ବରକୁ ଆସିଲାନି ପଣକିଆ , କନିଆ ଭାଙ୍ଗିଦେଲା ବାହାଘର

The Sakala Picture
Published On

ନିଜ ବିବାହକୁ ନେଇ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ଉତ୍ସୁକତା ଦେଥିବାକୁ ମିଳେ। ସମସ୍ତେ ଚାହାଁନ୍ତି ଯେ, ତାଙ୍କ ଜୀବନସାଥୀଙ୍କ ମଧ୍ୟରେ ସମସ୍ତ ଭଲ ଗୁଣ ଭରି ରହିଥାଉ। କିନ୍ତୁ ବେଳେବେଳେ ବର କନ୍ୟାଙ୍କ ମଧ୍ୟରେ ଥିବା ଦୋଷତ୍ରୁଟି ପଦାକୁ ଆସିଲେ ଏହାକୁ ନେଇ ଅନେକ ସମୟରେ ବାହାଘର ଭାଙ୍ଗିଯାଏ। ଏଭଳି ଏକ ଘଟଣା ଦେଥିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ । ଏଠାରେ ବର ବାହା ନ ହୋଇ ମଣ୍ଡପରୁ ଫେରିଗଲା। ବାହାହେବା ପାଇଁ ଶୋଭାଯାତ୍ରାରେ ବର […]

ନିଜ ବିବାହକୁ ନେଇ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ଉତ୍ସୁକତା ଦେଥିବାକୁ ମିଳେ। ସମସ୍ତେ ଚାହାଁନ୍ତି ଯେ, ତାଙ୍କ ଜୀବନସାଥୀଙ୍କ ମଧ୍ୟରେ ସମସ୍ତ ଭଲ ଗୁଣ ଭରି ରହିଥାଉ। କିନ୍ତୁ ବେଳେବେଳେ ବର କନ୍ୟାଙ୍କ ମଧ୍ୟରେ ଥିବା ଦୋଷତ୍ରୁଟି ପଦାକୁ ଆସିଲେ ଏହାକୁ ନେଇ ଅନେକ ସମୟରେ ବାହାଘର ଭାଙ୍ଗିଯାଏ। ଏଭଳି ଏକ ଘଟଣା ଦେଥିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ । ଏଠାରେ ବର ବାହା ନ ହୋଇ ମଣ୍ଡପରୁ ଫେରିଗଲା। ବାହାହେବା ପାଇଁ ଶୋଭାଯାତ୍ରାରେ ବର ଆସିଥିଲା। ଏହି ସମୟ ରେ କନ୍ୟା ଜାଣି ପାରିଲା ଯେ, ସେ ଯାହାକୁ ବାହା ହେବା ପାଇଁ ଯାଉଛି ସେ ନିରକ୍ଷର ଅଟନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପରେ କନ୍ୟା ବାହାଘର ମଣ୍ଡପରେ ବରକୁ ଦୁଇକ ପଣିକିଆ କହିବାକୁ କହିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଯେତେବେଳେ ବର ଜଣକ ଦୁଇକ ପଣିକିଆ କହି ପାରିଲେ ନାହିଁ ସେତେବେଳେ କନ୍ୟାଜଣକ ତାଙ୍କୁ ସଫାସଫା ବାହା ହେବା ପାଇଁ ମନା କରିଦେଲେ । ଏହାପରେ ବର ଘର ପକ୍ଷରୁ ପାଟିତୁଣ୍ଡ ଆରମ୍ଭ ହୋଇଗଲା। ଅନେକ ବୁଝାଶୁଝା କରିବା ପରେ ମଧ୍ୟ କନ୍ୟା ଯେତେବେଳେ ବାହା ହେବାକୁ ମନା କରିଦେଲା ସେତେବେଳେ ବରକୁ ଖାଲି ହାତରେ ଫେରିବାକୁ ହୋଇଥିଲା। କିନ୍ତୁ ଏହି ଘଟଣା ପାନୱାଡି ପୋଲିସ ଷ୍ଟେସନରେ ପହଞ୍ଚିଗଲା। ଏହି ବିବାଦର ଅନ୍ତ ଘଟାଇବା ପାଇଁ ପୋଲିସ ଉଭୟ ବର ଓ କନ୍ୟାଙ୍କଠାରୁ ଏକ ଆପୋସ ବୁଝାମଣାପତ୍ର ସ୍ୱାକ୍ଷର କରାଇଥିଲା। ସାମାଧାନ ପରେ ବର ପକ୍ଷ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବାବଦରେ କନ୍ୟାଘରକୁ ୪ ଲକ୍ଷ ଟଙ୍କା ଦେଇଥିଲେ। ଏହା ସହିତ ଉଭୟ ପକ୍ଷ ପରସ୍ପରକୁ ଦିଆଯାଇଥିବା ଜିନିଷପତ୍ର ମଧ୍ୟ ଫେରାଇଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର