ସୁପ୍ରିମ୍‌ କୋର୍ଟରେ ଜବାବ ରଖିଲା କେନ୍ଦ୍ର; ‘କରୋନା ଟୀକା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି’

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଯୋଗୁଁ ହୋଇଥିବା ମୃତ୍ୟୁ ପ୍ରସଙ୍ଗ ଉପରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ କରୋନା ଟୀକା ନେଇ ପ୍ରାଣ ହରାଇଥିବା ଲୋକେ ଓ ସେମାନଙ୍କ ପରିବାର ପ୍ରତି ଆମର ଦରଦ ଥିବା କହିଛନ୍ତି, ତେବେ ଟିକାର କୌଣସି ପ୍ରତିକୂଳ ପ୍ରଭାବ ଲାଗି ଆମକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। କରୋନା ଟୀକା ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି ବୋଲି […]

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଯୋଗୁଁ ହୋଇଥିବା ମୃତ୍ୟୁ ପ୍ରସଙ୍ଗ ଉପରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ କରୋନା ଟୀକା ନେଇ ପ୍ରାଣ ହରାଇଥିବା ଲୋକେ ଓ ସେମାନଙ୍କ ପରିବାର ପ୍ରତି ଆମର ଦରଦ ଥିବା କହିଛନ୍ତି, ତେବେ ଟିକାର କୌଣସି ପ୍ରତିକୂଳ ପ୍ରଭାବ ଲାଗି ଆମକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। କରୋନା ଟୀକା ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କୋଭିଡ୍‌ ଟୀକା ଯୋଗୁ ନିଜର ଝିଅମାନଙ୍କୁ ହରାଇଥିବା ଦୁଇ ଅଭିଭାବକ ସୁପ୍ରିମ୍‌ କୋର୍ଟରେ ପିଟିସନ ଦାଖଲ କରିଥିଲେ, ଯାହାର ଜବାବରେ ସରକାର ଏହି କଥା ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦୁଇ ଝିଅଙ୍କ ମୃତ୍ୟୁ ଟିକା ନେବା ଯୋଗୁଁ ହୋଇଥିବା ନେଇ ସେମାନଙ୍କ ବାପା ମା’ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୃତ୍ୟୁ ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ଆବେଦନରେ କୁହାଯାଇଥିଲା । ଏଥିସହ ଟୀକାର ପାଶ୍ୱପ୍ରତିକ୍ରିୟା ହେବା ପୂର୍ବରୁ ଏହାକୁ ଚିହ୍ନଟ କରି ସେଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବା ଆବଶ୍ୟକ ଓ ଏହାର ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ଗଠନ ପାଇଁ ଆବେଦନରେ ଦାବି ହୋଇଥିଲା । ଏହି ଆବେଦନକୁ ଆଧାର କରି ସରକାରଙ୍କଠୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ । ଏହା ଉପରେ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋର୍ଟରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତେବେ କୋର୍ଟ କହିଛନ୍ତି କି ମୃତ୍ୟୁ ମାମଲାରେ କ୍ଷତିପୂରଣ ପାଇଁ ସିଭିଲି କୋର୍ଟରେ ମକଦମା ଦାୟର କରି କ୍ଷତିପୁରଣ ମଗାଯାଇପାରେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କେନ୍ଦ୍ର ସରକାର କହିଛନ୍ତି ଯେ କୋଭିଡ ଟିକାକୁ ଅନୁମତି ଦେବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଲୋକଙ୍କୁ ଏହି ଟିକା ବିଷୟରେ ଅବଗତ କରାଯାଇଥିଲା, କିନ୍ତୁ ଆଇନଗତ ଭାବରେ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ନଥିଲା। ସରକାର ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱରେ ବିଭିନ୍ନ ଟିକାକରଣର କିଛି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। କିନ୍ତୁ ଟିକା ଯୋଗୁଁ ମୃତ୍ୟୁ ଏକ ବିରଳ ଘଟଣା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର