ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

The Sakala Picture
Published On

ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ । ଏହା ସହିତ […]

ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହା ସହିତ ୧୯୮୯ ବ୍ୟାଚ୍‌ର ହରିଆଣା କ୍ୟାଡର୍ ଆଇଏସ୍ ଅଫିସର ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ଏମାନଙ୍କ ନାମର ସୁପାରିସ ରାଷ୍ଟ୍ରପତିଙ୍କୁ କରାଯାଇଥିଲା । ଏହି ନିଯୁକ୍ତି କମିଟିରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

କେରଳ କ୍ୟାଡର (୧୯୮୮ ବ୍ୟାଚ୍‌)ର ଏହି ପୂର୍ବତନ ଆଇଏଏସ ଅଧିକାରୀ ପୂର୍ବରୁ ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ସମବାୟ ବିଭାଗର ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ତାମିଲନାଡ଼ୁ ଏବଂ ପଶ୍ଚିମ ବଙ୍ଗ ନିର୍ବାଚନ ହେବ । ୨୦୨୯ରେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରୁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ହଟାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ତିନି ଜଣିଆ କମିଟି କରିବା ଲାଗି ମତ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କ ସହିିତ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତିଙ୍କୁ ରଖିବା ଲାଗି କୁହାଯାଇଥିଲା । କିନ୍ତୁ ସରକାର ନୂଆ ଆଇନ ଆଣି କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଭ୍ୟ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ଏବଂ ସର୍ବାଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ନଦେଇ କୋର୍ଟ ଆଦେଶକୁ ଅପେକ୍ଷା କରିବା ଲାଗି ଆଜିର ବୈଠକରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମତ ରଖିଥିଲେ ।

18 Feb 2025 By The Sakala

ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର, କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଜ୍ଞାନେଶ କୁମାର ହେବେ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବାରେ ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ । ତାଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ ।

ଏହା ସହିତ ୧୯୮୯ ବ୍ୟାଚ୍‌ର ହରିଆଣା କ୍ୟାଡର୍ ଆଇଏସ୍ ଅଫିସର ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ଏମାନଙ୍କ ନାମର ସୁପାରିସ ରାଷ୍ଟ୍ରପତିଙ୍କୁ କରାଯାଇଥିଲା । ଏହି ନିଯୁକ୍ତି କମିଟିରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ।

କେରଳ କ୍ୟାଡର (୧୯୮୮ ବ୍ୟାଚ୍‌)ର ଏହି ପୂର୍ବତନ ଆଇଏଏସ ଅଧିକାରୀ ପୂର୍ବରୁ ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ସମବାୟ ବିଭାଗର ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ତାମିଲନାଡ଼ୁ ଏବଂ ପଶ୍ଚିମ ବଙ୍ଗ ନିର୍ବାଚନ ହେବ । ୨୦୨୯ରେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରୁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ପରମ୍ପରାକୁ ହଟାଇ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ତିନି ଜଣିଆ କମିଟି କରିବା ଲାଗି ମତ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କ ସହିିତ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ବିଚାରପତିଙ୍କୁ ରଖିବା ଲାଗି କୁହାଯାଇଥିଲା । କିନ୍ତୁ ସରକାର ନୂଆ ଆଇନ ଆଣି କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସଭ୍ୟ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ଏବଂ ସର୍ବାଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ନଦେଇ କୋର୍ଟ ଆଦେଶକୁ ଅପେକ୍ଷା କରିବା ଲାଗି ଆଜିର ବୈଠକରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମତ ରଖିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର