ମନୋରଞ୍ଜନ
ଓଡ଼ିଶା
ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ ଅଭିନେତା ଗୋବିନ୍ଦା
ନୂଆଦିଲ୍ଲୀ: ଗୁରୁବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ସିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ। ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି । କଏହା ପୂର୍ବରୁ ବୁଧବାର ଗୋବିନ୍ଦା, ଶିବସେନା(ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର ତଥା ପୂର୍ବତନ ବିଧାୟକ କୃଷ୍ଣା ହେଗଡେଙ୍କ ସହ ମଧ୍ୟ ମିଟିଂ କରିଥିଲେ । ତେବେ ଏସମ୍ପର୍କରେ […]
ନୂଆଦିଲ୍ଲୀ: ଗୁରୁବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ସିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ। ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।
ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ
କଏହା ପୂର୍ବରୁ ବୁଧବାର ଗୋବିନ୍ଦା, ଶିବସେନା(ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର ତଥା ପୂର୍ବତନ ବିଧାୟକ କୃଷ୍ଣା ହେଗଡେଙ୍କ ସହ ମଧ୍ୟ ମିଟିଂ କରିଥିଲେ । ତେବେ ଏସମ୍ପର୍କରେ ଉଭୟ ପଟୁ କୌଣସି ବୟାନ ସାମ୍ନାକୁ ଆସିନଥିଲା । ତେବେ ଆଜି ଗୋବିନ୍ଦା ଶିବସେନା (ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ।






