ପ୍ଲେ ଷ୍ଟୋରରେ ସବୁ କଲ୍‌ ରେକର୍ଡିଂ ଆପ୍ ନିଷିଦ୍ଧ କଲା ଗୁଗୁଲ୍‌

The Sakala Picture
Published On

ନୂଆଦିଲ୍ଲୀ: ଗୁଗଲ ଏହାର ପ୍ଲେ ଷ୍ଟୋରର ଆଜିଠୁ ସବୁ କଲ ରେକର୍ଡିଂ ଆପ୍ ଉପରେ ନିଷିଧାଦେଶ ଲଗାଇଛି। ଏ ନେଇ ଗତ ମାସରେ କମ୍ପାନୀ ଘୋଷଣା କରିଥିଲା। ଗୁଗଲ ପ୍ଲେ ଷ୍ଟୋର ନୀତି ଅନୁସାରେ ୧୧ ତାରିଖ ଅର୍ଥାତ ଆଜିଠୁ କଲ୍‌ ରେକର୍ଡିଂ ଆପ ନିଷେଧ ହୋଇଛି। ତେବେ କମ୍ପାନୀ ଫୋନ୍‌ରେ ଥିବା ଇନ୍ ବିଲ୍ଟ କଲ୍ ରେକର୍ଡିଂ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନି। ଗତମାସରେ ଗୁଗଲ୍‌ ପକ୍ଷରୁ ତାର ପ୍ଲେ ଷ୍ଟୋରରେ ଥିବା ସମସ୍ତ କଲ […]

ନୂଆଦିଲ୍ଲୀ: ଗୁଗଲ ଏହାର ପ୍ଲେ ଷ୍ଟୋରର ଆଜିଠୁ ସବୁ କଲ ରେକର୍ଡିଂ ଆପ୍ ଉପରେ ନିଷିଧାଦେଶ ଲଗାଇଛି। ଏ ନେଇ ଗତ ମାସରେ କମ୍ପାନୀ ଘୋଷଣା କରିଥିଲା। ଗୁଗଲ ପ୍ଲେ ଷ୍ଟୋର ନୀତି ଅନୁସାରେ ୧୧ ତାରିଖ ଅର୍ଥାତ ଆଜିଠୁ କଲ୍‌ ରେକର୍ଡିଂ ଆପ ନିଷେଧ ହୋଇଛି। ତେବେ କମ୍ପାନୀ ଫୋନ୍‌ରେ ଥିବା ଇନ୍ ବିଲ୍ଟ କଲ୍ ରେକର୍ଡିଂ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନି। ଗତମାସରେ ଗୁଗଲ୍‌ ପକ୍ଷରୁ ତାର ପ୍ଲେ ଷ୍ଟୋରରେ ଥିବା ସମସ୍ତ କଲ ରେକର୍ଡିଂକୁ ନିଷିଦ୍ଧ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା । ଆମେରିକାର କୁପରଟିନୋସ୍ଥିତ ଏହି ପ୍ରଯୁକ୍ତି କମ୍ପାନୀ ଦୀର୍ଘ ବର୍ଷ ହେଲା କଲ୍‌ ରେକର୍ଡିଂ ଆପ୍ ଓ ସେବା ବନ୍ଦ କରିବା ସପକ୍ଷରେ ଯୁକ୍ତି ବାଢିଆସୁଥିଲା। ଏହି ପ୍ରସଙ୍ଗରେ କମ୍ପାନୀର ଯୁକ୍ତି ହେଉଛି, କଲ୍‌ ରେକର୍ଡିଂ କରାଯିବା ଦ୍ୱାରା ବ୍ୟବହାରୀକାରୀଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ ହେଉଛି। ଏହି କାରଣରୁ ଗୁଗଲ୍‌ର ନିଜସ୍ୱ ଡାଏଲର ଆପ୍‌ରେ ଥିବା କଲ ରେକର୍ଡିଂ ଫିଚର୍‌ରେ ଜଣାଇଦିଆଯାଉଛି ଯେ ଏହି କଲ୍‌କୁ ବର୍ତ୍ତମାନ ରେକର୍ଡ କରାଯାଉଛି। ଦୁଇପକ୍ଷ କଥା ହେବା ସମୟରେ ଯଦି କଲ୍‌କୁ ରେକର୍ଡିଂ କରାଯାଏ ତେବେ ଏହି ସତର୍କ ସୂଚନା ଉଭୟ ପକ୍ଷ ଶୁଣିପାରିବେ। ଗୁଗଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍‌ଗୁଡିକ ପ୍ରଭାବିତ ହେବ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର