ଦୋଷୀକୁ ‘Z’ ପ୍ଲସ ସୁରକ୍ଷା

The Sakala Picture
Published On

ଚଣ୍ଡିଗଡ଼: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ଜେଡ  ପ୍ଲସ ସୁରକ୍ଷା । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ତାକୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ରାମ ରହିମ ଏବେ ୨୧ […]

ଚଣ୍ଡିଗଡ଼: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ଜେଡ  ପ୍ଲସ ସୁରକ୍ଷା । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ତାକୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ରାମ ରହିମ ଏବେ ୨୧ ଦିନିଆ ପାରୋଲରେ ଜେଲରୁ ବାହାରକୁ ଆସିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୂଚନାଯୋଗ୍ୟ, ସୁନାରିଆ ଜେଲରୁ ଆସିବା ପରେ ରାମ ରହିମକୁ ଗୁରୁଗ୍ରାମ ଡେରାରେ ରଖାଯାଇଛି। ଏଠାରେ ରହିବାକୁ ତାକୁ ପ୍ରଶାସନ ପକ୍ଷରୁ ପାରୋଲ ମିଳିଛି। ପୁଲିସ ସୁରକ୍ଷା ଦୃଷ୍ଟିରୁ ଚାରିଆଡ଼େ ଜାଲ ଲଗାଯାଇଛି। ସେ ଛାତରେ ଯେପରି ଦେଖା ନଯିବ ସେଥିପାଇଁ ପରଦା ଲଗାଯାଇଛି। ପର୍ଯ୍ଯାୟକ୍ରମେ ଅନେକ ସିଆଇଡି ଅଧିକାରୀ ମୁତୟନ ହୋଇଛନ୍ତି ଓ ସେମାନେ ପ୍ରତ୍ୟେକ ମୁହୂର୍ତ୍ତର ରିପୋର୍ଟ ମୁଖ୍ୟାଳୟକୁ ପଠାଉଛନ୍ତି। ରିପୋର୍ଟରେ ସେଠାକୁ ଆସୁଥିବା ଗାଡ଼ିଗୁଡ଼ିକର ନମ୍ବର ମଧ୍ୟ ପଠାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଗୁରମିତ ନିଜର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତା’କୁ ୨୦୧୭ ମସିହାରେ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ସଚ୍ଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟା ମାମଲାରେ ତା’କୁ ଅକ୍ଟୋବର ମାସରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଗୁରମିତ ସହ ତା’ର ଆଉ ୩ ସହଯୋଗୀ ମଧ୍ୟ ଏହି ହତ୍ୟା ମାମଲାରେ ସମାନ ଦଣ୍ଡ ପାଇଛନ୍ତି। ଗୁରମିତ ୨୦୦୨ ମସିହାରେ ଶ୍ରୀ ସିଂହଙ୍କୁ ହତ୍ୟା କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଗୁରମିତ ଏବେ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତା’କୁ ଦୁଇ ଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ଗୁରମିତକୁ ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର