କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ପାଇଁ ନିଜ ରାଜ୍ୟସଭା ଦରମା ଦାନ କରିବେ ହରଭଜନ ସିଂ

The Sakala Picture
Published On

ଚଣ୍ଡିଗଡ଼: ପୂର୍ବତନ କ୍ରିକେଟର ତଥା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ହରଭଜନ ସିଂ ତାଙ୍କ ରାଜ୍ୟସଭା ଦରମା କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ତଥା କଲ୍ୟାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ରାଜ୍ୟସଭା ସଦସ୍ୟ ଭାବେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ହରଭଜନ ଶନିବାର ଟ୍ୱିଟ୍ କରି ଏହା ଘୋଷଣା କରିଛନ୍ତି । ପଞ୍ଜାବ ନିର୍ବାଚନ ପରେ ହରଭଜନ ସିଂ ଆମ୍ […]

ଚଣ୍ଡିଗଡ଼: ପୂର୍ବତନ କ୍ରିକେଟର ତଥା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ହରଭଜନ ସିଂ ତାଙ୍କ ରାଜ୍ୟସଭା ଦରମା କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ତଥା କଲ୍ୟାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ରାଜ୍ୟସଭା ସଦସ୍ୟ ଭାବେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ହରଭଜନ ଶନିବାର ଟ୍ୱିଟ୍ କରି ଏହା ଘୋଷଣା କରିଛନ୍ତି । ପଞ୍ଜାବ ନିର୍ବାଚନ ପରେ ହରଭଜନ ସିଂ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ପରେ ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ମନୋନୀତ କରିଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ହରଭଜନ ସିଂଙ୍କ ବ୍ୟତୀତ, ଦଳର ନେତା ରାଘବ ଚଢା, ଲଭଲି ପ୍ରଫେସନାଲ ୟୁନିଭରସିଟି ପ୍ରତିଷ୍ଠାତା ଅଶୋକ ମିତ୍ତଲ, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ ଏବଂ ଶିଳ୍ପପତି ସଞ୍ଜୀବ ଆରୋରାଙ୍କୁ ଆପ୍ ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲା। ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ​​ନିର୍ବାଚିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୯୨ ଟି ଆସନ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର