ଜୀବନ ନେଲା ଗୁଗୁଲ୍‌ ମ୍ୟାପ୍‌: ଦେଖାଇଲା ଭୁଲ୍‌ ରାସ୍ତା, ନିର୍ମାଣାଧୀନ ପୋଲରୁ କାର୍ ଖସି ଚାଲିଗଲା ୩ ଜୀବନ…

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେହିପଟରେ ଗାଡ଼ି ନେଇ ଯାଉଥିବାବେଳେ ଶେଷରେ ସେହି ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ପୁଲିସ କହିଛି। […]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେହିପଟରେ ଗାଡ଼ି ନେଇ ଯାଉଥିବାବେଳେ ଶେଷରେ ସେହି ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୂଚନା ଅନୁଯାୟୀ, ଏହି ଘଟଣା ହେଉଛି ଶନିବାର ଦିନର। ପୀଡିତଙ୍କ ମଧ୍ୟରୁ ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣି ନ ଥିବାରୁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା। କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା, ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେମାନେ ଏକ ୱାଗନର୍ରେ ଯାତ୍ରା କରୁଥିଲେ। ଏବେ ସୁଦ୍ଧା ୨ ଜଣଙ୍କ ପରିଚୟ ଜଣାପଡ଼ିଥିବା ବେଳେ ତୃତୀୟ ଜଣଙ୍କ ପରିଚୟ ମିିଳି ପାରିନାହିଁ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର