଦେୟ ବ୍ୟବସ୍ଥା ନ ଆଣିଲା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହେବ ନାହିଁ। ଏହାକୁ ନେଇ ସରକାର ଡାକ୍ତରଖାନା ଗୁଡିକୁ ଉତ୍ପୀଡ଼ନ ଦେବା ବନ୍ଦ କରନ୍ତୁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାଗୁଡିକର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ବି ଡାକ୍ତରଖାନାଗୁଡିକ ସେବା ଆରମ୍ଭ କରିନାହାନ୍ତି। ଏଥିପାଇଁ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

25 Aug 2025 By The Sakala

ହରିୟାଣାରେ ଆୟୁଷ୍ମାନ ଚିକିତ୍ସା ବନ୍ଦ, ‘ପୁରୁଣା ବିଲ୍‌ ନ ଦେବା ଯାଏଁ ସେବା ଦିଆଯିବନି’

ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା ବାମି ଥିବା ବେଳେ ସେମାନେ ଆଉ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ସରକାର ବକେୟା ଅର୍ଥ ପଇଠ ନକରିବା ପର୍ଯ୍ୟନ୍ତ ଆୟୁଷ୍ମାନ ଚିକିତ୍ସା କରାଯିବ ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ହରିୟାଣା ଶାଖା ପକ୍ଷରୁ ଜଣାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଏହି କାରଣରୁ ଆୟୁଷ୍ମାନ ଭାରତ ସେବାକୁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ଦେଢ଼ କୋଟି ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପ୍ରବଳ ଗହଳି ଲାଗି ରହିଛି। ଆଇଏମଏ ସୂଚନା ଅନୁଯାୟୀ ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ପଡ଼ିଛି। ଆଶିଂକ ଦେୟ ପ୍ରଦାନ ସତ୍ତ୍ବେ ସେବା ଆରମ୍ଭ ହେବନାହିଁ। ସରକାରଙ୍କୁ ପୂରା ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଦାବିରେ ଆଇଏମଏ ସଦସ୍ୟମାନେ ରବିବାର ପାନିପଥରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ ଲଗାଇଛନ୍ତି। ଆୟୁଷ୍ମାନ ଭାରତ ଦ୍ବାରା ଲୋକେ କି ଘରୋଇ ଡାକ୍ତରଖାନା କେହି ଖୁସି ନାହାନ୍ତି। ପାରଦର୍ଶି ଦେୟ ବ୍ୟବସ୍ଥା ନ ଆଣିଲା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହେବ ନାହିଁ। ଏହାକୁ ନେଇ ସରକାର ଡାକ୍ତରଖାନା ଗୁଡିକୁ ଉତ୍ପୀଡ଼ନ ଦେବା ବନ୍ଦ କରନ୍ତୁ।

ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାଗୁଡିକର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ବି ଡାକ୍ତରଖାନାଗୁଡିକ ସେବା ଆରମ୍ଭ କରିନାହାନ୍ତି। ଏଥିପାଇଁ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର