ବିରୋଧୀଙ୍କୁ ପୁଣି ଝଟକା: ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ବିରୋଧୀଙ୍କ ପାଇଁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ବିରୋଧୀଙ୍କ ପାଇଁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ ଯାହାଙ୍କୁ ଜାତୀୟ ସ୍ଥରରେ ସହମତି ଓ ବିରୋଧୀଙ୍କ ଏକତା ଶୁନିଶ୍ଚିତ ରହିଥିବ।

ଆହୁରି ପଢ଼ନ୍ତୁ: କୋଲାଥୁର ଆସନରୁ ହାରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍

ପ୍ରଥମେ ଏନସିପି ମୁଖ୍ୟ ଶରଦ ପୱାର ପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳକୃଷ୍ଣ ଗାନ୍ଧି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ସୋମବାର ବିରୋଧୀ ଦଳ ନେତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ: ସବୁଠୁ ବଡ଼ ଦଳ ପାଲଟିଲା ବିଜୟଙ୍କ 'ଟିଭିକେ', କିନ୍ତୁ ବହୁମତରୁ ଦୂରରେ, ଜାଣନ୍ତୁ ଆଗକୁ କଣ ହେବ?

ସେ କହିଛନ୍ତି କି, ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ହେବା ଲାଗି ଅନୁରୋଧ କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କିନ୍ତୁ ଏହା ଉପରେ ଗଭୀର ଚିନ୍ତନ ପରେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଛି । ବିରୋଧୀଙ୍କ ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯିଏ ବିରୋଧୀ ଏକତା ସହ ରାଷ୍ଟ୍ରୀୟ ସ୍ତରରେ ସର୍ବ ସହମତି ସୃଷ୍ଟି କରିପାରିବେ । ମୋ ଠାରୁ ଅନେକ ଉତ୍ତମ ବ୍ୟକ୍ତି ଅଛନ୍ତି । ଏହି କାରଣରୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି କି ଭଲ ପ୍ରାର୍ଥୀ ଚୟନ କରନ୍ତୁ । ତେଣୁ ମୁଁ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ପାଆନ୍ତୁ । ଗୋପାଳକୃଷ୍ଣ ଗାନ୍ଧୀଙ୍କ ପ୍ରତ୍ୟାଖାନ ପରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଶଙ୍କା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ: ଚୀନର ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୨୧ ମୃତ, ୬୧ ଆହତ

20 Jun 2022 By The Sakala

ବିରୋଧୀଙ୍କୁ ପୁଣି ଝଟକା: ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ବିରୋଧୀଙ୍କ ପାଇଁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ ଯାହାଙ୍କୁ ଜାତୀୟ ସ୍ଥରରେ ସହମତି ଓ ବିରୋଧୀଙ୍କ ଏକତା ଶୁନିଶ୍ଚିତ ରହିଥିବ।

ପ୍ରଥମେ ଏନସିପି ମୁଖ୍ୟ ଶରଦ ପୱାର ପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳକୃଷ୍ଣ ଗାନ୍ଧି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ସୋମବାର ବିରୋଧୀ ଦଳ ନେତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।

ସେ କହିଛନ୍ତି କି, ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ହେବା ଲାଗି ଅନୁରୋଧ କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କିନ୍ତୁ ଏହା ଉପରେ ଗଭୀର ଚିନ୍ତନ ପରେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଛି । ବିରୋଧୀଙ୍କ ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯିଏ ବିରୋଧୀ ଏକତା ସହ ରାଷ୍ଟ୍ରୀୟ ସ୍ତରରେ ସର୍ବ ସହମତି ସୃଷ୍ଟି କରିପାରିବେ । ମୋ ଠାରୁ ଅନେକ ଉତ୍ତମ ବ୍ୟକ୍ତି ଅଛନ୍ତି । ଏହି କାରଣରୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି କି ଭଲ ପ୍ରାର୍ଥୀ ଚୟନ କରନ୍ତୁ । ତେଣୁ ମୁଁ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ପାଆନ୍ତୁ । ଗୋପାଳକୃଷ୍ଣ ଗାନ୍ଧୀଙ୍କ ପ୍ରତ୍ୟାଖାନ ପରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଶଙ୍କା ଦେଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର