ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ମାଗଣା ରାସନ ଉପରେ ବଡ଼ ଘୋଷଣା କଲେ ସରକାର

The Sakala Picture
Published On

ନୂଆଦିଲ୍ଲୀ : ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମାକୁ ତିନିମାସ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ଯୋଜନା ଅଧୀନରେ, ଡିସେମ୍ବର ପର୍ଯ୍ୟନ୍ତ ରାସନ କାର୍ଡଧାରୀମାନେ ସରକାରଙ୍କଠାରୁ ମାଗଣା ରାସନର ପାଇବେ। ଏହି ଖାଦ୍ୟ ଯୋଜନା ଅଧୀନରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ଏହା ଯୋଗୁଁ ସରକାରଙ୍କୁ ବାର୍ଷିକ ୧୮ ବିଲିୟନ ଡଲାରରୁ ଅଧିକ ଟଙ୍କା […]

ନୂଆଦିଲ୍ଲୀ : ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମାକୁ ତିନିମାସ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ଯୋଜନା ଅଧୀନରେ, ଡିସେମ୍ବର ପର୍ଯ୍ୟନ୍ତ ରାସନ କାର୍ଡଧାରୀମାନେ ସରକାରଙ୍କଠାରୁ ମାଗଣା ରାସନର ପାଇବେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହି ଖାଦ୍ୟ ଯୋଜନା ଅଧୀନରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ଏହା ଯୋଗୁଁ ସରକାରଙ୍କୁ ବାର୍ଷିକ ୧୮ ବିଲିୟନ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଡିସେମ୍ବର ପର୍ଯ୍ୟନ୍ତ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେବେ।  ମାଗଣା ରାସନ ଯୋଜନା ଏହି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ ହେଉଥିଲା, ଯାହାକୁ ବର୍ତ୍ତମାନ ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନାଯୋଗ୍ୟ କୋଭିଡ ଲକଡାଉନ୍ ସମୟରେ ମାର୍ଚ୍ଚ ୨୦୨୦ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆରମ୍ଭ କରାଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଲକଡାଉନ୍ ଅବଧିରେ ମାସକୁ ମାଗଣାରେ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଏହା ଆରମ୍ଭ କରାଯାଇଥିଲା । ସେବେଠାରୁ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଛି ଓ ଯୋଜନାର ମୂଲ୍ୟ ପ୍ରାୟ ୪୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର